Fire Breaks Out on Jatra Stage: ଯାତ୍ରା ବେଳେ ଷ୍ଟେଜରେ ଲାଗିଲା ନିଆଁ, ରାତି ୩ଟାରେ ବଡ଼ ଅଘଟଣ

Jun 30, 2026 - 11:01
Fire Breaks Out on Jatra Stage: ଯାତ୍ରା ବେଳେ ଷ୍ଟେଜରେ ଲାଗିଲା ନିଆଁ, ରାତି ୩ଟାରେ ବଡ଼ ଅଘଟଣ

ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆ ଗାଁରେ ଯାତ୍ରା ବେଳେ ଅଘଟଣ। ଯାତ୍ରା ଷ୍ଟେଜରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କଳାକାର ଓ ଦର୍ଶକ। ରାତି ପ୍ରାୟ ୩ଟା ବେଳେ ଘଟିଛି ଏହି ଅଘଟଣ। ଯାତ୍ରାରେ ଦୁଇ ଦଳ ପକ୍ଷରୁ ରାମାୟଣ ମଞ୍ଚସ୍ଥ ହୋଇଥିଲା। 

ଏହି ସମୟରେ ବଉଳ ଝୋଲି ରାମାୟଣ ଦଳ ପକ୍ଷରୁ ବାଣ ଫୁଟାଇବା ବେଳେ ଅସାବଧାନତା ବଶତଃ ଏଥିରୁ ନିଆଁ ବାହାରି ବାଣ ଗଦାରେ ପଡି ଯାଇଥିଲା। ଷ୍ଟେଜ ତଳେ ବାଣ ଗୁଡିକ ରଖାଯାଇଥିଲା। ସେଥିରେ ନିଆଁ ଲାଗି ଯିବାରୁ ତାହା ଜଳି ଉଠିଥିଲା।। କିଛି ସମୟ ମଧ୍ୟରେ ନିଆଁ ଷ୍ଟେଜକୁ ଧରି ଦେଇଥିଲା। ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ୨ଟି ଦମକଳ ଗାଡ଼ି ଆସି ନିଆଁ ଲିଭାଇଥିଲା।