Film On Sourav Ganguly: ଦାଦାଙ୍କ ସଂଘର୍ଷ ଆଉ ସଫଳତା ବିଷୟରେ ଜାଣିବେ ପ୍ରଶଂସକ
"ଲର୍ଡସ ବାଲକୋନିରେ ଜର୍ସି ଖୋଲି ବିଜୟର ଗର୍ଜନ କ୍ରିକେଟ ପ୍ରେମୀଙ୍କ ମନେ ଥିବ ନିଶ୍ଚୟ।
ସେହି ଐତିହାସିକ ମୁହୂର୍ତ୍ତ ପୁଣିଥରେ ବଡ଼ ପରଦାକୁ ଫେରିବାକୁ ଯାଉଛି।
ଭାରତୀୟ କ୍ରିକେଟର 'ଦାଦା' ଭାବେ ଲୋକପ୍ରିୟ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ତିଆରି ହେଉଛି ଫିଲ୍ମ, ଯାହାର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି।
ସବୁଠୁ ବଡ଼ ସର୍ପ୍ରାଇଜ୍ ହେଉଛି...
ଏଥିରେ ସୌରଭଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ ଅଭିନେତା ରାଜକୁମାର ରାଓ!
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର କହିଲେ ଭୁଲ ହେବ ନାହିଁ।
ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ହେଲେ ସୌରଭ ଗାଙ୍ଗୁଲି।
ହେଲେ ସେ ବ୍ୟକ୍ତିଗତ ଜୀବନରେ କେମିତି?
ପିଲା ବେଳ କେମିତି ଥିଲା?
ସଂଘର୍ଷ ପରେ କିଭଳି ତାଙ୍କୁ ସଫଳତା ମିଳିଥିଲା, ସେ ସବୁ ବିଷୟରେ ଏଯାଏ ବି ଜାଣିନାହାନ୍ତି ତାଙ୍କ ପ୍ରଶଂସକ।
ତାଙ୍କର ଏହି ଅଜଣା କାହାଣୀକୁ ବଡ଼ ପରଦାରେ ଦେଖାଇବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା।
ବାୟୋପିକ୍ର ନାଁ ରହିଛି 'ଦାଦା: ଦ ସୌରଭ ଗାଙ୍ଗୁଲି ଷ୍ଟୋରି'।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।