'Fight' In T20 World Cup Stuns Internet: ଟି-୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ଖେଳାଳିଙ୍କ ମାରପିଟ୍ ଭିଡିଓ ଭାଇରାଲ୍‌! ଜାଣନ୍ତୁ ସତ

Jun 15, 2026 - 17:18
'Fight' In T20 World Cup Stuns Internet: ଟି-୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ଖେଳାଳିଙ୍କ ମାରପିଟ୍ ଭିଡିଓ ଭାଇରାଲ୍‌! ଜାଣନ୍ତୁ ସତ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ କଣ ସତ? ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ସରିବା ପରେ ଏବେ ଇଣ୍ଟରନେଟ୍‌ରେ ଭୟଙ୍କର ଭିଡିଓ ଘୂରି ବୁଲୁଛି। ଯେଉଁଥିରେ ପାକିସ୍ତାନର ଜଣେ ମହିଳା ଖେଳାଳି ପିଚ୍ ମଝିରେ ଭାରତୀୟ ବ୍ୟାଟରଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଆଉ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଅମ୍ପାୟାର ଏବଂ ଅନ୍ୟ ଖେଳାଳିମାନେ ଦୁଇ ଦେଶର ଖେଳାଳିଙ୍କୁ ଅଲଗା କରୁଥିବା ଦେଖାଯାଉଛି। ଭାରତ ଓ ପାକିସ୍ତାନର ପ୍ରଶଂସକମାନେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ପ୍ରଶ୍ନ ଉଠୁଛି ସତରେ କଣ ମଦାନରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି?

ତେବେ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଭିଡିଓ ସମ୍ପୂର୍ଣ୍ଣ ନକଲି ବା ଫେକ୍‌। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଜରିଆରେ ଏହି ଭିଡିଓକୁ ପ୍ରସ୍ତୁତ କରାଯାଇଛି। ମ୍ୟାଚ୍ ଚାଲିଥିବା ସମୟରେ ପଡ଼ିଆରେ ଏଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା।

ଅନ୍ୟପଟେ ରବିବାର ବର୍ମିଂହାମରେ ଖେଳାଯାଇଥିବା ଏହି ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ୬୪ ରନ୍‌ରେ ପରାସ୍ତ କରିଛି। ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ, ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଷ୍ଟାର୍ ବୋଲର ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଦୀପ୍ତି ଶର୍ମା ମାତ୍ର ୧୦ ରନ୍ ଦେଇ ୫ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ୍ ଅକ୍ତିଆର କରି ପାକିସ୍ତାନ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।