FIFA World Cup 2026: ଫିଫା ବିଶ୍ବକପ୍ ପାଇଁ ଗୁଆହାଟୀରେ ରାତିଅଧ ଯାଏଁ ରେସ୍ତୋରାଁ ଖୋଲା
"ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ବକପ୍ ମ୍ୟାଚ୍ ଲାଗି ଗୁଆହାଟୀରେ ରାତିଅଧ ପର୍ଯ୍ୟନ୍ତ ରେସ୍ତୋରାଁ ଖୋଲା ରହିଛି।
ଫୁଟ୍ବଲ୍ପ୍ରେମୀଙ୍କ ପାଇଁ ଆସାମ ସରକାର ଚଳିତ ମାସ ୧୫, ୧୬, ୧୯ ଓ ୨୦ ତାରିଖରେ ଗୁଆହାଟୀରେ ଥିବା ରେସ୍ତୋରାଁ ଗୁଡ଼ିକୁ ରାତି ୩.୩୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା "ଏକ୍ସ" ପୋଷ୍ଟରେ କହିଛନ୍ତି ଯେ "ଫୁଟ୍ବଲ୍ ଲୋକଙ୍କୁ ଏକାଠି କରେ ଏବଂ ରାଜ୍ୟ ସରକାର ଚାହାନ୍ତି ଯେ କ୍ରୀଡ଼ାପ୍ରେମୀମାନେ ବିନା ଅସୁବିଧାରେ ସେମିଫାଇନାଲ ଓ ଫାଇନାଲର ମଜା ନିଅନ୍ତୁ।Advertisment ମମତା ବାନାର୍ଜୀଙ୍କୁ ଲାଗିଛି ପୁଣି ଏକ ବଡ଼ ଝଟକା ପ୍ରଶଂସକମାନଙ୍କୁ ମ୍ୟାଚ୍ ଦେଖିବାର ସୁବିଧା ଦେବା ପାଇଁ ମୁଁ ଗୁଆହାଟୀ ଜିଲ୍ଲା ପ୍ରଶାସନକୁ ଜୁଲାଇ ୧୫, ୧୬, ୧୯ ଓ ୨୦ ତାରିଖରେ ରେସ୍ତୋରାଁ କାର୍ଯ୍ୟ ସମୟ ଭୋର ୩.୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇଛି।
ସୁନ୍ଦର ଖେଳକୁ ଦାୟିତ୍ବର ସହ ଉପଭୋଗ କର।"" ସେ ମଧ୍ୟ କହିଛନ୍ତି, ଅନ୍ୟ ଜିଲ୍ଲାର ପ୍ରଶାସନ ଯଦି ଚାହିବେ ରେସ୍ତୋରାଁ ମାଲିକଙ୍କ ଅନୁରୋଧ କ୍ରମେ ବଢ଼ାଇ ପାରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।