Fertilizer Crisis: ସାର ଯୋଗାଣରେ ଅବ୍ୟବସ୍ଥା, କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ସାର ଯୋଗାଣରେ ଅବ୍ୟବସ୍ଥା, କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

30 August 2025 05:30 PM IST
Fertilizer Crisis: ସାର ଯୋଗାଣରେ ଅବ୍ୟବସ୍ଥା,  କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ସାର ଯୋଗାଣରେ ଅବ୍ୟବସ୍ଥା, କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଚାଷ ପାଇଁ ସାର ଅଭାବ ଏବେ ଚାଷୀଙ୍କ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି। କେଉଁଠି ସାର ନେବା ପାଇଁ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ତ କେଉଁଠି ଲମ୍ବା ଲାଇନ। ଏଭଳି ସ୍ଥିତିରେ ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟନାୟକ। ସାର ଅଭାବ ଯୋଗୁଁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଚାଷୀ କୂଳର ବୃହତ୍ତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ତୁରନ୍ତ ଓଡିଶା କୁ ଆବଶ୍ୟକ ସାର ଯୋଗାଣ ସୁନିଶ୍ଚିତ କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ନବୀନ ପଟନାୟକ।  

ରିପୋର୍ଟ ଅନୁସାରେ, ଜଗତସିଂହପୁର ଜିଲ୍ଲାର ଅନେକ ସ୍ଥାନରେ ଆବଶ୍ୟକ ପରିମାଣର ସାର ମିଳୁନଥିବା ଅଭିଯୋଗ ହୋଇଛି। ଜିଲ୍ଲାର ୮୦ ହଜାର ହେକ୍ଟର ଚାଷ ଜମିରେ ଚାଷ ହୋଇଛି। ପ୍ରାୟ ୭୫ ଭାଗ ଜମିରେ ସାର ପଡି ପାରୁନାହିଁ। ବାଲିକୁଦା ଅଞ୍ଚଳରେ ଥିବା ମାର୍କଫେଡ ଗୋଦାମ ବନ୍ଦ ହୋଇଯିବା ପରେ ସାରର ଅଭାବ ଦେଖିବାକୁ ମିଳିଛି। ବଡ଼ଗାଁ ପଂଚାୟତରେ ସାର ନମିଳିବା ଯୋଗୁ ଏବେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ ସାରା ଜିଲାରେ ସାର ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି ।

ସେହିଭଳି ଗଞ୍ଜାମ ଭଞ୍ଜନଗର ଉପଖଣ୍ଡରେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି। କେଉଁଠି ସାର ନେବା ପାଇଁ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ତ କେଉଁଠି ଲମ୍ବା ଲାଇନ। ଅନେକ ସେବା ସମବାୟ ସମିତି କେନ୍ଦ୍ରରେ ଜମାରୁ ମିଳୁନି ୟୁରିଆ ସାର। ଧାନ ଗଛରୁ ଏବେ କେଣ୍ଡା ବାହାରିବା ସମୟ। ବର୍ତ୍ତମାନ ସାର ସିଞ୍ଚନର ଉଚିତ ସମୟ । ହେଲେ ସାର ମିଳୁନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ଚାଷୀ। ଜିଲ୍ଲାକୁ ମାତ୍ର ୯ ମେଟ୍ରିକ ଟନ ସାର ଆସିଥିବାରୁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି । 

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ସାର କଳାବଜାରୀ ନେଇ ଖବର ଆସିବା ପରେ ଲାଗୁ ହୋଇଛି କଟକଣା । କେତେକ ସ୍ଥାନରେ ରେଡ୍ କରି ଦୋକାନ ସିଲ୍ କରାଯାଇଥିବା ବେଳେ ଏବେ ନକଲି ସାର ବିକିଲେ ସିଧା ଜେଲ୍ ଯିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଯିଏ ଧରା ପଡିବେ ସେମାନଙ୍କୁ ଜେଲ୍ ପଠାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି । କୃଷକମାନଙ୍କୁ ଠିକ ସମୟରେ ୟୁରିଆ ସହିତ ଅନ୍ୟାନ୍ୟ ସାର ଉପଲବ୍ଧ କରାଇବାକୁ ଓ ଅବୈଧ ମୂଲ୍ୟ ବୃଦ୍ଧି ରୋକବାରେ ଏହା ସହାୟକ ହେବ ବୋଲି କୁହାଯାଇଛି ।


 

Disclaimer: This content has been automatically aggregated from television for informational purposes. To read the original article, please visit television.