Fertilizer Crisis: ରାଜ୍ୟରେ ସାର ଅଭାବକୁ ନେଇ ରାଜନୀତି; କେନ୍ଦ୍ର ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଯୋଗାଣ ମନ୍ତ୍ରୀଙ୍କ ଖଣ୍ଡନ

ରାଜ୍ୟରେ ସାର ଅଭାବକୁ ନେଇ ରାଜନୀତି; କେନ୍ଦ୍ର ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଯୋଗାଣ ମନ୍ତ୍ରୀଙ୍କ ଖଣ୍ଡନ

30 August 2025 05:30 PM IST
Fertilizer Crisis: ରାଜ୍ୟରେ ସାର ଅଭାବକୁ ନେଇ ରାଜନୀତି; କେନ୍ଦ୍ର ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଯୋଗାଣ ମନ୍ତ୍ରୀଙ୍କ ଖଣ୍ଡନ

ରାଜ୍ୟରେ ସାର ଅଭାବକୁ ନେଇ ରାଜନୀତି; କେନ୍ଦ୍ର ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଯୋଗାଣ ମନ୍ତ୍ରୀଙ୍କ ଖଣ୍ଡନ

ରାଜ୍ୟରେ ସାରର ଅଭାବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି କେଉଁଠି ଅସୁବିଧା ପାଇଁ ପହଂଚି ନଥାଇ ପାରେ। ନବୀନ ବାବୁ କେବଳ ଚିଠି ଲେଖନ୍ତି ବୋଲି କହି ସମାଲୋଚନା କରିଛନ୍ତି।  ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟନାୟକ। ସାର ଅଭାବ ଯୋଗୁଁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଚାଷୀ କୂଳର ବୃହତ୍ତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ତୁରନ୍ତ ଓଡ଼ିଶାକୁ ଆବଶ୍ୟକ ସାର ଯୋଗାଣ ସୁନିଶ୍ଚିତ କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ନବୀନ ପଟନାୟକ। 

ସେପଟେ ଚାଷ ପାଇଁ ସାର ଅଭାବ ଏବେ ଚାଷୀଙ୍କ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି। କେଉଁଠି ସାର ନେବା ପାଇଁ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ତ କେଉଁଠି ଲମ୍ବା ଲାଇନ। ରିପୋର୍ଟ ଅନୁସାରେ, ଜଗତସିଂହପୁର ଜିଲ୍ଲାର ଅନେକ ସ୍ଥାନରେ ଆବଶ୍ୟକ ପରିମାଣର ସାର ମିଳୁନଥିବା ଅଭିଯୋଗ ହୋଇଛି। ଜିଲ୍ଲାର ୮୦ ହଜାର ହେକ୍ଟର ଚାଷ ଜମିରେ ଚାଷ ହୋଇଛି। ପ୍ରାୟ ୭୫ ଭାଗ ଜମିରେ ସାର ପଡି ପାରୁନାହିଁ। ବାଲିକୁଦା ଅଞ୍ଚଳରେ ଥିବା ମାର୍କଫେଡ ଗୋଦାମ ବନ୍ଦ ହୋଇଯିବା ପରେ ସାରର ଅଭାବ ଦେଖିବାକୁ ମିଳିଛି। ବଡ଼ଗାଁ ପଂଚାୟତରେ ସାର ନମିଳିବା ଯୋଗୁ ଏବେ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ ସାରା ଜିଲାରେ ସାର ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି ।

ସେହିଭଳି ଗଞ୍ଜାମ ଭଞ୍ଜନଗର ଉପଖଣ୍ଡରେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି। କେଉଁଠି ସାର ନେବା ପାଇଁ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ତ କେଉଁଠି ଲମ୍ବା ଲାଇନ। ଅନେକ ସେବା ସମବାୟ ସମିତି କେନ୍ଦ୍ରରେ ଜମାରୁ ମିଳୁନି ୟୁରିଆ ସାର। ଧାନ ଗଛରୁ ଏବେ କେଣ୍ଡା ବାହାରିବା ସମୟ। ବର୍ତ୍ତମାନ ସାର ସିଞ୍ଚନର ଉଚିତ ସମୟ । ହେଲେ ସାର ମିଳୁନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ଚାଷୀ। ଜିଲ୍ଲାକୁ ମାତ୍ର ୯ ମେଟ୍ରିକ ଟନ ସାର ଆସିଥିବାରୁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି । 

Disclaimer: This content has been automatically aggregated from television for informational purposes. To read the original article, please visit television.