Fertiliser Shortage: ସାର ପାଇଁ ଚପଲ ଧାଡି !

Fertiliser Shortage: ସାର ପାଇଁ ଚପଲ ଧାଡି !

01 September 2025 02:05 PM IST
Fertiliser Shortage: ସାର ପାଇଁ ଚପଲ ଧାଡି !

Fertiliser Shortage: ସାର ପାଇଁ ଚପଲ ଧାଡି !

ଆସ୍କା: ସାର ପାଇଁ ସବୁଠି ହୀନସ୍ତା। କେଉଁଠି ଚାଷୀ ରାସ୍ତାରେ ବସିଲାଣି ତ କେଉଁଠି ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଛିଡା ହୋଇ ରହୁଛି। ହେଲେ ଏମିତି ଏକ ଘଟଣା ଆଜି ଆମେ କହିବୁ ଯାହା ଆପଣ କେବେ ଦେଖିନଥିବେ। ଧାନଜମିରେ ସାର ପକାଇବାକୁ ଡହଳବିକଳ ହେଉଥିବା ଚାଷୀ ଶେଷରେ ଅପେକ୍ଷା କରି ନିଜ ଚପଲକୁ ଧାଡିରେ ରଖିଛି। ଗଞ୍ଜାମ ଜିଳ୍ଲା ଆସ୍କା ଅଞ୍ଚଳରୁ ଆସିଛି ଏଭଳି ଖବର, ଯାହା ଅନେକଙ୍କୁ ଚକିତ କରିଛି। ସାର ପାଇଁ ରାତିରୁ ଆସି ପ୍ୟାକ୍ସ ସମ୍ମୁଖରେ ଅପେକ୍ଷା କରିବାକୁ ପଡୁଛି, ଆଉ ମିଳିଲା ବେଳକୁ ମିଳୁଛି ଚାଷୀ ପିଛା ବସ୍ତାଏ ସାର।

ଏବେ ସାରର ଘୋର ଆଭଵ ଯୋଗୁ କୃଷକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ୟୁରିୟା ପିଢ଼ିଆ ବସ୍ତାଏ ପାଇଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି। ଶହ ଶହ କୃଷକ ସବୁ କାମ ଛାଡି ରାତିରୁ ଆସି ଲାଇନ ରେ ଛିଡା ହେବା ପରେ କିଏ 12 ଟା ତ କିଏ ଦିନ ଗୋଟାଏ ରେ ପିଢ଼ିଆ ବସ୍ତା ଟେ ଧରି ନେଉଛନ୍ତି। ଏବେ ଆସିକା ଅଞ୍ଚଳର କୌଣସି ସୋସାଇଟି କୁ ୟୁରିୟା ପିଢ଼ିଆ ଆସି ନଥିବାରୁ କୃଷକ ହନ୍ତସନ୍ତ ହେଉଥିବା ନଜରକୁ ଆସିଛି। 

ରାଜ୍ୟର ପ୍ରତି ବ୍ଲକରେ ଥିବା ପ୍ୟାକ୍ସରେ ଏଭଳି ସ୍ଥିତି ଦେଖାଯାଇଥିବା ବେଳେ ଏହାକୁ ବଡ ପ୍ରସଙ୍ଗ କରିଛି ବିଜେଡି । ବିଗତ ଦିନରେ ସାର ପାଇଁ ଏପରି ରାଜରାସ୍ତାକୁ ଆସି ନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛି ବିଜେଡି। ରାତିରେ ମାଲକାନଗିରି ମାଥିଲିରେ ଛୁଆ ଧରି ସାର ନେବାକୁ ଧାଡି ବାନ୍ଧିଥିଲେ ମହିଳା। ଏବେ ପୁଣି ଚପଲ ଧାଡି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ରକୁ ଏକ ଚିଠି ଲେଖି ବାସ୍ତବ ସ୍ଥିତି ନେଇ ଅବଗତ କଲେ। ତାଳଚେର ସାର କାରଖାନା କାହିଁକି କାର୍ଯ୍ୟକ୍ଷମ ହେଉନି, ସାର କଳା ବଜାରୀ ହେଉଛି, ଚାଷୀଙ୍କ ପାଖରେ ପହଂଚୁନି ବୋଲି ନବୀନ ଅବଗତ କଲେ। ଏବେ ବି 1400 ପଏଣ୍ଟରେ ଦୁର୍ନୀତି ହୋଇଛି, ଏମାନଙ୍କ ଜରିଆରେ ଯେଉଁ ସାର ଗଲା, ତାହା କାହା ପାଖକୁ ଗଲା ବୋଲି ଦଳ ପ୍ରଶ୍ନ କରିଛି। 1000 ଟଙ୍କାରେ ରାତି ଅଧରେ ସାର ବିକ୍ରି ହେଲା. ଏଥିପାଇଁ ସରକାରୀ କଳକୁ ଦାୟୀ କରିଛି ଦଳ। ମାର୍କ୍ଫେଡ, ସରକାର ଓ କୃଷି ବିଭାଗ ସମନ୍ୱୟରେ ସାର ଦିଆଯାଏ। ଯଦି ଏଭଳି ସମସ୍ନୟା ଲାଗି ରୁହେ ତା ହେଲେ ଚାଷୀଙ୍କ ପାଇଁ ବିଜେଡି ଆନ୍ଦୋଳନ କରିବ ବୋଲି କହିଛି ଦଳ।

Disclaimer: This content has been automatically aggregated from television for informational purposes. To read the original article, please visit television.