Feast Near Puri’s Historic Atharanala; ଅଠରନଳା ଉପରେ ଆମିଷ ଭୋଜି ଘଟଣା; ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ପୁରୀରେ ଐତିହାସିକ ଅଠରନଳା ଉପରେ ଭୋଜିକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଠର ନଳାକୁ ନେଇ ଶ୍ରଦ୍ଧାଳୁଙ୍କୁ ମଧ୍ୟରେ ଅନେକ ଆବେଗ ଥିବାବେଳେ ଏଭଳି କାର୍ଯ୍ୟ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ଅଠରନଳାରେ କିଛି ବାହାର ରାଜ୍ୟର ମିସ୍ତ୍ରୀ ଚୁଲି ଜାଳି ମାଂସ ରାନ୍ଧି ଖାଇଥିବା ଚର୍ଚ୍ଚା ହେଉଛି।
ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ, ଖନନ, କିମ୍ବା ଭୋଜି-ଭାତ ଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହେଲେ ଅଠରନଳା ଉପରେ ଏଭଳି ଭୋଜି ଭାତକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
- ଅଠରନଳା ଉପରେ ଆମିଷ ଭୋଜି ଘଟଣା
- ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
- ଭୋଜି କରି ଖାଇଥିଲେ କିଛି ବାହାର ରାଜ୍ୟର ମିସ୍ତ୍ରୀ
- ଚୁଲି ଜାଳି ମାଂସ ରାନ୍ଧି ଖାଇଥିବା ଚର୍ଚ୍ଚା
- ଅଠରନଳା ଉପରେ ଭୋଜି ଭାତକୁ ନେଇ ଅସନ୍ତୋଷ