Fatal Train-School Van Collision Claims Three Lives: ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍, ୨ ଛାତ୍ରଙ୍କ ସମେତ ୩ ମୃତ

Jul 17, 2026 - 17:50
Fatal Train-School Van Collision Claims Three Lives: ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍, ୨ ଛାତ୍ରଙ୍କ ସମେତ ୩ ମୃତ

ପଶ୍ଚିମବଂଗ ମୁର୍ଶିଦାବାଦ ଅଂଚଳରେ ବଡ଼ ଦୁର୍ଘଟଣା। ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ। ସକାଳେ ମୁର୍ଶିଦାବାଦ ଜିଲ୍ଲା ଗୋବିନ୍ଦପୁର ରେଳ କ୍ରସିଂ ନିକଟରେ ଘଟିଛି ଏ ଦୁର୍ଘଟଣା। ୨ ଛାତ୍ରଙ୍କ ସମେତ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଖୋଲାଥିବା ରେଲଓ୍ୱେ ଫାଟକ ପାର ହେବାବେଳେ ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା ଟ୍ରେନ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା।

ଟ୍ରେନ ଫାଟକ ଖୋଲା ଥିବାବେଳେ କେମିତି ଟ୍ରେନ ଆସିଲା ବୋଲି ଲୋକେ ପଚାରିଛନ୍ତି। ଫାଟକ ଦାୟିତ୍ବରେ ଥିବା କର୍ମଚାରୀ ଫାଟକ ପକାଇନଥିବା ଜଣାପଡିଛି। ପୂର୍ବରୁ ଏକ ମାଲବାହୀ ଟ୍ରେନ ପାର ହୋଇଥିବାବେଳେ ଯାତ୍ରୀବାହୀ ଟ୍ରେନ ଅନ୍ୟ ଏକ ଲାଇନରେ ଆସୁଥିଲା। ତେବେ ଫାଟକଟିକୁ ଉଠାଇ ଦେଇଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ ରେଲଓ୍ୱେ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।....

ସ୍କୁଲ ଭ୍ୟାନ ଟ୍ରେନ ଧକ୍କାରେ ୩ ଜଣଙ୍କ ମୃତ୍ୟୁ 
ମୃତକଙ୍କ ମଧ୍ୟରେ ୨ ସ୍କୁଲର ଛାତ୍ର 
ରେଲଓ୍ୱେ ଫାଟକ ପାର ହେବାବେଳେ ଧକ୍କା ଦେଲା ଟ୍ରେନ୍ 
ଅନ୍ୟ କିଛି ଛାତ୍ର ଆହତ ହୋଇ ମେଡିକାଲରେ ଭର୍ତ୍ତି 
ଘଟଣାର ତଦନ୍ତ କରୁଛି ପୋଲିସ ଓ ରେଲଓ୍ୱେ ଟିମ୍ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।