Fatal Lightning Strike: ବଜ୍ରାଘାତରେ ୨ ଶ୍ରମିକ ମୃତ, ବିଲରେ କାମ କରୁଥିବା ବେଳେ ଅଘଟଣ
ଯାଜପୁର ବଡଚଣାରେ ଅଘଟଣ। ବଜ୍ରାଘାତରେ ୨ ମୃତ, ୩ ଆହତ । ମୃତକ ହେଲେ ବଡଚଣା ଥାନା ଚଣ୍ଡିତଳ ପଞ୍ଚାୟତର ଚନ୍ଦନ ମଲିକ ଓ ବନ୍ଦାଳ ପଞ୍ଚାୟତର ଜଗା ତିରିଆ। ବିଲରେ ଚାଷ କାମ କରୁଥିବା ବେଳେ ଘଟିଛି ଅଘଟଣ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।
ଚନ୍ଦନ ଓ ଜଗା ସାଥୀ ଶ୍ରମିକଙ୍କ ସହ ନିକଟସ୍ଥ ସମିଆ ଅଞ୍ଚଳରେ ବିଲରେ ଚାଷ କାମ କରୁଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଆହତ ଶ୍ରମିକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ଯାଜପୁର ବଡଚଣା ଅଞ୍ଚଳରେ ବଜ୍ରାଘାତ
ବଜ୍ରାଘାତରେ ୨ ଶ୍ରମିକ ମୃତ, ୩ ଆହତ
ବିଲରେ କାମ କରିବା ବେଳେ ହୋଇଥିଲା ବଜ୍ରାଘାତ
୩ ଆହତ ଶ୍ରମିକ କଟକ ସ୍ଥାନାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।