02 JULY 2026

Welcome!

Unlock your personalized experience.
Sign Up

Farmer Dead: ବିଦ୍ୟୁତ କରେଣ୍ଟ ନେଲା ଚାଷୀଙ୍କ ଜୀବନ

Jul 02, 2026 - 15:54
Farmer Dead: ବିଦ୍ୟୁତ କରେଣ୍ଟ ନେଲା ଚାଷୀଙ୍କ ଜୀବନ

ନଠୁଆବର (ଯାଜପୁର): ରସୁଲପୁର ବ୍ଲକ ସିଙ୍ଗାପୁର ପଞ୍ଚାୟତ ସିଙ୍ଗାପୁର ଗ୍ରାମରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏହି ଗ୍ରାମର  କରୁଣାକର ଜେନାଙ୍କ ପୁଅ ଜ୍ଞାନେନ୍ଦ୍ର ଜେନା (୫୧) ନିଜ ଜମିରେ ପାଣି ପମ୍ପ ଚଳାଉଥିବା ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି। ଏଥିରେ ତାଙ୍କର ଜୀବନ ଚାଲିଯାଇଛି।

ସୂଚନା ଅନୁସାରେ ଜ୍ଞାନେନ୍ଦ୍ର ଜେନା ବିଦ୍ୟୁତ ଆଘାତର ଶିକାର ହେଲା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାଜ୍ୟରେ ଗତକାଲି ଠାରୁ ଡାକ୍ତରମାନଙ୍କର ଆନ୍ଦୋଳନ ଜାରି ରହିଛି। ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଡାକ୍ତରଖାନାରେ କର୍ମଚାରୀ ଅଭାବ ଦେଖାଯାଇଛି। ସେଠାରେ ପୋଷ୍ଟମଟମ ହୋଇପାରିନାହିଁ। ଫଳରେ ମୃତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମଟମ ପାଇଁ ପଠାଯାଇଛି।  

Farmer Death Tractor: ଢେଙ୍କା ଛକ ନିକଟରେ ଟ୍ରାକ୍ଟରରୁ ଖସିପଡ଼ି ଚାଷୀ ମୃତ

ସୂଚନାଯୋଗ୍ୟ, ଜ୍ଞାନେନ୍ଦ୍ର ଜେନାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କ ପୁଅ ବର୍ତ୍ତମାନ ଅଗ୍ନିବୀର ଯୋଜନାରେ ସେନାରେ ଚାକିରି କରୁଛନ୍ତି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁଅ ଘରକୁ ଫେରିବା ପରେ ହିଁ ଶବ ସତ୍କାର କରାଯିବ। ଏହି ଅକାଳ ମୃତ୍ୟୁକୁ ନେଇ ସିଙ୍ଗାପୁର ଗାଁରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି।