Family Visit Turns Tragic: ମାମୁଁ ଘରକୁ ଆସି ଭଣଜାର ସନ୍ଦେହଜନକ ମୃତ୍ୟୁ; ହାତରେ ଅଛି କଟା ଦାଗ...
ଦଶପଲ୍ଲାରେ ମାମୁଁ ଘରକୁ ଆସି ଭଣଜାର ସନ୍ଦେହଜନକ ମୃତ୍ୟୁ । ମାମୁଁ ଘର ଶ୍ରୀରାମପୁର ଗାଁ ଠାରୁ ୨ କିମି ଦୂରରେ ମୃତଦେହ ଉଦ୍ଧାର ।
ମାମୁ ଘରକୁ ଆସି ଭଣଜାର ସନ୍ଦେହଜନକ ମୃତ୍ୟୁ। ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ। ମାମୁ ଘର ଶ୍ରୀରାମପୁର ଗାଁ ଠାରୁ ୨ କିମି ଦୂରରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦଶପଲ୍ଲା ଥାନା ଯାନିସାହି ଗାଁର ନୀଳାଚଳ ସାମଲ l ଗତକାଲି ମାମୁ ଘରକୁ ଆସିଥିବା ବେଳେ ଆଜି ସକାଳୁ ଗାଁ ନିକଟ ଜଙ୍ଗଲରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି l
ଶ୍ରୀରାମପୁର ଗାଁର ଶ୍ରୀରାମ ପ୍ରଧାନ ଓ ତାଙ୍କ ପରିବାର ଗତକାଲି ତୀର୍ଥ କରିବାକୁ ବାହାରିଥିଲା ବେଳେ ଭଣଜା ଓ ତାଙ୍କ ପରିବାର ମେଲାଣି ଦେବାକୁ ଆସିଥିଲେ l ସଂନ୍ଧ୍ୟାରେ ଭଣଜାଙ୍କ ପରିବାର ନିଜ ଗାଁକୁ ଫେରିଯାଇଥିବା ବେଳେ ଭଣଜା ନୀଳାଚଳ ରାତି ହେବାରୁ ରହିଯାଇଥିଲେ l ଆଜି ସକାଳୁ ଗାଁ ପାଖ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନୀଳାଚଳଙ୍କ ମୁଣ୍ଡରେ ଗଭୀର କ୍ଷତ ଦେଖିବାକୁ ମିଳିଛି l ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଦଶପଲ୍ଲା ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି l
Disclaimer: This content has been automatically aggregated from television for informational purposes. To read the original article, please visit television.
Home
