Fake website: ଶ୍ରୀମନ୍ଦିର ଦର୍ଶନ ପାଇଁ ଟଙ୍କା ଟଙ୍କା କାରବାର !

ପୁରୀ ଶ୍ରୀମନ୍ଦିରରେ ୫୦୦ ଟଙ୍କାରେ ଦର୍ଶନ ଦେବାକୁ ଦାବି କରୁଥିବା ଏକ ନକଲି ୱେବସାଇଟ୍‌ ଭକ୍ତମାନଙ୍କୁ ଠକୁଛି। ପୁରୀ ପୋଲିସ୍‌ ସତର୍କତା ଜାରି କରିଛନ୍ତି।

31 August 2025 02:50 PM IST
Fake website: ଶ୍ରୀମନ୍ଦିର ଦର୍ଶନ ପାଇଁ ଟଙ୍କା ଟଙ୍କା କାରବାର !

ପୁରୀ ଶ୍ରୀମନ୍ଦିରରେ ୫୦୦ ଟଙ୍କାରେ ଦର୍ଶନ ଦେବାକୁ ଦାବି କରୁଥିବା ଏକ ନକଲି ୱେବସାଇଟ୍‌ ଭକ୍ତମାନଙ୍କୁ ଠକୁଛି। ପୁରୀ ପୋଲିସ୍‌ ସତର୍କତା ଜାରି କରିଛନ୍ତି।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଦେୟ। ଦର୍ଶନ ସମୟ ଓ ଦର୍ଶନ କ୍ୟାଟେଗୋରୀ ଅନୁସାରେ ଭକ୍ତ ଦେବେ ଅର୍ଥ। ଏଭଳି ଏକ ଭ୍ରମାତ୍ମକ ତଥ୍ୟ ଏକ ୱେବ୍ସାଇଟରେ ସୂଚନା ଦିଆଯାଇଛି। ଇଣ୍ଡିଆ ଥ୍ରିଲ୍ସ ନାମକ ଏହି ୱେବସାଇଟରେ ଦର୍ଶାଯାଇଛି ଯେ, ଦର୍ଶନର ସମୟ ଏବଂ ବର୍ଗ ଅନୁସାରେ ଭକ୍ତଙ୍କ ପାଇଁ ଫି ଧାର୍ଯ୍ୟ କରାଯାଇଛି। ବାସ୍ତବରେ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ସେଭଳି କିଛି ଦେୟ ବ୍ୟବସ୍ଥା ନାହିଁ। 

 

ଏହି ଇଣ୍ଡିଆ ଥ୍ରିଲ୍ସ ୱେବସାଇଟ୍ କେଉଁ ଆଧାରରେ ଏହି ତଥ୍ୟ ଦେଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ୫୦ ଟଙ୍କା, ୧୦୦ ଟଙ୍କା, ଏବଂ ୫୦୦ ଟଙ୍କାର ରେଟ ଚାର୍ଟ ଦେଇଛି ଉକ୍ତ ୱେବସାଇଟ। ବଡ଼ କଥା ହେଉଛି ଇଣ୍ଡିଆ ଥ୍ରିଲ୍ସ ୱେବସାଇଟରେ ଶ୍ରୀଜଗନ୍ନାଥ ମନ୍ଦିର,ଏହାର ଇତିହାସ ଓ ଦର୍ଶନକୁ ନେଇ ତଥ୍ୟ ଉଲ୍ଲେଖ ରହିଛି। ତେବେ ଶ୍ରୀମନ୍ଦିରକୁ ଦର୍ଶନ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଉକ୍ତ ୱେବ୍ ସାଇଟ୍ ଭକ୍ତଙ୍କ ଭାବାବେଗ ସହ ଖେଳିଥିବା କୁହାଯାଉଛି । 

Disclaimer: This content has been automatically aggregated from television for informational purposes. To read the original article, please visit television.