Factory shed collapse: ଭୁଶୁଡ଼ିଲା ଏକ ନିର୍ମାଣାଧୀନ ଫ୍ୟାକ୍ଟ୍ରିର ଛାତ, ୩ ମୃତ

Jun 24, 2026 - 22:01
Factory shed collapse: ଭୁଶୁଡ଼ିଲା ଏକ ନିର୍ମାଣାଧୀନ ଫ୍ୟାକ୍ଟ୍ରିର ଛାତ, ୩ ମୃତ

କୋଲକାତାରେ ଭୁଶୁଡ଼ିଲା ନିର୍ମାଣାଧୀନ ଫ୍ୟାକ୍ଟ୍ରି ଛାତ। ୩ ଶ୍ରମିକ ମୃତ, ୨୧ ଉଦ୍ଧାର । ଏବେ ପ୍ରାୟ ଆଉ ୨୦ରୁ ଊର୍ଦ୍ଧ୍ବ ଫସି ରହିଥିବା ସନ୍ଦେହ। ଭଗ୍ନାବଶେଷ ଭିତରୁ ଆହତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବିଭାଗ। ଆଜି କୋଲକାତାର ତାରାତଲ୍ଲା ଅଞ୍ଚଳରେ ଘଟିଛି ଏହି ବଡ଼ ଦୁର୍ଘଟଣା। ନିର୍ମାଣାଧୀନ ଗୋଦାମ ସେଡ୍ ଭୁଶୁଡି ପଡିବା ଫଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ପାଖାପାଖି ୫୦ରୁ ୬୦ ଜଣ ଶ୍ରମିକ ଭଙ୍ଗା ସେଡ୍ ତଳେ ଫଶି ରହିଥିଲେ। ସ୍ଥାନୀୟ ପ୍ରଶାସନ ସହିତ ସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ପ୍ରତ୍ୟକ୍ଷଦର୍ଶିଙ୍କ ଅନୁସାରେ ଗୋଦାମର ନିର୍ମାଣ କାମ ଚାଲିଥିବା ବେଳେ ଅଚାନକ ଏହା ଧସି ପଡିଥିଲା। ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଯାଇ  ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପହଞ୍ଚା ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

ସୂଚନା ପାଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।  ଧ୍ୱଂସସ୍ତୁପ ତଳୁ ଏ ପର୍ଯ୍ୟନ୍ତ ୬/୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚା ଯାଇଥିବା ଜଣାପଡିଛି। ଉଦ୍ଧାର ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଇଛି। ବାକି ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ଲୁହା ବିମ୍ କାଟିବାକୁ ଗ୍ୟାସ୍ କଟର ଓ ଷ୍ଟ୍ରକ୍ଚର ହଟାଇବାକୁ କ୍ରେନର ସହାୟତା ନିଆଯାଇଛି।