Expired biscuits: ଏକ୍ସପାରି ବିସ୍କୁଟ ବିକି ବନ୍ଧା ହେଲେ ବାପପୁଅ: ଚୋରା କାରବାରର ଉଚ୍ଚସ୍ତରୀୟ ତଦନ୍ତ ଦାବି

Jul 13, 2026 - 07:35
Expired biscuits: ଏକ୍ସପାରି ବିସ୍କୁଟ ବିକି ବନ୍ଧା ହେଲେ ବାପପୁଅ: ଚୋରା କାରବାରର ଉଚ୍ଚସ୍ତରୀୟ ତଦନ୍ତ ଦାବି

"ବାଲିପାଟଣା: ଅନେକ ଦିନ ହେଲା ଅବଧି ସରିଯାଇଥିବା ଅବ୍ୟବହୃତ ଖାଦ୍ୟ ସାମଗ୍ରୀ କଳାବଜାରୀର ପର୍ଦ୍ଦାଫାଶ ହୋଇଛି।

ଏହି ଘଟଣାରେ ଚଣାହଟ୍ଟାର ମୂଳ ବାସିନ୍ଦା ତଥା ଗାରେଡ଼ିପାଞ୍ଚଣରେ ରହୁଥିବା କୃଷ୍ଣଚନ୍ଦ୍ର ସାହୁ (୫୫) ଏବଂ କୃଷ୍ଣଙ୍କ ପୁଅ ଲିଙ୍ଗରାଜ ବେହେରା (୨୫)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।

ତେବେ ଏହି ବେଆଇନ ଓ ଲୋକଙ୍କ ଜୀବନ ବିପଦ ସୃଷ୍ଟି କରୁଥିବା ଖାଦ୍ୟ ସାମଗ୍ରୀ କାରବାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସାଧାରଣ ଜନତା।

Advertisment Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା ପୁଲିସ ସୂଚନା ଅନୁସାରେ, କୃଷ୍ଣ ୪ରୁ ୫ ବର୍ଷ ପୂର୍ବରୁ ଏକ୍ସପାରି ହୋଇଥିବା ବିସ୍କୁଟ, କେକ୍, ଚୂଡ଼ା ଗୁଣ୍ଡ, ମିକ୍ସଚର, ସେଣ୍ଟ୍‌, ରୋଷେଇ ମସଲା, ବାସ୍ନା ତେଲ, ଛଣା ସେଓ, ବଡି ସ୍ପ୍ରେ, କ୍ରିମ୍‌, ଅତର, ବାସ୍ନା ତେଲ ଆଦି ଅନେକ ରଦ୍ଦି ମାଲ୍‌ କିଣି ଏହାକୁ ଅସାଧୁ ଉପାୟରେ ବିକ୍ରି କରୁଥିଲା।

ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ୟାକେଟ୍‌ରୁ ଖାଦ୍ୟ ପ୍ରସ୍ତୁତ ତାରିଖ, ଏକ୍ସପାରି ଡେଟ୍‌, ସାମଗ୍ରୀ ମୂଲ୍ୟ, ବ୍ୟାଚ୍‌ ନମ୍ବର ଜାଲିଆତି କରି ସ୍ଥାନୀୟ ବଜାରରେ ବିକ୍ରି କରୁଥିଲା।

ଗତକାଲି ଘଟଣା ଲୋକଲୋଚନକୁ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଖୋର୍ଦ୍ଧା ଓ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୁଲିସ ଯାଞ୍ଚରୁ ଅନେକ ଗୁରତ୍ୱପୂର୍ଣ୍ଣ ତଥ୍ୟ ହାସଲ ହେବା ସହ ବହୁ ପରିମାଣରେ ବାସୀ ଖାଦ୍ୟ ଜବତ ହୋଇଥିଲା।

Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ କଡ଼ା ଦଫା ଲଗାଇ କୃଷ୍ଣ ଓ ତା" ପୁଅ ଲିଙ୍ଗରାଜକୁ ଗିରଫ କରି ବାଲିପାଟଣା ଥାନାରେ ମାମଲା ରୁଜୁ କରି ବିଭିନ୍ନ ସଙ୍ଗିନ ଦଫାରେ କୋର୍ଟଚାଲାଣ କରିଛି।

ତେବେ କୃଷ୍ଣର ଏହି ଜାଲିଆତି ବେପାରର ଚେର କେତେ ଲମ୍ବା ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିନାହିଁ।

କୃଷ୍ଣର ଅନ୍ୟ ଜାଲିଆତି ବେପାରର ପର୍ଦ୍ଦାଫାଶ ହେବା ଦରକାର ବୋଲି ସାଧାରଣରେ ଦାବି ହେଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।