Excise Commissioner Cracks Down on Custodial Misconduct: ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲା, SI ଓ ASIଙ୍କୁ ସସପେଣ୍ଡ କଲେ କମିଶନର

Jun 11, 2026 - 15:03
Excise Commissioner Cracks Down on Custodial Misconduct: ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲା, SI ଓ ASIଙ୍କୁ ସସପେଣ୍ଡ କଲେ କମିଶନର

ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଆକ୍ସନ।  ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକଙ୍କୁ ନିଲମ୍ବିତ କରିଛନ୍ତି ଅବକାରୀ କମିଶନର। SI ଛାୟାକାନ୍ତ ନାୟକଙ୍କ ସମେତ ୬ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ଅବକାରୀ ବିଭାଗ ଚଢାଉ ବେଳେ ଭିଡିଓ ଉତ୍ତୋଳନକୁ ନେଇ ଯୁବକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା।

କେନ୍ଦ୍ରାପଡା ଜିଲ୍ଲା ବରାଦିଆ ଗାଁରେ ଚୋରା ମଦ କାରବାରକୁ ନେଇ ଯୁବକ ଜଣକ ଅବକାରୀ ବିଭାଗକୁ ଜଣାଇଥିଲେ। ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ଚଢ଼ାଉ କରିବା ସମୟରେ ବିନୋଦ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ। ଏତିକି ବେଳେ ଯୁବକଙ୍କୁ ଉଠାଇ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରି ଅବକାରୀ SI ଓ ASI ସସ୍ ପେଣ୍ଡ କରାଯାଇଛି। 

ଥାର୍ଡ ଡିଗ୍ରୀ; ଅବକାରୀ SI ଓ ASI ସସପେଣ୍ଡ

ପଟ୍ଟାମୁଣ୍ଡାଇ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲା
SI ଓ ASIଙ୍କୁ ସସପେଣ୍ଡ କଲେ ଅବକାରୀ କମିଶନର
ଅବକାରୀ SI ଛାୟାକାନ୍ତ ନାୟକ ଓ ASI ପ୍ରଦୀପ ମଲ୍ଲିକ ସସ୍ ପେଣ୍ଡ
ରାଜନଗରର ବିନୋଦ ଦାସଙ୍କୁ ଥାର୍ଡ ଡିଗ୍ରୀ ମାମଲାରେ କାର୍ଯ୍ୟାନୁଷ୍ଠାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।