Exam Notification Issued After Students' Protest: ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ବାହାରିଲା ନୋଟିଫିକେସନ୍, ହେବ ପରୀକ୍ଷା

Jul 11, 2026 - 13:41
Exam Notification Issued After Students' Protest: ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ବାହାରିଲା ନୋଟିଫିକେସନ୍, ହେବ ପରୀକ୍ଷା

ବାଲେଶ୍ବରରେ BSc ନର୍ସିଂ ପିଲାଙ୍କ ସେମିଷ୍ଟର୍ ବିଳମ୍ବ ଘଟଣାରେ ବାହାରିଲା ବିଜ୍ଞପ୍ତି। ସପ୍ତମ ସେମିଷ୍ଟର୍ ପରୀକ୍ଷା ହେବ। ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦୁଇଟି ଶିକ୍ଷା ବର୍ଷର ପିଲାଙ୍କ ସପ୍ତମ ସେମିଷ୍ଟର ପରୀକ୍ଷା ହେବ।

୨୦୨୧-୨୨ ବର୍ଷ ପାଇଁ ୧୪ ଓ ୧୫ ତାରିଖରେ ଓ ୨୦୨୨-୨୩ ବର୍ଷ ପାଇଁ ୧୭ ଓ ୧୮ ତାରିଖରେ ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କାଲି ନର୍ସିଂ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ପରେ ଆଜି ବାହାରିଛି ପରୀକ୍ଷା ପାଇଁ ନୋଟିଫିକେସନ୍। ୪ ବର୍ଷର କୋର୍ସକୁ ୬ ବର୍ଷ ବିତିଥିଲେ ବି ବାକି ରହିଛି ସପ୍ତମ ଓ ଅଷ୍ଟମ ସେମିଷ୍ଟର।

ଏନେଇ ଗୁରୁବାର ଦିନ ତମାମ ନର୍ସିଂ ଛାତ୍ରଛାତ୍ରୀ ଫକୀର ମୋହନ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପରେ ରାତିରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା। ଗତକାଲି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ି ହାତ ଯୋଡି ଗୁହାରି କରିଥିଲେ ଛାତ୍ର ଛାତ୍ରୀ। 

ବାଲେଶ୍ବରରେ BSC ନର୍ସିଂ ପିଲାଙ୍କ ସେମିଷ୍ଟର୍ ବିଳମ୍ବ ଘଟଣା 
ବାହାରିଲା ନର୍ସି ଛାତ୍ରଛାତ୍ରୀଙ୍କ ଆଡମିଶନ୍ ପାଇଁ ନୋଟିଫିକେସନ୍  
୪ ବର୍ଷର କୋର୍ସ ୬ ବର୍ଷ ବିତି ଯାଇଥିଲା 
ସପ୍ତମ ଓ ଅଷ୍ଟମ ସେମିଷ୍ଟର୍ ହୋଇପାରୁନଥିଲା
ଗତକାଲି ୧୬ଟି ନର୍ସିଂ କଲେଜକୁ ଜାରି ହୋଇଥିଲା ନୋଟିସ୍ 
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ ଛାତ୍ରୀ 
୨୦୨୧-୨୨ ବର୍ଷ ପାଇଁ ୧୪ ଓ ୧୫ରେ ସପ୍ତମ ସେମିଷ୍ଟର
୨୦୨୩-୨୩ ବର୍ଷ ପାଇଁ ୧୭ ଓ ୧୮ରେ ସପ୍ତମ ସେମିଷ୍ଟର 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।