England Eyes Rahul Dravid: ଦ୍ରାବିଡ଼ ହେବେ କି ଇଂଲଣ୍ଡର ନୂଆ କୋଚ୍? ବଡ଼ ନିଷ୍ପତ୍ତି ପୂର୍ବରୁ ବଢ଼ିଲା ସସ୍ପେନ୍ସ!
ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଇଂଲଣ୍ଡ ଟେଷ୍ଟ ଦଳର ମୁଖ୍ୟ କୋଚ୍ ଦୌଡ଼ରେ ସାମିଲ ହୋଇଛନ୍ତି। ନିୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ହାରିବା ପରେ ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଟେଷ୍ଟ କୋଚ୍ ପଦରୁ ହଟାଇ ଦିଆଯାଇଛି। ଏହାପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ନୂଆ କୋଚ୍ ସନ୍ଧାନରେ ଅଛି।
ବ୍ରିଟିଶ ମିଡ଼ିଆ ରିପୋର୍ଟ ଅନୁସାରେ, ଦ୍ରାବିଡ଼ଙ୍କ ନାମ ଏହି ଦୌଡ଼ରେ ସବୁଠୁ ଆଗରେ ରହିଛି। ଦ୍ରାବିଡ଼ଙ୍କ ଅଧୀନରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିଲା। କ୍ରିକେଟ ପ୍ରତି ତାଙ୍କର ଗଭୀର ଜ୍ଞାନ ଇଂଲଣ୍ଡକୁ ଆକର୍ଷିତ କରିଛି। ତେବେ ରିପୋର୍ଟ କହୁଛି ଯେ ଦ୍ରାବିଡ଼ ପୂର୍ଣ୍ଣକାଳୀନ କୋଚିଂ ଦେବାକୁ ଚାହୁଁନାହାନ୍ତି। କିନ୍ତୁ ଇଂଲଣ୍ଡ ଟେଷ୍ଟ କୋଚ୍ ଚାକିରିରେ ଅଧିକ ଛୁଟି ମିଳୁଥିବାରୁ ସେ ଏହାକୁ ବିଚାର କରିପାରନ୍ତି। ଇଂଲଣ୍ଡ ମଧ୍ୟ ତାଙ୍କ ଆଗ୍ରହ ବିଷୟରେ ଜାଣିବାକୁ ଚେଷ୍ଟା କରୁଛି।
ଏହି ଦୌଡ଼ରେ କେବଳ ଦ୍ରାବିଡ଼ ନାହାନ୍ତି। ଜିମ୍ବାୱେର ମହାନ ଖେଳାଳି ଆଣ୍ଡି ଫ୍ଲାୱାର ମଧ୍ୟ ଏହି ଲିଷ୍ଟରେ ଅଛନ୍ତି। ଫ୍ଲାୱାର ପୂର୍ବରୁ ଇଂଲଣ୍ଡକୁ ଆଶେସ ଜିତାଇଛନ୍ତି ଏବଂ ଆରସିବିକୁ ଆଇପିଏଲ ଚାମ୍ପିଅନ କରାଇଛନ୍ତି। ଗ୍ଲାମୋର୍ଗାନ କୋଚ୍ ରିଚାର୍ଡ ଡସନ ମଧ୍ୟ ଏକ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛନ୍ତି। ଏହାଛଡ଼ା କୁମାର ସାଙ୍ଗାକାରା, ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍ ଏବଂ ଜଷ୍ଟିନ ଲ୍ୟାଙ୍ଗରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଶେଷରେ କାହା ଉପରେ ମୋହର ମାରୁଛି, ତାହା ଦେଖିବାକୁ ବାକି ରହିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।