Welcome!

Unlock your personalized experience.
Sign Up

Engine: ଇଞ୍ଜିନରେ ବାରମ୍ବାର ତ୍ରୁଟି: ଗ୍ରାହକଙ୍କୁ ଇ୨୦ କାର୍‌ ଦେବାକୁ ଉପଭୋକ୍ତା ଆୟୋଗଙ୍କ ନିର୍ଦ୍ଦେଶ

Jul 16, 2026 - 20:52
Engine: ଇଞ୍ଜିନରେ ବାରମ୍ବାର ତ୍ରୁଟି: ଗ୍ରାହକଙ୍କୁ ଇ୨୦ କାର୍‌ ଦେବାକୁ ଉପଭୋକ୍ତା ଆୟୋଗଙ୍କ ନିର୍ଦ୍ଦେଶ

ରାୟପୁର: ଛତିଶଗଡ଼ର ଜଣେ ଡାକ୍ତରଙ୍କୁ ବିକ୍ରି କରାଯାଇଥିବା ଏକ ପୁରୁଣା କାର୍‌କୁ ତୁରନ୍ତ ଫେରାଇ ଇ୨୦ ନିୟମ ପାଳନ କରୁଥିବା ଇଞ୍ଜିନ ବିଶିଷ୍ଟ ଏକ ନୂଆ କାର୍‌ ପ୍ରଦାନ କରିବାକୁ ଏକ ଜିଲ୍ଲା ଉପଭୋକ୍ତା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକ ଜଣକ କାର୍‌କୁ କିଣିବା ପରେ ବାରମ୍ବାର ତାହାର ଇଞ୍ଜିନ ଖରାପ ହୋଇଥିଲା। ପ୍ରତିଥର ୱାର୍କସପ୍‌ ନେବା ପରେ ତେଲରେ ସମସ୍ୟା ଥିବା କୁହାଗଲା ଓ ତେଲ ଟାଙ୍କିକୁ ସଫା କରି ଗାଡ଼ିକୁ ଫେରାଇ ଦିଆଯାଉଥିଲା। କିନ୍ତୁ କିଛି କିଲୋମିଟର ଯିବା ପରେ ଗାଡ଼ି ପୁଣି ଖରାପ ହେଉଥିଲା। ତେଲରେ ସମସ୍ୟା ଥିବ ଭାବି ଗ୍ରାହକ ଜଣ ତେଲ ପକାଉଥିବା ପେଟ୍ରୋଲ ପମ୍ପରେ ମଧ୍ୟ ଅନୁସନ୍ଧାନ କରିଥିଲେ। କିନ୍ତୁ କୌଣସି ଗାଡ଼ିରେ ସେଭଳି ସମସ୍ୟା ଦେଖାଦେଉନଥିବା ଜାଣିପାରିଥିଲେ। ଗାଡ଼ି ବିକିଥିବା ଡିଲର ଓ କମ୍ପାନିକୁ କହି କହି ଥକିପଡ଼ିବା ପରେ ଗ୍ରାହକ ଜଣକ ଉପଭୋକ୍ତା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ।

ଶୁଣାଣି ବେଳେ ଜଣାପଡ଼ିଥିଲା ଯେ ପ୍ରେମରାଜ ଦେବ୍‌ତା ନାମକ ଜଣେ ଡାକ୍ତର ୨୦. ୫୦ ଲକ୍ଷ ଟଙ୍କା ଦେଇ ମାରୁତି ସୁଜୁକିର ଏକ ଗ୍ରାଣ୍ଡ ଭିଟାରା ଇଣ୍ଟେଲିଜେଣ୍ଟ ଇଲେକ୍ଟ୍ରିକ୍‌ ଜେଟା ପ୍ଲସ୍‌ ଏଲ୍‌୫ ସିଭିଟିକୁ ୨୦୨୪ ଜୁନ‌ ୩ରେ କିଣିଥିଲେ। ଗାଡ଼ି ଉପରେ ୨୦୨୯ ପର୍ଯ୍ୟନ୍ତ ୱାରେଣ୍ଟି ଥିଲା। ୨୦୨୩ ଜାନୁଆରିରେ ତିଆରି କରାଯାଇଥିବା ଏହି ଗାଡ଼ିକୁ ୧୬ ମାସ ପରେ ୨୦୨୪ରେ ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଆହୁରି ପଢନ୍ତୁ:Kudankulam: କୁଡନକୁଲମ ପରମାଣୁ କେନ୍ଦ୍ରର ଲିକ୍‌ ଫାଇଲକୁ ନେଇ ଏନ୍‌ପିସିଆଇଏଲ୍‌ର ସ୍ପଷ୍ଟୀକରଣ, ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇନାହିଁ

ସେହି ଗାଡ଼ିର ଇଞ୍ଜିନ ଇ୨୦ ପେଟ୍ରୋଲ ପାଇଁ ଉପଯୁକ୍ତ ନଥିଲା। ତେଣୁ ଗାଡ଼ିକୁ ତୁରନ୍ତ ଫେରାଇ ନେଇ ୪୫ ଦିନ ଭିତରେ ଇ୨୦ ପେଟ୍ରୋଲ ଇଞ୍ଜିନ ଥିବା ଏକ ନୂଆ ମଡେଲ୍‌ ପ୍ରଦାନ କରିବାକୁ କୋର୍ଟ ଉଭୟ କମ୍ପାନି ଓ ଡିଲରକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାନସିକ ନିର୍ଯ୍ୟାତନା ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ବିବାଦ ଖର୍ଚ୍ଚ ବାବଦରେ ୧୦ ହଜାର ଟଙ୍କା ଦେବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟରେ ନିର୍ଦ୍ଦେଶ ପାଳନ ନ ହେଲେ ସାତ ପ୍ରତିଶତ ହାରରେ ସୁଧ ଗଣିବାକୁ ପଡ଼ିବ ବୋଲି ଆ‌ୟୋଗ ଚେତାବନୀ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।