Eng vs Ind T20I: ଭାରତ ଆଗରେ ୨୫୮ ରନ୍‌ର ବିଜୟ ଲକ୍ଷ୍ୟ; ଶତକ ମାରିଲେ ବଟଲର

Jul 11, 2026 - 21:34
Eng vs Ind T20I: ଭାରତ ଆଗରେ ୨୫୮ ରନ୍‌ର ବିଜୟ ଲକ୍ଷ୍ୟ; ଶତକ ମାରିଲେ ବଟଲର

"ସାଉଥମ୍ପଟନ୍‌: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲା ଆଜି ଖେଳାଯାଉଛି।

ଉଭୟ ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ସାଉଥମ୍ପଟନର ଦ ରୋଜ୍‌ ବାଉଟ୍‌ରେ ଆୟୋଜନ ହୋଇଛି।

ଏହି ମୁକାବିଲାରେ ଟସ୍‌ ଜିଣି ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଗୋଟିଏ ୩ଟି ହରାଇ ୨୫୭ ରନ୍‌ କରିଛି।

ଏହି ସ୍କୋରରେ ଜୋସ୍‌ ବଟଲରଙ୍କ  ଶତକ ସାମିଲ ରହିଛି।

ଭାରତ ଏହି ମ୍ୟାଚ୍‌ ଜିତିବା ପାଇଁ ୨୫୮ ରନ୍‌ ଦରକାର କରୁଛି।

Advertisment ଇଂଲଣ୍ଡ ପାଇଁ ଜୋସ ବଟଲର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।

ସେ ଶିଭମ ଦୁବେଙ୍କ ବଲ୍‌ ଶ୍ରେୟସ ଆୟରଙ୍କୁ କ୍ୟାଚ୍ ଦେଇ ଆଉଟ୍‌ ହୋଇଥିଲେ।

ଏହା ପୂର୍ବରୁ ସେ ୬୪ଟି ବଲ୍‌ ଖେଳି ଥିଲେ।

ଏଥିରୁ ସେ ୧୨ଟି ଚୌକା ଏବଂ ୮ଟି ଛକା ସହାୟତାରେ ୧୩୧ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ହେରି ବ୍ରୋକ୍‌ ଇଂଲଣ୍ଡ ପାଇଁ ଦ୍ବିତୀୟ ସର୍ବାଧିକ ସ୍କୋର କରିଥିଲେ।

ସେ ଅପରାଜିତ ରହି ୯୫ ରନ୍‌ ସଂଗ୍ରହ କରିଥିଲେ।

୪୫ଟି ବଲ୍‌ ଖେଳି ୪ଟି ଚୌକା ଏବଂ ୮ଟି ଛକା ମାରିଥିଲେ।

ଜାକୋବ ବେଥେଲ ଗୋଟିଏ ବଲ୍‌ ଖେଳି ଶିଭମ ଦୁବେଙ୍କ ବଲ୍‌ରେ ତିଲକ ବର୍ମାଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ।

ୱିଲ୍‌ ଜ୍ୟାକ୍‌ ୨ଟି ବଲ୍‌ ଖେଳି ଅପରାଜିତ ୭ରନ୍‌ କରିଥିଲେ।

Cricket: ଜାତୀୟ କ୍ରିକେଟ୍‌ ଦଳ ପାଇଁ ଓଡ଼ିଶାର ସମ୍ଭାବନା ଅନନ୍ୟା ଇଂଲଣ୍ଡ ପାଇଁ ଫିଲିପ୍‌ ସଲ୍ଟ ଏବଂ ଜୋସ ବଟଲର ବ୍ୟାଟିଂ ଆରମ୍ଭ କରିଥିଲେ।

ଉଭୟ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୮ ରନ୍‌ରେ କରିଥିଲେ।

ଭାରତର ପ୍ରଥମ ଶିକାର ହୋଇଥିଲେ ଫିଲିପ୍‌ ସଲ୍ଟ।

ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍‌ରେ ଆଉଟ୍‌ ହେବା ପୂର୍ବରୁ ସେ ୯ଟି ବଲ୍‌ ଖେଳି ଗୋଟିଏ ଚୌକା ସହାୟତାରେ ୬ ରନ୍‌ ସଂଗ୍ରହ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।