Encounter: ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର
"କେନ୍ଦୁଝର: କେନ୍ଦୁଝର ସଦର ପୁଲିସ ମଙ୍ଗଳବାର ଭୋର ସମୟରେ ଏକ ଚଢ଼ାଉ ଅଭିଯାନରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକଙ୍କୁ ଏନକାଉଣ୍ଟର କରିଛି।
ସେ ୪୦ରୁ ଅଧିକ ଡକାୟତି, ଚୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି।
ଅଭିଯୁକ୍ତ ₹୮.୧୮ ଲକ୍ଷ ଟଙ୍କାର ସଶସ୍ତ୍ର ଡକାୟତିରେ ସମ୍ପୃକ୍ତି ସ୍ୱୀକାର କରିଥିଲେ।
ପରେ ମହୁଲଡିହା ଜଙ୍ଗଲ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ଟଙ୍କା ଏବଂ ଅନ୍ୟ ସାମଗ୍ରୀ ଉଦ୍ଧାର ସମୟରେ ସେ ଏକ ଦେଶୀ ବନ୍ଧୁକ ବାହାର କରି ପୁଲିସ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।Advertisment ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲେ ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା, ଯେଉଁଥିରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲେ।
ପରେ ତାଙ୍କୁ କାବୁ କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।
ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଓ ଡକାୟତି ସମ୍ପର୍କିତ ନଗଦ ଟଙ୍କା ଜବତ କରାଯାଇଛି।
ଏହି ଘଟଣାରେ ବିଏନଏସ ଓ ଅସ୍ତ୍ର ଆଇନ ଅନୁଯାୟୀ ନୂଆ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି।
Pension: ରାୟଗଡା ଜିଲ୍ଲାରେ ୯୪୬୨ ହିତାଧିକାରୀଙ୍କ ଭତ୍ତା ପାଇଁ ଅପେକ୍ଷା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।