Empowerment: ଭାରତର ମହିଳା ଶକ୍ତି ହେଉଛନ୍ତି ରାଷ୍ଟ୍ର ଗଠନର ଆଧାର: ମୋଦୀ
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର "ନାରୀ ଶକ୍ତି"କୁ ପ୍ରଶଂସା କରିଛନ୍ତି।
ରାଷ୍ଟ୍ର ଗଠନରେ ନାରୀଶକ୍ତିଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିଛିି ବୋଲି ମୋଦୀ କହିଛନ୍ତି।
ଏଥିସହ ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ଭାରତୀୟ ମହିଳାମାନଙ୍କ ସାମର୍ଥ୍ୟ ଏବଂ ସଫଳତା ଦେଶର ସମ୍ମାନ ବୃଦ୍ଧି କରିଛି।
ଏକ ସଂସ୍କୃତ ଶ୍ଳୋକକୁ ଉଦ୍ଧୃତ କରି ମୋଦୀ କହିଛନ୍ତି, ମହିଳାମାନେ ସମସ୍ତ ତିନି ଜଗତରେ କ୍ଷମତାର ପ୍ରତୀକ।
ସମାଜରେ ସେମାନେ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରୁଛନ୍ତି।Advertisment ମୋଦୀ କହିଛନ୍ତି, ଭାରତର ମହିଳା ଶକ୍ତି ହେଉଛନ୍ତି ରାଷ୍ଟ୍ର ଗଠନର ଆଧାର।
ଆଜି ଆମ ମା", ଭଉଣୀ ଏବଂ ଝିଅମାନେ ପ୍ରତି କ୍ଷେତ୍ରରେ ସେମାନଙ୍କ ଜ୍ଞାନ ଓ ଦକ୍ଷତା ବଳରେ ଆମ ଭାରତ ମାତାର ଗୌରବ ବୃଦ୍ଧି କରୁଛନ୍ତି।
ଗତ ୧୨ ବର୍ଷ ମଧ୍ୟରେ ଏନ୍ଡିଏ ସରକାରର ସଫଳତା ଉପରେ ଗୁୁରୁତ୍ବାରୋପ କରି ମୋଦୀ କହିଛନ୍ତି, ପ୍ରଶାସନ ମହିଳାଙ୍କ ସଂକ୍ରାନ୍ତ ବିକାଶ କ୍ଷେତ୍ରରେ ଲଗାତାର ଭାବେ କାମ କରିଚାଲିଛି।
ବିଭିନ୍ନ କ୍ଷେତ୍ରରେ ଏହାର ଉପଲବ୍ଧି ଦେଖିବାକୁ ମିଳିଛି।
ପ୍ରତିଟି କ୍ଷେତ୍ରରେ ମହିଳାମାନେ ସେମାନଙ୍କ ଉପସ୍ଥିତି ଜାହିର କରିପାରିଛନ୍ତି ବୋଲି ମୋଦୀ କହିଛନ୍ତି।
ଆହୁରି ପଢ଼ନ୍ତୁ: Congress: କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ଦଳ ବିଜେପି କିମ୍ବା ନରେନ୍ଦ୍ର ମୋଦୀଙ୍କୁ ହରାଇ ପାରିବ ନାହିଁ: ରାହୁଲ ମୋଦୀ ଆଜି "ନାରୀ ଶକ୍ତିର ୧୨ବର୍ଷ" ଅବସରରେ ଉତ୍ସବ ମନାଇଛନ୍ତି।
ତାଙ୍କ ନେତୃତ୍ବରେ ସରକାରଙ୍କ ଦ୍ବାରା ମହିଳା ସଶକ୍ତୀକରଣକୁ ସୁଦୃଢ଼ କରିବା ଦିଗରେ ଯେଉଁସବୁ ପଦକ୍ଷେପ ଗ୍ରହଣ ହୋଇଛି ତା" ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି।
ମୋଦୀ କହିଛନ୍ତି, ଭାରତର ନାରୀ ଶକ୍ତି ବିଜ୍ଞାନ, ମହାକାଶ ଏବଂ ଉଦ୍ଭାବନ କ୍ଷେତ୍ରରେ ସେମାନଙ୍କ ପାରଦର୍ଶିତା ଦେଖାଇବା ମତେ ନିର୍ଦ୍ଦିଷ୍ଟ ଭାବେ ବେଶି ଖୁସି ଦେଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।