Empower Youth: ଦେଶକୁ ଅଗ୍ରଣୀ କରିବ ଦକ୍ଷତା ଭିତ୍ତିକ ଶିକ୍ଷା,ରାଷ୍ଟ୍ରନିର୍ମାଣ ପାଇଁ ଲୋଡ଼ା ଶୃଙ୍ଖଳିତ ଯୁବଶକ୍ତି
ଏକ ଦେଶର ଭବିଷ୍ୟତ, ପ୍ରଗତି, ବିକାଶ ସବୁକିଛି ଯୁବ ସମାଜ ଉପରେ ନିର୍ଭରଶୀଳ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ ଭାଗୀଦାରି କରାଯାଇପାରିଲେ, ଭାରତକୁ ସମ୍ପୂର୍ଣ୍ଣ ରୂପରେ ବିକଶିତ ରାଷ୍ଟ୍ର ହେବାକୁ ଅଧିକ ସମୟ ଲାଗିବନି। ଭାରତର
ଏକ ଦେଶର ଭବିଷ୍ୟତ, ପ୍ରଗତି, ବିକାଶ ସବୁକିଛି ଯୁବ ସମାଜ ଉପରେ ନିର୍ଭରଶୀଳ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ ଭାଗୀଦାରି କରାଯାଇପାରିଲେ, ଭାରତକୁ ସମ୍ପୂର୍ଣ୍ଣ ରୂପରେ ବିକଶିତ ରାଷ୍ଟ୍ର ହେବାକୁ ଅଧିକ ସମୟ ଲାଗିବନି। ଭାରତରେ ବିଶ୍ୱର ସବୁଠାରୁ ବଡ଼ ଯୁବଶକ୍ତି ଅଛନ୍ତି ଅର୍ଥାତ ଦେଶରେ ୬୫ ପ୍ରତିଶତରୁ ଅଧିକ ନାଗରିକଙ୍କ ବୟସ ୩୫ ବର୍ଷ ବୟସରୁ କମ । ସିଧାସଳଖ କହିବାକୁ ଗଲେ ଭାରତର ଆର୍ଥିକ ପ୍ରଗତିକୁ ନୂତନ ଉଚ୍ଚତା ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ ଏହି ଯୁବ ଜନସଂଖ୍ୟା । ଯୁବଗୋଷ୍ଠୀ ଯଦି ସଂସ୍କାରୀ, ସଂସ୍କୃତିସମ୍ପନ୍ନ, ରାଷ୍ଟ୍ରପ୍ରେମୀ ହେବେ, ଦେଶ ସବୁ କ୍ଷେତ୍ରରେ ସଫଳତା ପାଇବା ଥୟ ।
ଆମ ଦେଶ ଭାରତର ଯୁବପିଢ଼ି ଖୁବ ମେଧାବୀ କିନ୍ତୁ ବ୍ୟାବହାରିକ ଦକ୍ଷତାର ଅଭାବ ହେତୁ ଚାକିରି କ୍ଷେତ୍ରରେ ପ୍ରାୟତଃ ସେମାନଙ୍କର ଆତ୍ମବିଶ୍ୱାସ ଭାରି ଦୁର୍ବଳ । ଏଇଠି ପ୍ରଶ୍ନ ଉଠେ ଅନେକ ଡିଗ୍ରି ହାସଲ କଲାପରେ ମଧ୍ୟ ପିଲାମାନେ ଖଣ୍ଡିଏ ଚାକିରି କାହିଁକି ପାଇପାରୁ ନାହାନ୍ତି । କେଉଁ ତ୍ରୁଟି ପାଇଁ ଦେଶର ଯୁବଶକ୍ତି ରାଷ୍ଟ୍ରହିତରେ ଆସିପାରୁନାହାନ୍ତି । ଅନେକ ଦିଗକୁ ଦୃଷ୍ଟିରେ ରଖି ଆମକୁ ଦକ୍ଷତା ଏବଂ ବୃତ୍ତିଗତ ଯୋଗ୍ୟତା ଆଡ଼କୁ ଗମ୍ଭୀରତାର ସହିତ ବଢ଼ିବାକୁ ପଡ଼ିବ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
