Elephant Conservation:ହାତୀ ସୁରକ୍ଷା ପାଇଁ ସରକାର ଆଣିବେ ସ୍ୱତନ୍ତ୍ର ନୀତି, ରିଜିଓନାଲ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବ ବିଭାଗ

ହାତୀଙ୍କ ସ୍ୱର୍ଗ ହେଉଛି ଓଡ଼ିଶା। ଆଉ ସେମାନଙ୍କ ସଂରକ୍ଷଣରେ ବି ଆମ ରାଜ୍ୟ ସବୁଠୁ ଆଗରେ। କିନ୍ତୁ ଏବେ ବଡ଼ ସମସ୍ୟା ସାଜିଛି ହାତୀ-ମଣିଷ ମୁହାଁମୁହିଁ। ତଥ୍ୟ କହୁଛି ଏହି ଲଢେଇରେ ଗଲାଣି ୯୦୦ ଜୀବନ ଆଉ ପ୍ରାଣ ହରାଇଲେଣି ୭୫୦ ହାତୀ । ସେଥିପାଇଁ ଆ

21 August 2025 11:10 PM IST
Elephant Conservation:ହାତୀ ସୁରକ୍ଷା ପାଇଁ ସରକାର ଆଣିବେ ସ୍ୱତନ୍ତ୍ର ନୀତି, ରିଜିଓନାଲ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବ ବିଭାଗ

ହାତୀଙ୍କ ସ୍ୱର୍ଗ ହେଉଛି ଓଡ଼ିଶା। ଆଉ ସେମାନଙ୍କ ସଂରକ୍ଷଣରେ ବି ଆମ ରାଜ୍ୟ ସବୁଠୁ ଆଗରେ। କିନ୍ତୁ ଏବେ ବଡ଼ ସମସ୍ୟା ସାଜିଛି ହାତୀ-ମଣିଷ ମୁହାଁମୁହିଁ। ତଥ୍ୟ କହୁଛି ଏହି ଲଢେଇରେ ଗଲାଣି ୯୦୦ ଜୀବନ ଆଉ ପ୍ରାଣ ହରାଇଲେଣି ୭୫୦ ହାତୀ । ସେଥିପାଇଁ ଆଜିଠୁ ଭୁବନେଶ୍ବରରେ ଆୟୋଜିତ ହୋଇଛି ମଣିଷ ହାତୀ ସହବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳା। ଯେଉଁଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ହାତୀ ସୁରକ୍ଷା ପାଇଁ ଆସିବ ସ୍ବତନ୍ତ୍ର ନୀତି ।

ଜନବସତିରେ ବୁଲୁଛି ହାତୀ । ଆଉ କେତେବେଳେ ଘରେ ପଶି ଦଳି ଦେଉଛି ଦନ୍ତା । ପୁଣି କେତେବେଳେ ଟ୍ରେନ୍ ଧକ୍କା କିମ୍ବା ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ଘଟୁଛି । ଥମୁନି ହାତୀ-ମଣିଷ ସଂଘର୍ଷ। ମୁହାଁମୁହିଁ ହେବାରୁ ଯାଉଛି ଅନେକ ଜୀବନ। ହାତୀ-ମଣିଷ ଲଢେଇ ରୋକିବାକୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟସ୍ତରୀୟ ମାନସମନ୍ଥନ। ୭ଟି ଦେଶର ପ୍ରତିନିଧିଙ୍କ ସହ ଯୋଗ ଦେଇଛନ୍ତି ଜଣାଶୁଣା ବିଶେଷଜ୍ଞ। କାହିଁକି ବଢୁଛି ହାତୀ ମଣିଷ ଲଢେଇ। କେମିତି ଏହାକୁ ରୋକାଯାଇପାରିବ। ସହର ମୁହାଁ ନହୋଇ କେମିତି ଜଙ୍ଗଲରେ ରହିବେ ହାତୀ ସେନେଇ ହେଉଛି ଆଲୋଚନା ପର୍ଯ୍ୟାଲୋଚନା।

ସେହିପରି ଏହି ଦିଗରେ କାମ କରିବାକୁ ରାଜଧାନୀ ଉପକଣ୍ଠ ଚନ୍ଦକାଠାରେ Center for Species Survival Asian Elephant ପ୍ରତିଷ୍ଠା କରିଛନ୍ତି ସରକାର। ଏହି ସଂସ୍ଥା ସରକାରଙ୍କୁ ଉପଦେଶ ଏବଂ ରିପୋର୍ଟ ଦେବ। ତାକୁ ଆଧାର କରି ସରକାର ତିଆରି କରିବେ ସ୍ୱତନ୍ତ୍ର ହାତୀ ନୀତି। ରିଜିଓନାଲ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବ ବିଭାଗ। 



Disclaimer: This content has been automatically aggregated from television for informational purposes. To read the original article, please visit television.