LoCର ନିକଟରେ ପାକିସ୍ତାନ ସହ ଲଢି BSFର ଜଣେ ଯବାନ ସହିଦ, ସାତ ଆହତ

ନୂଆଦିଲ୍ଲୀ: ଜମ୍ମୁରେ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନ ସହ ଲଢି ବିଏସ୍‌ଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ଆରଏସପୁରା ସେକ୍ଟରରେ ଏହି ଘଟଣା ଘଟିଛି । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସବ୍-ଇନ୍ସପେକ୍ଟର ମହମ୍ମଦ ଇମତିୟାଜ ବୀରତ୍ୱର ସହ ଆଗକୁ ବଢି ନେତୃତ୍ୱ ନେଇ ସର୍ବୋଚ୍ଚ ବଳିଦାନ କରିଛନ୍ତି ।ପାକିସ୍ତାନ ଦ୍ୱାରା କରାଯାଇଥିବା ଗୁଳି ମାଡ଼ରେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ଆହତ ସୁରକ୍ଷା କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜମ୍ମୁ ଫ୍ରଣ୍ଟିୟର ଏକ୍ସ ପୋଷ୍ଟରେ କହିଛି, '୨୦୨୫ ମେ ୧୦ରେ ଜମ୍ମୁ ଜିଲ୍ଲା ଆରଏସପୁରା ଅଞ୍ଚଳରେ ଅନ୍ତରାଷ୍ଟ୍ରୀୟ ସୀମାରେ ସୀମା ପାର୍ ଗୁଳିମାଡ଼ ବେଳେ ରାଷ୍ଟ୍ର ସେବାରେ ବିଏସ୍‌ଏଫ୍‌ର ବାହାଦୂର ଉପନିରୀକ୍ଷକ ମହମ୍ମଦ ଇମତିୟାଜଙ୍କ ସର୍ବୋଚ୍ଚ ବଳିଦାନକୁ ସମାନ କରୁଛୁ । ବିଏସଏଫ୍ ମହାନିର୍ଦ୍ଦେଶକ ତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।'DG BSF and All Ranks salute the supreme sacrifice made by BSF Sub Inspector Md Imteyaz in service to the Nation on 10 May 2025 during cross border firing by Pakistan along the International Boundary in R S Pura area, Jammu.Prahari Pariwar stands firm with the bereaved family in… pic.twitter.com/eQeoLAHlEU— BSF (@BSF_India) May 10, 2025ଜଣେ ବିଏସ୍‌ଏଫ୍ ଅଧିକାରୀ କହିଛନ୍ତି ଯେ ଇମତିଆଜଙ୍କୁ ସମ୍ମାନିତ କରିବା ପାଇଁ ରବିବାର ପାଲୋରାସ୍ଥିତ ଜମ୍ମୁ ଫ୍ରଣ୍ଟିୟର୍ ମୁଖ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହର ଆୟୋଜନ କରାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ହଜାର କିଲୋମିଟରରୁ ଅଧିକ ଲମ୍ବା ସୀମାର ସୁରକ୍ଷା ଦାୟିତ୍ୱ BSFକୁ ଦିଆଯାଇଛି । ଶନିବାର ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି । ଏହା ସତ୍ତ୍ୱେ, ପାକିସ୍ତାନ ଶନିବାର ରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାରେ ଗୁଳି ମାଡ଼ କରିବା ସହ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନକୁ ଡ୍ରୋନରେ ଟାର୍ଗେଟ୍ କରିଥିଲା । ସଶସ୍ତ୍ର ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରୋନଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଥିଲେ । 

May 10, 2025 - 23:30
LoCର ନିକଟରେ ପାକିସ୍ତାନ ସହ ଲଢି BSFର ଜଣେ ଯବାନ ସହିଦ, ସାତ ଆହତ

ନୂଆଦିଲ୍ଲୀ: ଜମ୍ମୁରେ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନ ସହ ଲଢି ବିଏସ୍‌ଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ଆରଏସପୁରା ସେକ୍ଟରରେ ଏହି ଘଟଣା ଘଟିଛି । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସବ୍-ଇନ୍ସପେକ୍ଟର ମହମ୍ମଦ ଇମତିୟାଜ ବୀରତ୍ୱର ସହ ଆଗକୁ ବଢି ନେତୃତ୍ୱ ନେଇ ସର୍ବୋଚ୍ଚ ବଳିଦାନ କରିଛନ୍ତି ।

ପାକିସ୍ତାନ ଦ୍ୱାରା କରାଯାଇଥିବା ଗୁଳି ମାଡ଼ରେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି । ଆହତ ସୁରକ୍ଷା କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜମ୍ମୁ ଫ୍ରଣ୍ଟିୟର ଏକ୍ସ ପୋଷ୍ଟରେ କହିଛି, '୨୦୨୫ ମେ ୧୦ରେ ଜମ୍ମୁ ଜିଲ୍ଲା ଆରଏସପୁରା ଅଞ୍ଚଳରେ ଅନ୍ତରାଷ୍ଟ୍ରୀୟ ସୀମାରେ ସୀମା ପାର୍ ଗୁଳିମାଡ଼ ବେଳେ ରାଷ୍ଟ୍ର ସେବାରେ ବିଏସ୍‌ଏଫ୍‌ର ବାହାଦୂର ଉପନିରୀକ୍ଷକ ମହମ୍ମଦ ଇମତିୟାଜଙ୍କ ସର୍ବୋଚ୍ଚ ବଳିଦାନକୁ ସମାନ କରୁଛୁ । ବିଏସଏଫ୍ ମହାନିର୍ଦ୍ଦେଶକ ତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।'

ଜଣେ ବିଏସ୍‌ଏଫ୍ ଅଧିକାରୀ କହିଛନ୍ତି ଯେ ଇମତିଆଜଙ୍କୁ ସମ୍ମାନିତ କରିବା ପାଇଁ ରବିବାର ପାଲୋରାସ୍ଥିତ ଜମ୍ମୁ ଫ୍ରଣ୍ଟିୟର୍ ମୁଖ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହର ଆୟୋଜନ କରାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ହଜାର କିଲୋମିଟରରୁ ଅଧିକ ଲମ୍ବା ସୀମାର ସୁରକ୍ଷା ଦାୟିତ୍ୱ BSFକୁ ଦିଆଯାଇଛି । 

ଶନିବାର ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି । ଏହା ସତ୍ତ୍ୱେ, ପାକିସ୍ତାନ ଶନିବାର ରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାରେ ଗୁଳି ମାଡ଼ କରିବା ସହ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନକୁ ଡ୍ରୋନରେ ଟାର୍ଗେଟ୍ କରିଥିଲା । ସଶସ୍ତ୍ର ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରୋନଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଥିଲେ ।