୭.୫ କୋଟି ଟଙ୍କାରେ ଜମି କିଣା, ଏକ ଘଣ୍ଟାରେ ମ୍ୟୁଟେସନ୍; ପୁଣି ୫୮ କୋଟିରେ ଡିଏଲଏଫକୁ ବିକ୍ରି, ଭଦ୍ରାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ

ନୂଆଦିଲ୍ଲୀ: ରବର୍ଟ ଭଦ୍ରାଙ୍କ ପାଇଁ ବଢ଼ୁଲା ଅଡ଼ୁଆ । ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ପଚରାଉଚରା ତାଙ୍କୁ ଜେରା କରିଛି । କୋଟିଏ ଟଙ୍କାରୁ ଅଧିକ ଜମି ବିକ୍ରି କାରବାରକୁ ଏହି ଜେରା ହୋଇଛି । ରବର୍ଟ ଭଦ୍ରାଙ୍କ କମ୍ପାନି ଦ୍ବାରା ଗୁରୁଗ୍ରାମରେ କିଣାଯାଇଥିବା ଜମିକୁ ନେଇ ଏହି ମାମଲା ଜଡ଼ିତ ।ସୂଚନା ଅନୁଯାୟୀ, ରବର୍ଟ ଭଦ୍ରାଙ୍କ ବାସଭବନ ସେଣ୍ଟ୍ରାଲ ଦିଲ୍ଲୀର ସୁଜନ ସିଂହ ପାର୍କ ନିକଟରେ । ସେ ମଙ୍ଗଳବାର ଅର୍ଥାତ୍ ଆଜି ନିଜ ଘରୁ ଏପିଜେ ଅବ୍ଦୁଲ କାଲାମ ରୋଡ୍ ପର୍ଯ୍ୟନ୍ତ ଦୁଇ କିଲୋମିଟର ଚାଲି ଚାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟ ପହଞ୍ଚିଥିଲେ  । ଏହି ସମୟରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । କିଛି ରାଜନୈତକ ଉଦ୍ଦେଶ୍ୟ ରଖି ଏଭଳି କରାଯାଇଛି । ଯେତେବେଳେ ସେ ସଂଖ୍ୟାଲଘୁଙ୍କ ସପକ୍ଷରେ ବାହାରୁଛନ୍ତି, ସେତେବେଳେ ତାଙ୍କ ସ୍ବରକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ମୋଡିମକଚି ଦେବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ବ୍ୟବସାୟୀ ରବର୍ଟ ଭଦ୍ରା କହିଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଦେଶ ଯାଞ୍ଚ ଏଜେନ୍ସିଙ୍କୁ ପ୍ରୟୋଗ କରି ରାଜନୈତିକ ପ୍ରତିଶୋଧ ନିଆଯାଉଛି ବୋଲି ରର୍ବଟ୍ ଭଦ୍ରା କରିଛନ୍ତି  ।ଏହାଛଡ଼ା ଇଡି ଅଧିକାରୀଙ୍କୁ ପଚରାଉଚରା ସହଯୋଗ କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ରବର୍ଟ ଭାଦ୍ରାଙ୍କୁ ଏପ୍ରିଲ୍ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡାକିଥିଲା । ମାତ୍ର ଉକ୍ତ ସମୟରେ ସେ ଇଡିରେ ହାଜର ହୋଇନଥିଲେ ଏବଂ ଯାଞ୍ଚ ଏଜେନ୍ସିକୁ ନୂଆ ତାରିଖ ଦେବାକୁ କହିଥିଲେ ।    ଆସନ୍ତୁ ଜାଣିବା ମାମଲା କ’ଣ ?ଗୁରୁଗ୍ରାମ ଜମି କିଣାବିକା ମାମଲା ୨୦୦୮ର । ସେତେବେଳେ ହରିୟଣାରେ କଂଗ୍ରେସ ଶାସନ କ୍ଷମତାରେ ଥିଲା ଏବଂ ଭୁପେନ୍ଦ୍ର ସିଂହ ହୁଡ୍ଡା ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୮ ଫେବ୍ରୁଆରୀ ମାସରେ ରବର୍ଟ ଭଦ୍ରାଙ୍କ କମ୍ପାନି ସ୍କାଏଲାଇଟ୍ ହାସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ଗୁରୁଗ୍ରାମର ଶିକହପୁର ଗାଁରେ ୩.୫ ଏକର ଜମି ଓଁକାରେଶ୍ବର ପ୍ରପର୍ଟିଜ୍ ଠାରୁ କିଣିଥିଲେ । ଏହା ୭.୫ କୋଟି ଟଙ୍କାରେ ଡିଲ୍ ହୋଇଥିଲା ।  ତେବେ ଅଭିଯୋଗ ହୋଇଛି, ଏହି ଜମି ପଞ୍ଜୀକରଣ ହେବାର ଏକ ଘଣ୍ଟା ପରେ ମ୍ୟୁଟେସନ ହୋଇଥିଲା । ଏହାପରେ ୨୦୦୮ ମାର୍ଚ୍ଚ ମାସରେ ହରିୟାଣା ସରକାର ସ୍କାଏଲାଇଟ୍ ହାସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡକୁ ଏହି ଜମିରେ ବ୍ୟବସାୟୀକ କଲୋନୀ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲା  । ରବର୍ଟ ଭଦ୍ରାଙ୍କ କମ୍ପାନି ସେହି ସ୍ଥାନରେ କଲୋନୀ ବିକଶିତ କରି ୨୦୦୮ ମସିହା ଜୁନ୍ ମାସରେ ଏହାକୁ  ୫୮ କୋଟି ଟଙ୍କାରେ  ଡିଏଲଏଫ ୟୁନିଭର୍ସାଲ୍ ଲିମିଟେଡକୁ ବିକ୍ରି କରିଥିଲେ । ୨୦୧୪ରେ ହରିୟଣାରେ ସରକାର ପରିବର୍ତ୍ତନ ହେବା ପରେ ୨୦୧୮ରେ ପୋଲିସ ମନି ଲଣ୍ଡ୍ରିଂ ସନ୍ଦେହ କରି ଏକ ମାମଲା ରୁଜୁ କହିଥିଲା । ଏହି ଏଫଆଇଆରରେ ସେତେବେଳର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା, ରବର୍ଟ ଭଦ୍ରା, ଡିଏଲଏଫ ଓଁକାରେଶ୍ବର ପ୍ରପର୍ଟିଜର ନାଁ ରହିଛି । 

Apr 15, 2025 - 17:30
୭.୫ କୋଟି ଟଙ୍କାରେ ଜମି କିଣା, ଏକ ଘଣ୍ଟାରେ ମ୍ୟୁଟେସନ୍; ପୁଣି ୫୮ କୋଟିରେ ଡିଏଲଏଫକୁ ବିକ୍ରି, ଭଦ୍ରାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ

ନୂଆଦିଲ୍ଲୀ: ରବର୍ଟ ଭଦ୍ରାଙ୍କ ପାଇଁ ବଢ଼ୁଲା ଅଡ଼ୁଆ । ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ପଚରାଉଚରା ତାଙ୍କୁ ଜେରା କରିଛି । କୋଟିଏ ଟଙ୍କାରୁ ଅଧିକ ଜମି ବିକ୍ରି କାରବାରକୁ ଏହି ଜେରା ହୋଇଛି । ରବର୍ଟ ଭଦ୍ରାଙ୍କ କମ୍ପାନି ଦ୍ବାରା ଗୁରୁଗ୍ରାମରେ କିଣାଯାଇଥିବା ଜମିକୁ ନେଇ ଏହି ମାମଲା ଜଡ଼ିତ ।

ସୂଚନା ଅନୁଯାୟୀ, ରବର୍ଟ ଭଦ୍ରାଙ୍କ ବାସଭବନ ସେଣ୍ଟ୍ରାଲ ଦିଲ୍ଲୀର ସୁଜନ ସିଂହ ପାର୍କ ନିକଟରେ । ସେ ମଙ୍ଗଳବାର ଅର୍ଥାତ୍ ଆଜି ନିଜ ଘରୁ ଏପିଜେ ଅବ୍ଦୁଲ କାଲାମ ରୋଡ୍ ପର୍ଯ୍ୟନ୍ତ ଦୁଇ କିଲୋମିଟର ଚାଲି ଚାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟ ପହଞ୍ଚିଥିଲେ  । ଏହି ସମୟରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । କିଛି ରାଜନୈତକ ଉଦ୍ଦେଶ୍ୟ ରଖି ଏଭଳି କରାଯାଇଛି । ଯେତେବେଳେ ସେ ସଂଖ୍ୟାଲଘୁଙ୍କ ସପକ୍ଷରେ ବାହାରୁଛନ୍ତି, ସେତେବେଳେ ତାଙ୍କ ସ୍ବରକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ମୋଡିମକଚି ଦେବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ବ୍ୟବସାୟୀ ରବର୍ଟ ଭଦ୍ରା କହିଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଦେଶ ଯାଞ୍ଚ ଏଜେନ୍ସିଙ୍କୁ ପ୍ରୟୋଗ କରି ରାଜନୈତିକ ପ୍ରତିଶୋଧ ନିଆଯାଉଛି ବୋଲି ରର୍ବଟ୍ ଭଦ୍ରା କରିଛନ୍ତି  ।

ଏହାଛଡ଼ା ଇଡି ଅଧିକାରୀଙ୍କୁ ପଚରାଉଚରା ସହଯୋଗ କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ରବର୍ଟ ଭାଦ୍ରାଙ୍କୁ ଏପ୍ରିଲ୍ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡାକିଥିଲା । ମାତ୍ର ଉକ୍ତ ସମୟରେ ସେ ଇଡିରେ ହାଜର ହୋଇନଥିଲେ ଏବଂ ଯାଞ୍ଚ ଏଜେନ୍ସିକୁ ନୂଆ ତାରିଖ ଦେବାକୁ କହିଥିଲେ ।    

ଆସନ୍ତୁ ଜାଣିବା ମାମଲା କ’ଣ ?

ଗୁରୁଗ୍ରାମ ଜମି କିଣାବିକା ମାମଲା ୨୦୦୮ର । ସେତେବେଳେ ହରିୟଣାରେ କଂଗ୍ରେସ ଶାସନ କ୍ଷମତାରେ ଥିଲା ଏବଂ ଭୁପେନ୍ଦ୍ର ସିଂହ ହୁଡ୍ଡା ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୮ ଫେବ୍ରୁଆରୀ ମାସରେ ରବର୍ଟ ଭଦ୍ରାଙ୍କ କମ୍ପାନି ସ୍କାଏଲାଇଟ୍ ହାସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ଗୁରୁଗ୍ରାମର ଶିକହପୁର ଗାଁରେ ୩.୫ ଏକର ଜମି ଓଁକାରେଶ୍ବର ପ୍ରପର୍ଟିଜ୍ ଠାରୁ କିଣିଥିଲେ । ଏହା ୭.୫ କୋଟି ଟଙ୍କାରେ ଡିଲ୍ ହୋଇଥିଲା ।  ତେବେ ଅଭିଯୋଗ ହୋଇଛି, ଏହି ଜମି ପଞ୍ଜୀକରଣ ହେବାର ଏକ ଘଣ୍ଟା ପରେ ମ୍ୟୁଟେସନ ହୋଇଥିଲା । ଏହାପରେ ୨୦୦୮ ମାର୍ଚ୍ଚ ମାସରେ ହରିୟାଣା ସରକାର ସ୍କାଏଲାଇଟ୍ ହାସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡକୁ ଏହି ଜମିରେ ବ୍ୟବସାୟୀକ କଲୋନୀ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲା  । ରବର୍ଟ ଭଦ୍ରାଙ୍କ କମ୍ପାନି ସେହି ସ୍ଥାନରେ କଲୋନୀ ବିକଶିତ କରି ୨୦୦୮ ମସିହା ଜୁନ୍ ମାସରେ ଏହାକୁ  ୫୮ କୋଟି ଟଙ୍କାରେ  ଡିଏଲଏଫ ୟୁନିଭର୍ସାଲ୍ ଲିମିଟେଡକୁ ବିକ୍ରି କରିଥିଲେ । ୨୦୧୪ରେ ହରିୟଣାରେ ସରକାର ପରିବର୍ତ୍ତନ ହେବା ପରେ ୨୦୧୮ରେ ପୋଲିସ ମନି ଲଣ୍ଡ୍ରିଂ ସନ୍ଦେହ କରି ଏକ ମାମଲା ରୁଜୁ କହିଥିଲା । ଏହି ଏଫଆଇଆରରେ ସେତେବେଳର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା, ରବର୍ଟ ଭଦ୍ରା, ଡିଏଲଏଫ ଓଁକାରେଶ୍ବର ପ୍ରପର୍ଟିଜର ନାଁ ରହିଛି ।