ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ଡ୍ୟାମ୍ ମନା
ସମ୍ବଲପୁର ୦୯।୦୫ : ଭାରତ-ପାକିସ୍ତାନ ଉତ୍ତେଜନା ଇଫେକ୍ଟ । ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା । ଉଭୟ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହୀରାକୁଦ ବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହିତ ପର୍ଯ୍ୟଟକଙ୍କ ମଧ୍ୟ ହୀରାକୁଦକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ରାଜ୍ୟ ସରକାର ହୀରାକୁଦ ଜଳଭଣ୍ଡାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଏଥିସହ ହୀରାକୁଦରେ ୩ ଲେୟାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରଖିଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଇଟ୍ ମେସିନ ଗନ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକର୍ମୀମାନେ ଡ୍ୟାମକୁ ଜଗି ରହିଛନ୍ତି। ଜଳ ସମ୍ପଦ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଡ୍ୟାମ ଭିତରକୁ ଯିବାକୁ ବାରଣ କରାଯାଇଛି।

ସମ୍ବଲପୁର ୦୯।୦୫ : ଭାରତ-ପାକିସ୍ତାନ ଉତ୍ତେଜନା ଇଫେକ୍ଟ । ହୀରାକୁଦ ଜଳଭଣ୍ଡାରରେ ବଢିଲା ସୁରକ୍ଷା । ଉଭୟ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହୀରାକୁଦ ବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାସହିତ ପର୍ଯ୍ୟଟକଙ୍କ ମଧ୍ୟ ହୀରାକୁଦକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।
ଭାରତ-ପାକିସ୍ତାନ ମଧ୍ୟରେ ଗତ ଦୁଇ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଯାହାକୁ ଦୃଷ୍ଟିରେ ବିଭିନ୍ନ ରାଜ୍ୟକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ରାଜ୍ୟ ସରକାର ହୀରାକୁଦ ଜଳଭଣ୍ଡାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଏଥିସହ ହୀରାକୁଦରେ ୩ ଲେୟାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରଖିଛନ୍ତି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଇଟ୍ ମେସିନ ଗନ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକର୍ମୀମାନେ ଡ୍ୟାମକୁ ଜଗି ରହିଛନ୍ତି। ଜଳ ସମ୍ପଦ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଡ୍ୟାମ ଭିତରକୁ ଯିବାକୁ ବାରଣ କରାଯାଇଛି।