ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀଙ୍କ ଫ୍ରାନ୍ସ ଯାତ୍ରା
ନୂଆଦିଲ୍ଲୀ ୨୩।୨: ଭାରତ ଓ ଫ୍ରାନ୍ସ ମଧ୍ୟରେ ରଣନୈତିକ ପ୍ରତିରକ୍ଷା ତଥା ସୈନ୍ୟ ସହଯୋଗ ମଜଭୁତ କରିବା ଲାଗି ଜାରି ଉଦ୍ୟମ ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୨୪ରୁ ୨୭ ଫେବୃଆରୀ ୪ ଦିବସୀୟ ଅଧିକାରୀକ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ଯାତ୍ରାର ଗୁରୁତ୍ୱ ନେଇ ସେନା କହିଛି ଯେ ଏହି ଗସ୍ତର ଉଦ୍ଦେଶ୍ୟ ଭାରତ-ଫ୍ରାନ୍ସ ସୈନ୍ୟ ସହଯୋଗକୁ ମଜଭୁତ କରିବା, ସହଯୋଗର ନୂଆ ରାସ୍ତା ଖୋଜିବା ଓ ଦୁଇ ଦେଶର ସେନାଙ୍କ ମଧ୍ୟରେ ରଣନୈତିକ ଭାଗିଦାରୀ ବଢାଇବା। ଭାରତର ପ୍ରତିରକ୍ଷା ଆବଶ୍ୟକତା ଦୃଷ୍ଟିରୁ ଫ୍ରାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଭରଯୋଗ୍ୟ ରଣନୈତିକ ଭାଗିଦାର ତଥା ଆଗାମୀ ସମୟରେ ଫ୍ରାନ୍ସରୁ ଅସ୍ତ୍ରଶସ୍ତ୍ର ଓ ରକ୍ଷା ଉପକରଣ କ୍ରୟ ପାଇଁ ଆଲୋଚନା ଚାଲିଛି। ଏଥିରେ ବାୟୁସେନା ନିମନ୍ତେ ଆହୁରି ଅଧିକ ରାଫେଲ ବିମାନ କ୍ରୟର ବିକଳ୍ପ ମଧ୍ୟ ରହିଛି। ଜେନେରାଲ ଦ୍ୱିବେଦୀ ଏହି ଗସ୍ତ କାଳରେ ଫ୍ରାନ୍ସ ସେନାମୁଖ୍ୟ ପିୟରେ ସିଲଙ୍କ ସହ ଆଲୋଚନା ସମେତ ସେଠାକାର ସମସ୍ତ ବରିଷ୍ଠ ସେନା ନେତୃତ୍ୱଙ୍କୁ ସାକ୍ଷାତ କରିବେ। ଏହି ଅବସରରେ ସେନା ମୁଖ୍ୟ ପ୍ୟାରିସ ଗସ୍ତ କାଳରେ ପ୍ରତିଷ୍ଠିତ ମିଲେଟ୍ରି ସ୍କୁଲ ଓ ଇନିଷ୍ଟିଟ୍ୟୁସନ କମ୍ପ୍ଲେକ୍ସ ଇକୋଲେ ମିଲଟେୟରର ପରିଦର୍ଶନ ମଧ୍ୟ କରିବେ। ଏଠାରେ ତାଙ୍କୁ ଫ୍ୟୁଚର କମ୍ବାଟ କମାଣ୍ଡ(ସିସିଏଫ) ସମ୍ପର୍କରେ ସୂଚନା ଦିଆଯିବ। ଫରାସୀ ସେନାର ବୈଷୟିକ ଅନୁଭାଗ ଏସଟିଏଟି ସମ୍ପର୍କରେ ମଧ୍ୟ ତାଙ୍କୁ ବିସ୍ତୃତ ସୂଚନା ଦିଆଯିବ। ଏହା ସହିତ ସେ ବର୍ସେଲସ୍ ରେ ବ୍ୟାଟେଲ ଲ୍ୟାବ ଟେରେ ଗସ୍ତ କରିବେ। ଉଲ୍ଲେଖଯୋଗ୍ୟ ଯେ ଫ୍ରାନ୍ସ ସେନା ମୁଖ୍ୟ ଗତବର୍ଷ ଫେବୃଆରୀ ମାସରେ ଭାରତ ଗସ୍ତ କରିଥିଲେ। ଭାରତୀୟ ସ୍ଥଳ ସେନା ମୁଖ୍ୟ ତାଙ୍କ ଯାତ୍ରାର ଦ୍ୱିତୀୟ ଦିନ ଫେବୃଆରୀ ୨୫ ତାରିଖରେ ମାର୍ସିଲେ ଯିବେ। ସେଠାରେ ସେ ଫରାସୀ ସେନାର ତୃତୀୟ ଡିଭିଜନ ପରିଦର୍ଶନ କରିବେ। ଏଠାରେ ସେନାମୁଖ୍ୟ ତୃତୀୟ ଡିଭିଜନର ମିସନ ଓ ଭୂମିକା, ଦ୍ୱିପକ୍ଷୀୟ ସୈନ୍ୟ ଅଭ୍ୟାସ ଶକ୍ତି, ଭାରତ-ଫ୍ରାନ୍ସ ପ୍ରଶିକ୍ଷଣ ସହଯୋଗ ଓ ଫରାସୀ ସେନା ଆଧୁନିକରଣ କାର୍ଯ୍ୟକ୍ରମ ‘ସ୍କର୍ପିୟନ’ସହ ମଧ୍ୟ ପରିଚିତ ହେବେ। ଗସ୍ତର ଶେଷ ଦିନ ଫେବୃଆରୀ ୨୭ ତାରିଖରେ ପ୍ରଥମ ବିଶ୍ୱଯୁଦ୍ଧରେ ଶହିଦ ହୋଇଥିବା ଭାରତୀୟ ସୈନିକଙ୍କ ସମ୍ମାନରେ ପୁଷ୍ପାଞ୍ଜଳି ଅର୍ପଣ ନିମନ୍ତେ ନ୍ୟୁଭେ ଚ୍ୟାପଲ ଭାରତୀୟ ଯୁଦ୍ଧ ସ୍ମାରକ ଗସ୍ତ କରିବେ।

ନୂଆଦିଲ୍ଲୀ ୨୩।୨: ଭାରତ ଓ ଫ୍ରାନ୍ସ ମଧ୍ୟରେ ରଣନୈତିକ ପ୍ରତିରକ୍ଷା ତଥା ସୈନ୍ୟ ସହଯୋଗ ମଜଭୁତ କରିବା ଲାଗି ଜାରି ଉଦ୍ୟମ ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୨୪ରୁ ୨୭ ଫେବୃଆରୀ ୪ ଦିବସୀୟ ଅଧିକାରୀକ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ଯାତ୍ରାର ଗୁରୁତ୍ୱ ନେଇ ସେନା କହିଛି ଯେ ଏହି ଗସ୍ତର ଉଦ୍ଦେଶ୍ୟ ଭାରତ-ଫ୍ରାନ୍ସ ସୈନ୍ୟ ସହଯୋଗକୁ ମଜଭୁତ କରିବା, ସହଯୋଗର ନୂଆ ରାସ୍ତା ଖୋଜିବା ଓ ଦୁଇ ଦେଶର ସେନାଙ୍କ ମଧ୍ୟରେ ରଣନୈତିକ ଭାଗିଦାରୀ ବଢାଇବା।
ଭାରତର ପ୍ରତିରକ୍ଷା ଆବଶ୍ୟକତା ଦୃଷ୍ଟିରୁ ଫ୍ରାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଭରଯୋଗ୍ୟ ରଣନୈତିକ ଭାଗିଦାର ତଥା ଆଗାମୀ ସମୟରେ ଫ୍ରାନ୍ସରୁ ଅସ୍ତ୍ରଶସ୍ତ୍ର ଓ ରକ୍ଷା ଉପକରଣ କ୍ରୟ ପାଇଁ ଆଲୋଚନା ଚାଲିଛି। ଏଥିରେ ବାୟୁସେନା ନିମନ୍ତେ ଆହୁରି ଅଧିକ ରାଫେଲ ବିମାନ କ୍ରୟର ବିକଳ୍ପ ମଧ୍ୟ ରହିଛି। ଜେନେରାଲ ଦ୍ୱିବେଦୀ ଏହି ଗସ୍ତ କାଳରେ ଫ୍ରାନ୍ସ ସେନାମୁଖ୍ୟ ପିୟରେ ସିଲଙ୍କ ସହ ଆଲୋଚନା ସମେତ ସେଠାକାର ସମସ୍ତ ବରିଷ୍ଠ ସେନା ନେତୃତ୍ୱଙ୍କୁ ସାକ୍ଷାତ କରିବେ।
ଏହି ଅବସରରେ ସେନା ମୁଖ୍ୟ ପ୍ୟାରିସ ଗସ୍ତ କାଳରେ ପ୍ରତିଷ୍ଠିତ ମିଲେଟ୍ରି ସ୍କୁଲ ଓ ଇନିଷ୍ଟିଟ୍ୟୁସନ କମ୍ପ୍ଲେକ୍ସ ଇକୋଲେ ମିଲଟେୟରର ପରିଦର୍ଶନ ମଧ୍ୟ କରିବେ। ଏଠାରେ ତାଙ୍କୁ ଫ୍ୟୁଚର କମ୍ବାଟ କମାଣ୍ଡ(ସିସିଏଫ) ସମ୍ପର୍କରେ ସୂଚନା ଦିଆଯିବ। ଫରାସୀ ସେନାର ବୈଷୟିକ ଅନୁଭାଗ ଏସଟିଏଟି ସମ୍ପର୍କରେ ମଧ୍ୟ ତାଙ୍କୁ ବିସ୍ତୃତ ସୂଚନା ଦିଆଯିବ। ଏହା ସହିତ ସେ ବର୍ସେଲସ୍ ରେ ବ୍ୟାଟେଲ ଲ୍ୟାବ ଟେରେ ଗସ୍ତ କରିବେ।
ଉଲ୍ଲେଖଯୋଗ୍ୟ ଯେ ଫ୍ରାନ୍ସ ସେନା ମୁଖ୍ୟ ଗତବର୍ଷ ଫେବୃଆରୀ ମାସରେ ଭାରତ ଗସ୍ତ କରିଥିଲେ। ଭାରତୀୟ ସ୍ଥଳ ସେନା ମୁଖ୍ୟ ତାଙ୍କ ଯାତ୍ରାର ଦ୍ୱିତୀୟ ଦିନ ଫେବୃଆରୀ ୨୫ ତାରିଖରେ ମାର୍ସିଲେ ଯିବେ। ସେଠାରେ ସେ ଫରାସୀ ସେନାର ତୃତୀୟ ଡିଭିଜନ ପରିଦର୍ଶନ କରିବେ। ଏଠାରେ ସେନାମୁଖ୍ୟ ତୃତୀୟ ଡିଭିଜନର ମିସନ ଓ ଭୂମିକା, ଦ୍ୱିପକ୍ଷୀୟ ସୈନ୍ୟ ଅଭ୍ୟାସ ଶକ୍ତି, ଭାରତ-ଫ୍ରାନ୍ସ ପ୍ରଶିକ୍ଷଣ ସହଯୋଗ ଓ ଫରାସୀ ସେନା ଆଧୁନିକରଣ କାର୍ଯ୍ୟକ୍ରମ ‘ସ୍କର୍ପିୟନ’ସହ ମଧ୍ୟ ପରିଚିତ ହେବେ। ଗସ୍ତର ଶେଷ ଦିନ ଫେବୃଆରୀ ୨୭ ତାରିଖରେ ପ୍ରଥମ ବିଶ୍ୱଯୁଦ୍ଧରେ ଶହିଦ ହୋଇଥିବା ଭାରତୀୟ ସୈନିକଙ୍କ ସମ୍ମାନରେ ପୁଷ୍ପାଞ୍ଜଳି ଅର୍ପଣ ନିମନ୍ତେ ନ୍ୟୁଭେ ଚ୍ୟାପଲ ଭାରତୀୟ ଯୁଦ୍ଧ ସ୍ମାରକ ଗସ୍ତ କରିବେ।