ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ: ସଚିନ, ସୌରଭ, ଗେଲ୍ ସବୁ ପଡ଼ିଲେ ପଛରେ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ବିଶ୍ୱ ରେକର୍ଡ କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳି ଏହି ରେକର୍ଡ କରିଛନ୍ତି ରୋହିତ। ତୃତୀୟ ବ୍ୟାଟର ଭାବେ ରୋହିତ ଦିନିକିଆ ଓପନର ଭାବେ ୯୦୦୦ ରନ୍ ପୂରା କରିଛନ୍ତି। ସବୁଠାରୁ କମ୍‌ ଇନିଂସ୍ ଖେଳି ସେ ଏହି ରେକର୍ଡ କରିଛନ୍ତି। ରୋହିତ ଶର୍ମା ଓପନର ବ୍ୟାଟର ଭାବେ ୧୮୧ ଦିନିକିଆ ଇନିଂସ୍ ଖେଳି ୯ ହଜାର ରନ ପୂରା କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା। ସଚିନ ୧୯୭ ଇନିଂସ୍ ଖେଳି ଏହି ରେକର୍ଡ କରିଥିବା ବେଳେ ରୋହିତ ତାଙ୍କ ଠାରୁ ବହୁତ କମ୍ ଇନିଂସ୍‌ରେ ଏହି ସଫଳତା ପାଇଛନ୍ତି। ରୋହିତ ଶର୍ମାଙ୍କୁ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠ ଓପନର ଭାବେ ବିଚାର କରାଯାଏ। କ୍ରିକେଟ୍‌ କ୍ୟରିୟର ଆରମ୍ଭରେ ରୋହିତ ମଧ୍ୟମ କ୍ରମରେ ବ୍ୟାଟିଂ କରୁଥିଲେ। ତେବେ ୨୦୧୧ରୁ ସେ ଓପନିଂ ଆରମ୍ଭ କରିଥିଲେ। ହେଲେ ୨୦୧୩ ଚାମ୍ପିୟନ ଟ୍ରଫିରେ ଓପନିଂ କରି ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପର ଠାରୁ ରୋହିତ କେବେ ପଛକୁ ଫେରି ଚାହିଁ ନାହାନ୍ତି।ପଢନ୍ତୁ-  India vs Pakistan: ଖେଳିବା ପୂର୍ବରୁ ହାରିବାର ଭୟ, ୨୦ ଓଭରରେ ୮୦ ଡଟ୍ ବଲ୍‌ ଯୋଗୁ ଇଣ୍ଟରନେଟ୍‌ରେ ପାକିସ୍ତାନର ମଜାକ ଉଡ଼ାଇଲେ ଫ୍ୟାନ୍ରୋହିତ ଏକମାତ୍ର ଦିନିକିଆ ଓପନର ଭାବେ ୩ଟି ଦ୍ୱିଶତକ ହାସଲ କରିଛନ୍ତି। ଯେଉଁଥିରେ ୨୬୫ର ବିଶାଳ ସ୍କୋର ବି ରହିଥିଲା। ତେଣୁ ରବିବାର(ଫେବ୍ରୁଆରୀ ୨୩) ପାକିସ୍ତାନ ବିପକ୍ଷରେ ରୋହିତ ମାତ୍ର ୧ ରନ କରିବା ମାତ୍ରେ ସେ ଦିନିକିଆ ଓପନର ଭାବେ ୯୦୦୦ ରନ୍ ପୂରଣ କରିଥିଲେ। ଓପନର ଭାବେ ସବୁଠାରୁ ଦ୍ରୁତ ୯୦୦୦ ଦିନିକିଆ ରନ୍ ୧୮୧ ଇନିଂସ – ରୋହିତ ଶର୍ମା ୧୯୭ ଇନିଂସ – ସଚିନ ତେନ୍ଦୁଲକର ୨୩୧ ଇନିଂସ – ସୌରଭ ଗାଙ୍ଗୁଲି ୨୪୬ ଇନିଂସ – କ୍ରିସ୍ ଗେଲ୍ ୨୫୩ ଇନିଂସ – ଆଡାମ୍ ଗିଲକ୍ରିଷ୍ଟ ୨୬୮ ଇନିଂସ – ସନଥ ଜୟସୁରିଆ।ଏଲିଟ ଗ୍ରୁପ୍‌ରେ ସାମିଲ୍ରୋହିତ ଏକଦିବସୀୟ ମ୍ୟାଚ୍‌ରେ ଓପନର ଭାବରେ ୯୦୦୦ରୁ ଅଧିକ ରନ୍ କରିବାରେ ଷଷ୍ଠ ଖେଳାଳି ହୋଇଛନ୍ତି। ଓପନର ଭାବରେ ସଚିନ ତେନ୍ଦୁଲକର ଦିନିକିଆରେ ସର୍ବାଧିକ ରନ ସ୍କୋରରଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ସନଥ ଜୟସୁରିଆ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।ପଢନ୍ତୁ- ଇତିହାସ ରଚିଲେ କୋହଲି, ଏମିତି କରିବାରେ ଦୁନିଆର ପ୍ରଥମ ଖେଳାଳି, ସଚିନଙ୍କ ରେକର୍ଡ ଧ୍ଵସ୍ତଓପନର ଭାବେ ସବୁଠାରୁ ଅଧିକ ଦିନିକିଆ ରନ୍ କରିଥିବା ବ୍ୟାଟର-ସଚିନ ତେନ୍ଦୁଲକର (ଭାରତ): ୧୫,୩୧୦ ରନ, ୩୪୪ ମ୍ୟାଚ୍, ୩୪୦ ଇନିଂସ, ୪୫ ଶତକସନଥ ଜୟସୁରିଆ (ଏସିଆ/ଶ୍ରୀଲଙ୍କା): ୧୨,୭୪୦ ରନ, ୩୮୮ ମ୍ୟାଚ୍, ୩୮୩ ଇନିଂସ, ୨୮ ଶତକକ୍ରିସ୍ ଗେଲ୍ (ଆଇସିସି/ୱେଷ୍ଟ ଇଣ୍ଡିଜ୍): ୧୦,୧୭୯ ରନ୍, ୨୮୦ ମ୍ୟାଚ୍, ୨୭୪ ଇନିଂସ, ୨୫ ଶତକଆଡାମ ଗିଲକ୍ରିଷ୍ଟ (ଅଷ୍ଟ୍ରାଲିଆ/ଆଇସିସି): ୯,୨୦୦ ରନ, ୨୬୦ ମ୍ୟାଚ୍, ୨୫୯ ଇନିଂସ, ୧୬ ଶତକସୌରଭ ଗାଙ୍ଗୁଲି (ଭାରତ): ୯,୧୪୬ ରନ, ୨୪୨ ମ୍ୟାଚ୍, ୨୩୬ ଇନିଂସ, ୧୯ ଶତକରୋହିତ ଶର୍ମା (ଭାରତ): ୯,୦୧୯ ରନ, ୧୮୩ ମ୍ୟାଚ୍, ୧୮୧ ଇନିଂସ, ୩୦ ଶତକ 

Feb 23, 2025 - 22:30
ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ: ସଚିନ, ସୌରଭ, ଗେଲ୍ ସବୁ ପଡ଼ିଲେ ପଛରେ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗି ବିଶ୍ୱ ରେକର୍ଡ କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳି ଏହି ରେକର୍ଡ କରିଛନ୍ତି ରୋହିତ। ତୃତୀୟ ବ୍ୟାଟର ଭାବେ ରୋହିତ ଦିନିକିଆ ଓପନର ଭାବେ ୯୦୦୦ ରନ୍ ପୂରା କରିଛନ୍ତି। ସବୁଠାରୁ କମ୍‌ ଇନିଂସ୍ ଖେଳି ସେ ଏହି ରେକର୍ଡ କରିଛନ୍ତି। 


ରୋହିତ ଶର୍ମା ଓପନର ବ୍ୟାଟର ଭାବେ ୧୮୧ ଦିନିକିଆ ଇନିଂସ୍ ଖେଳି ୯ ହଜାର ରନ ପୂରା କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା। ସଚିନ ୧୯୭ ଇନିଂସ୍ ଖେଳି ଏହି ରେକର୍ଡ କରିଥିବା ବେଳେ ରୋହିତ ତାଙ୍କ ଠାରୁ ବହୁତ କମ୍ ଇନିଂସ୍‌ରେ ଏହି ସଫଳତା ପାଇଛନ୍ତି। ରୋହିତ ଶର୍ମାଙ୍କୁ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠ ଓପନର ଭାବେ ବିଚାର କରାଯାଏ। କ୍ରିକେଟ୍‌ କ୍ୟରିୟର ଆରମ୍ଭରେ ରୋହିତ ମଧ୍ୟମ କ୍ରମରେ ବ୍ୟାଟିଂ କରୁଥିଲେ। ତେବେ ୨୦୧୧ରୁ ସେ ଓପନିଂ ଆରମ୍ଭ କରିଥିଲେ। ହେଲେ ୨୦୧୩ ଚାମ୍ପିୟନ ଟ୍ରଫିରେ ଓପନିଂ କରି ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପର ଠାରୁ ରୋହିତ କେବେ ପଛକୁ ଫେରି ଚାହିଁ ନାହାନ୍ତି।

ପଢନ୍ତୁ-  India vs Pakistan: ଖେଳିବା ପୂର୍ବରୁ ହାରିବାର ଭୟ, ୨୦ ଓଭରରେ ୮୦ ଡଟ୍ ବଲ୍‌ ଯୋଗୁ ଇଣ୍ଟରନେଟ୍‌ରେ ପାକିସ୍ତାନର ମଜାକ ଉଡ଼ାଇଲେ ଫ୍ୟାନ୍

ରୋହିତ ଏକମାତ୍ର ଦିନିକିଆ ଓପନର ଭାବେ ୩ଟି ଦ୍ୱିଶତକ ହାସଲ କରିଛନ୍ତି। ଯେଉଁଥିରେ ୨୬୫ର ବିଶାଳ ସ୍କୋର ବି ରହିଥିଲା। ତେଣୁ ରବିବାର(ଫେବ୍ରୁଆରୀ ୨୩) ପାକିସ୍ତାନ ବିପକ୍ଷରେ ରୋହିତ ମାତ୍ର ୧ ରନ କରିବା ମାତ୍ରେ ସେ ଦିନିକିଆ ଓପନର ଭାବେ ୯୦୦୦ ରନ୍ ପୂରଣ କରିଥିଲେ। 

ଓପନର ଭାବେ ସବୁଠାରୁ ଦ୍ରୁତ ୯୦୦୦ ଦିନିକିଆ ରନ୍
 ୧୮୧ ଇନିଂସ 
– ରୋହିତ ଶର୍ମା
 ୧୯୭ ଇନିଂସ 
– ସଚିନ ତେନ୍ଦୁଲକର
 ୨୩୧ ଇନିଂସ 
– ସୌରଭ ଗାଙ୍ଗୁଲି
 ୨୪୬ ଇନିଂସ 
– କ୍ରିସ୍ ଗେଲ୍
 ୨୫୩ ଇନିଂସ 
– ଆଡାମ୍ ଗିଲକ୍ରିଷ୍ଟ
 ୨୬୮ ଇନିଂସ 
– ସନଥ ଜୟସୁରିଆ।


ଏଲିଟ ଗ୍ରୁପ୍‌ରେ ସାମିଲ୍

ରୋହିତ ଏକଦିବସୀୟ ମ୍ୟାଚ୍‌ରେ ଓପନର ଭାବରେ ୯୦୦୦ରୁ ଅଧିକ ରନ୍ କରିବାରେ ଷଷ୍ଠ ଖେଳାଳି ହୋଇଛନ୍ତି। ଓପନର ଭାବରେ ସଚିନ ତେନ୍ଦୁଲକର ଦିନିକିଆରେ ସର୍ବାଧିକ ରନ ସ୍କୋରରଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ସନଥ ଜୟସୁରିଆ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।

ପଢନ୍ତୁ- ଇତିହାସ ରଚିଲେ କୋହଲି, ଏମିତି କରିବାରେ ଦୁନିଆର ପ୍ରଥମ ଖେଳାଳି, ସଚିନଙ୍କ ରେକର୍ଡ ଧ୍ଵସ୍ତ

ଓପନର ଭାବେ ସବୁଠାରୁ ଅଧିକ ଦିନିକିଆ ରନ୍ କରିଥିବା ବ୍ୟାଟର-
ସଚିନ ତେନ୍ଦୁଲକର (ଭାରତ): ୧୫,୩୧୦ ରନ, ୩୪୪ ମ୍ୟାଚ୍, ୩୪୦ ଇନିଂସ, ୪୫ ଶତକ
ସନଥ ଜୟସୁରିଆ (ଏସିଆ/ଶ୍ରୀଲଙ୍କା): ୧୨,୭୪୦ ରନ, ୩୮୮ ମ୍ୟାଚ୍, ୩୮୩ ଇନିଂସ, ୨୮ ଶତକ
କ୍ରିସ୍ ଗେଲ୍ (ଆଇସିସି/ୱେଷ୍ଟ ଇଣ୍ଡିଜ୍): ୧୦,୧୭୯ ରନ୍, ୨୮୦ ମ୍ୟାଚ୍, ୨୭୪ ଇନିଂସ, ୨୫ ଶତକ
ଆଡାମ ଗିଲକ୍ରିଷ୍ଟ (ଅଷ୍ଟ୍ରାଲିଆ/ଆଇସିସି): ୯,୨୦୦ ରନ, ୨୬୦ ମ୍ୟାଚ୍, ୨୫୯ ଇନିଂସ, ୧୬ ଶତକ
ସୌରଭ ଗାଙ୍ଗୁଲି (ଭାରତ): ୯,୧୪୬ ରନ, ୨୪୨ ମ୍ୟାଚ୍, ୨୩୬ ଇନିଂସ, ୧୯ ଶତକ
ରୋହିତ ଶର୍ମା (ଭାରତ): ୯,୦୧୯ ରନ, ୧୮୩ ମ୍ୟାଚ୍, ୧୮୧ ଇନିଂସ, ୩୦ ଶତକ