ରୋହିତଙ୍କ ରାସ୍ତାରେ କୋହଲି, ଟେଷ୍ଟ କ୍ରିକେଟକୁ କହିଲେ ଅଲ୍ବିଦା !
ନୂଆଦିଲ୍ଲୀ ୧୦।୦୫: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନେଇଛନ୍ତି ନିଷ୍ପତ୍ତି । ଏନେଇ ସେ ବିସିସିଆଇକୁ ଅବଗତ କରାଇଛନ୍ତି । ତେବେ କୋହଲିଙ୍କୁ ଏହି ନିଷ୍ପତ୍ତିକୁ ନେଇ ପୁନର୍ବିଚାର କରିବାକୁ ଅପିଲ୍ କରିଛନ୍ତି ବୋର୍ଡର ଉଚ୍ଚସ୍ତରୀୟ ଅଧିକାରୀ । ଯେଉଁଥିପାଇଁ କୋହଲି ଇଂଲଣ୍ଡ ଗସ୍ତରେ ଟିମ୍ର ଅଂଶ ହେବାର ସମ୍ଭାବନା ବହୁତ କମ୍ ରହିଛି ।ବିରାଟଙ୍କ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ୭ ମଇରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ରେଡ୍ ବଲ୍ କ୍ରିକେଟକୁ ଅଲବିଦା କହିଥିଲେ । ରୋହିତ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ୍ ଖେଳିବା ଜାରି ରଖିବେ । ଗତବର୍ଷ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ୍ ଜିତିବା ପରେ ୩୮ ବର୍ଷୀୟ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇଥିଲେ। ରୋହିତଙ୍କ ପରି କୋହଲି ମଧ୍ୟ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟକୁ ଅଲବିଦା କହିଥିଲେ । ଯଦି କୋହଲି ଅବସର ନିଅନ୍ତି ତେବେ ROKO ଯୋଡ଼ିକୁ କେବଳ ODIରେ ଖେଳୁଥିବା ଦେଖିବେ ଫ୍ୟାନ୍ସ । ଦୁହେଁ ବର୍ତ୍ତମାନ ଆଇପିଏଲ କ୍ରିକେଟରେ ଖେଳୁଥିବାର ଦେଖିବାକୁ ମିଳୁଥିଲେ । କିନ୍ତୁ ଏହାକୁ ମଧ୍ୟ ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ସ୍ଥଗିତ ରଖାଯାଇଛି । ଶେଷଥର ପାଇଁ ଟେଷ୍ଟ କ୍ରିକେଟରେ ୩୬ ବର୍ଷୀୟ ବିରାଟ କୋହଲିଙ୍କୁ ବର୍ଡର-ଗାଭାସ୍କର ଟ୍ରଫିରେ ଖେଳୁଥିବାର ନଜର ଆସିଥିଲେ । ଯେଉଁଠାରେ ଭାରତକୁ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ବିରାଟ କୋହଲି ସିରିଜର ପ୍ରଥମ ମ୍ୟାଚ୍ ଅର୍ଥାତ୍ ପର୍ଥ ଟେଷ୍ଟରେ ଶତକ ମାରିଥିଲେ । କିନ୍ତୁ ଏହା ପରେ ତାଙ୍କୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା ।

ନୂଆଦିଲ୍ଲୀ ୧୦।୦୫: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନେଇଛନ୍ତି ନିଷ୍ପତ୍ତି । ଏନେଇ ସେ ବିସିସିଆଇକୁ ଅବଗତ କରାଇଛନ୍ତି । ତେବେ କୋହଲିଙ୍କୁ ଏହି ନିଷ୍ପତ୍ତିକୁ ନେଇ ପୁନର୍ବିଚାର କରିବାକୁ ଅପିଲ୍ କରିଛନ୍ତି ବୋର୍ଡର ଉଚ୍ଚସ୍ତରୀୟ ଅଧିକାରୀ । ଯେଉଁଥିପାଇଁ କୋହଲି ଇଂଲଣ୍ଡ ଗସ୍ତରେ ଟିମ୍ର ଅଂଶ ହେବାର ସମ୍ଭାବନା ବହୁତ କମ୍ ରହିଛି ।
ବିରାଟଙ୍କ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ୭ ମଇରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ରେଡ୍ ବଲ୍ କ୍ରିକେଟକୁ ଅଲବିଦା କହିଥିଲେ । ରୋହିତ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ୍ ଖେଳିବା ଜାରି ରଖିବେ । ଗତବର୍ଷ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ୍ ଜିତିବା ପରେ ୩୮ ବର୍ଷୀୟ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇଥିଲେ। ରୋହିତଙ୍କ ପରି କୋହଲି ମଧ୍ୟ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟକୁ ଅଲବିଦା କହିଥିଲେ ।
ଯଦି କୋହଲି ଅବସର ନିଅନ୍ତି ତେବେ ROKO ଯୋଡ଼ିକୁ କେବଳ ODIରେ ଖେଳୁଥିବା ଦେଖିବେ ଫ୍ୟାନ୍ସ । ଦୁହେଁ ବର୍ତ୍ତମାନ ଆଇପିଏଲ କ୍ରିକେଟରେ ଖେଳୁଥିବାର ଦେଖିବାକୁ ମିଳୁଥିଲେ । କିନ୍ତୁ ଏହାକୁ ମଧ୍ୟ ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ସ୍ଥଗିତ ରଖାଯାଇଛି ।
ଶେଷଥର ପାଇଁ ଟେଷ୍ଟ କ୍ରିକେଟରେ ୩୬ ବର୍ଷୀୟ ବିରାଟ କୋହଲିଙ୍କୁ ବର୍ଡର-ଗାଭାସ୍କର ଟ୍ରଫିରେ ଖେଳୁଥିବାର ନଜର ଆସିଥିଲେ । ଯେଉଁଠାରେ ଭାରତକୁ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ବିରାଟ କୋହଲି ସିରିଜର ପ୍ରଥମ ମ୍ୟାଚ୍ ଅର୍ଥାତ୍ ପର୍ଥ ଟେଷ୍ଟରେ ଶତକ ମାରିଥିଲେ । କିନ୍ତୁ ଏହା ପରେ ତାଙ୍କୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା ।