ଯୁଦ୍ଧ ଭାରତ ଚାହେଁନି,ଏଥିରେ କାହାର ଲାଭ ହେବନି: ଚୀନକୁ କହିଲେ ଡୋଭାଲ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇବା ପରେ ବିଭିନ୍ନ ଆଡ଼ୁ ଏହାକୁ ନେଇ ପ୍ରଶ୍ନ ଉଠୁଛି। ଏହାରି ଭିତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଡୋଭାଲ ଚୀନ୍‌କୁ ଗୁରୁତ୍ୱପୂର୍ଣ୍ଣ କଥା କହିଛି। ଭାରତ ଯୁଦ୍ଧକୁ ପସନ୍ଦ କରେ ନାହିଁ କି ଏହା କୌଣସି ପକ୍ଷର ସ୍ୱାର୍ଥ ପୂରଣ କରେ ନାହିଁ ବୋଲି ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ କହିଥିବା ସୂଚନା ମିଳିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଶନିବାର ୱାଙ୍ଗ୍‌ ୟି ଓ ଡୋଭାଲଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଥିଲା। ଏଥିରେ ଡୋଭାଲ୍ ଚୀନକୁ ଏହି ଉତ୍ତର ଦେଇଛନ୍ତି।ଆଲୋଚନା ପରେ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ "ସିପିସି କେନ୍ଦ୍ରୀୟ କମିଟିର ରାଜନୈତିକ ବ୍ୟୁରୋର ସଦସ୍ୟ ଏବଂ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର କମିଶନର କାର୍ଯ୍ୟାଳୟର ନିର୍ଦ୍ଦେଶକ ୱାଙ୍ଗ ୟି, ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି।" ୱାଙ୍ଗ ୟିଙ୍କ ସହ ଆଲୋଚନାରେ ଏନଏସଏ ଡୋଭାଲ କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ କର୍ମଚାରୀଙ୍କ ମଧ୍ୟରେ ବହୁତ କ୍ଷତି ହୋଇଛି ଏବଂ ଭାରତକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଯୁଦ୍ଧ ନେଇ ଅଜିତ ଡୋଭାଲ କହିଛନ୍ତି ଯେ ଭାରତ ଏହା ସପକ୍ଷେର ନଥିଲା। ଭାରତ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି "ଭାରତ ଏବଂ ପାକିସ୍ତାନ ଉଭୟ ଯୁଦ୍ଧବିରତି ବଜାୟ ରଖିବାକୁ ପ୍ରତିବଦ୍ଧ ଏବଂ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଆଶା କରୁଛନ୍ତି।" ଚୀନ୍ ପକ୍ଷରୁ ଚୀନ୍ ବୈଦେଶିକ ମନ୍ତ୍ରୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ସମସ୍ତ ପ୍ରକାରର ଆତଙ୍କବାଦକୁ ବିରୋଧ କରିଥିଲେ।ଭାରତ ସହିତ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇବା ପରେ ପାକିସ୍ତାନ ଅବିଳେମ୍ବେ ନିଜ ମିତ୍ର ରାଷ୍ଟ୍ରମାନଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ କରାଇଛି। ପାକିସ୍ତାନ ମିତ୍ରରାଷ୍ଟ୍ରମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। ତେବେ ଚୀନ ପୁଣିଥରେ ପାକିସ୍ତାନକୁ ଦୃଢ଼ ସମର୍ଥନ ଜଣାଇଛି। ପାକିସ୍ତାନର "ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଜାତୀୟ ସ୍ୱାଧୀନତା" ବଜାୟ ରଖିବାରେ ଚୀନ ସମର୍ଥନ ଜାରି ରଖିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶନିବାର କହିଛନ୍ତି।  ଚୀନ୍ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସହ ଟେଲିଫୋନରେ କଥା ହେବା ବେଳେ ଏପରି କହିଛନ୍ତି।   

May 11, 2025 - 00:30
ଯୁଦ୍ଧ ଭାରତ ଚାହେଁନି,ଏଥିରେ କାହାର ଲାଭ ହେବନି: ଚୀନକୁ କହିଲେ ଡୋଭାଲ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇବା ପରେ ବିଭିନ୍ନ ଆଡ଼ୁ ଏହାକୁ ନେଇ ପ୍ରଶ୍ନ ଉଠୁଛି। ଏହାରି ଭିତରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଡୋଭାଲ ଚୀନ୍‌କୁ ଗୁରୁତ୍ୱପୂର୍ଣ୍ଣ କଥା କହିଛି। ଭାରତ ଯୁଦ୍ଧକୁ ପସନ୍ଦ କରେ ନାହିଁ କି ଏହା କୌଣସି ପକ୍ଷର ସ୍ୱାର୍ଥ ପୂରଣ କରେ ନାହିଁ ବୋଲି ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ କହିଥିବା ସୂଚନା ମିଳିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଶନିବାର ୱାଙ୍ଗ୍‌ ୟି ଓ ଡୋଭାଲଙ୍କ ମଧ୍ୟରେ ଫୋନ୍‌ରେ ଆଲୋଚନା ହୋଇଥିଲା। ଏଥିରେ ଡୋଭାଲ୍ ଚୀନକୁ ଏହି ଉତ୍ତର ଦେଇଛନ୍ତି।

ଆଲୋଚନା ପରେ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ "ସିପିସି କେନ୍ଦ୍ରୀୟ କମିଟିର ରାଜନୈତିକ ବ୍ୟୁରୋର ସଦସ୍ୟ ଏବଂ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର କମିଶନର କାର୍ଯ୍ୟାଳୟର ନିର୍ଦ୍ଦେଶକ ୱାଙ୍ଗ ୟି, ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି।" ୱାଙ୍ଗ ୟିଙ୍କ ସହ ଆଲୋଚନାରେ ଏନଏସଏ ଡୋଭାଲ କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ କର୍ମଚାରୀଙ୍କ ମଧ୍ୟରେ ବହୁତ କ୍ଷତି ହୋଇଛି ଏବଂ ଭାରତକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। 

ଯୁଦ୍ଧ ନେଇ ଅଜିତ ଡୋଭାଲ କହିଛନ୍ତି ଯେ ଭାରତ ଏହା ସପକ୍ଷେର ନଥିଲା। ଭାରତ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି "ଭାରତ ଏବଂ ପାକିସ୍ତାନ ଉଭୟ ଯୁଦ୍ଧବିରତି ବଜାୟ ରଖିବାକୁ ପ୍ରତିବଦ୍ଧ ଏବଂ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଆଶା କରୁଛନ୍ତି।" ଚୀନ୍ ପକ୍ଷରୁ ଚୀନ୍ ବୈଦେଶିକ ମନ୍ତ୍ରୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ସମସ୍ତ ପ୍ରକାରର ଆତଙ୍କବାଦକୁ ବିରୋଧ କରିଥିଲେ।

ଭାରତ ସହିତ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇବା ପରେ ପାକିସ୍ତାନ ଅବିଳେମ୍ବେ ନିଜ ମିତ୍ର ରାଷ୍ଟ୍ରମାନଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ କରାଇଛି। ପାକିସ୍ତାନ ମିତ୍ରରାଷ୍ଟ୍ରମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। ତେବେ ଚୀନ ପୁଣିଥରେ ପାକିସ୍ତାନକୁ ଦୃଢ଼ ସମର୍ଥନ ଜଣାଇଛି।

ପାକିସ୍ତାନର "ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଜାତୀୟ ସ୍ୱାଧୀନତା" ବଜାୟ ରଖିବାରେ ଚୀନ ସମର୍ଥନ ଜାରି ରଖିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶନିବାର କହିଛନ୍ତି।  ଚୀନ୍ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସହ ଟେଲିଫୋନରେ କଥା ହେବା ବେଳେ ଏପରି କହିଛନ୍ତି।