ମୁର୍ଶିଦାବାଦ ୱାକ୍ଫ ହିଂସାକାଣ୍ଡ ଘଟାଇଛନ୍ତି ବାଂଲାଦେଶୀ ଚରମପନ୍ଥୀ: ଗୃହମନ୍ତ୍ରଣାଳୟକୁ ତଦନ୍ତ ରିପୋର୍ଟ
ନୂଆଦିଲ୍ଲୀ: ୱାକ୍ଫ ବିଲ୍କୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ଦଙ୍ଗା ପଛରେ କୌଣସି ଭାରତୀୟ ମୁସଲିମଙ୍କ ସମ୍ପୃକ୍ତି ନାହିଁ। ବାଂଲାଦେଶର ଚରମପନ୍ଥୀମାନେ ହିଁ ପଶ୍ଚିମବଙ୍ଗରେ ପଶି ଏଭଳି ଦଙ୍ଗା କରିଛନ୍ତି। ଦଙ୍ଗା ନେଇ ତଦନ୍ତ କରି କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଏଭଳି ରିପୋର୍ଟ ଦିଆଯାଇଥିବା ସୂଚନା ମିଳିଛି।ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ୱାକଫ ଆଇନକୁ ନେଇ ପ୍ରତିବାଦ ସମୟରେ ମୁର୍ଶିଦାବାଦ ଜିଲ୍ଲା ଏବଂ ଦକ୍ଷିଣ ୨୪ ପ୍ରଗଣାରେ ଉତ୍ତେଜନା ଦେଖା ଦେଇଥିଲା। ଏଥିପାଇଁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖି ପାରି ନଥିଲେ। ଯେଉଁଥିରେ ହିଂସା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବୋଲି ରିପୋର୍ଟରେ କୁହାଯାଇଛି। ତେବେ ରିପୋର୍ଟ ନେଇ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ। ଉତ୍ତର ପ୍ରଦେଶର ୨.୨ ଲକ୍ଷ ପରେ ଦ୍ୱିତୀୟରେ ପଶ୍ଚିମବଙ୍ଗରେ ୮୦,୪୮୦ ରୁ ଅଧିକ ୱାକଫ ସମ୍ପତ୍ତି ରହିଛି। ସଂସଦରେ ୱାକ୍ଫ ଆଇନ ପାସ୍ ପରେ ରାଜ୍ୟରେ ବ୍ୟାପକ ହିଂସକ ଆନ୍ଦୋଳନ ଦେଖିବାକୁ ମିଳିଛି।ଏହି ଆଇନ୍କୁ ଦେଇ ବର୍ତ୍ତମାନ ଦେଶର ମୁସଲମାନ ଦୁଇ ଭାଗ ହୋଇଛନ୍ତି। କିଛି ମୁସଲମାନ ଏହି ଆଇନକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି। ଏବଂ ଦେଶର କିଛି ନେତା ମଧ୍ୟ ବିଲ୍ ବିରୋଧରେ ସାଧାରଣ ଲୋକଙ୍କ ମତାଇବା ସହିତ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛନ୍ତି। ସରକାର ଏହି ଆଇନ ବଳରେ ମୁସଲମାନଙ୍କ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ମୁସଲମାନ ଦାବି କରୁଥିବା ବେଳେ ସମର୍ଥକ ମୁସଲମାନ କହୁଛନ୍ତି ବେଆଇନ ଭାବେ ଜମି ହଡ଼ପକାରୀଙ୍କ ପାଇଁ ଏହା ଉତ୍ତମ ଦଣ୍ଡ ହେବ। ଅନ୍ୟପଟେ ସରକାର କହୁଛନ୍ତି ଏହି ଆଇନ ୱାକ୍ଫ ସମ୍ପତ୍ତିରେ ସ୍ୱଚ୍ଛତା ଆଣିବା। ଭୂମି ମାଫିଆଙ୍କ ଅଡ଼ୁଆ ସୃଷ୍ଟି କରିବ ଓ ଗରିବ ମୁସଲମାନଙ୍କର ଅନେକ ଉପକାର ହେବ। ପଢନ୍ତୁ- ତୀବ୍ର ହେଉଛି ଆମେରିକା ଓ ଚୀନ୍ ବାଣିଜ୍ୟ ଯୁଦ୍ଧ, ୭ ଦାମୀ ଧାତୁ ରପ୍ତାନୀ ବନ୍ଦ କଲା ଡ୍ରାଗନଘଟଣାରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ହିଂସା ତେଜିଛି। ବିଶେଷ କରି ସୁତି ଏବଂ ସମସେରଗଞ୍ଜରେ ୱାକଫ ଆଇନ ବିରୋଧରେ ପ୍ରତିବାଦ ହିଂସାତ୍ମକ ହେବା ପରେ ଅନେକ ଦୋକାନ ଏବଂ ଯାନବାହାନ ପୋଡ଼ି ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ଘର ଭାଙ୍ଗି ଦିଆଯାଇଛି। ଏପ୍ରିଲ ୧୧ ତାରିଖରେ ମୁସଲିମ ବହୁଳ ଜିଲ୍ଲାରେ ଉତ୍ତେଜନା ଦେଖାଦେବା ପରଠାରୁ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଏହି ଅଞ୍ଚଳ ଛାଡି ପଳାଇଛନ୍ତି। ସୂଚନା ଥାଉକି, ବାଂଲାଦେଶକୁ ଲାଗିଥିବା ମୁର୍ଶିଦାବାଦ ଜିଲ୍ଲାରେ ୨୦୧୧ ଜନଗଣନା ଅନୁଯାୟୀ ୬୬ ପ୍ରତିଶତ ମୁସ୍ଲିମ ରହିଛନ୍ତି।

ନୂଆଦିଲ୍ଲୀ: ୱାକ୍ଫ ବିଲ୍କୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ଦଙ୍ଗା ପଛରେ କୌଣସି ଭାରତୀୟ ମୁସଲିମଙ୍କ ସମ୍ପୃକ୍ତି ନାହିଁ। ବାଂଲାଦେଶର ଚରମପନ୍ଥୀମାନେ ହିଁ ପଶ୍ଚିମବଙ୍ଗରେ ପଶି ଏଭଳି ଦଙ୍ଗା କରିଛନ୍ତି। ଦଙ୍ଗା ନେଇ ତଦନ୍ତ କରି କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଏଭଳି ରିପୋର୍ଟ ଦିଆଯାଇଥିବା ସୂଚନା ମିଳିଛି।
ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ୱାକଫ ଆଇନକୁ ନେଇ ପ୍ରତିବାଦ ସମୟରେ ମୁର୍ଶିଦାବାଦ ଜିଲ୍ଲା ଏବଂ ଦକ୍ଷିଣ ୨୪ ପ୍ରଗଣାରେ ଉତ୍ତେଜନା ଦେଖା ଦେଇଥିଲା। ଏଥିପାଇଁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖି ପାରି ନଥିଲେ। ଯେଉଁଥିରେ ହିଂସା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବୋଲି ରିପୋର୍ଟରେ କୁହାଯାଇଛି।
ତେବେ ରିପୋର୍ଟ ନେଇ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ। ଉତ୍ତର ପ୍ରଦେଶର ୨.୨ ଲକ୍ଷ ପରେ ଦ୍ୱିତୀୟରେ ପଶ୍ଚିମବଙ୍ଗରେ ୮୦,୪୮୦ ରୁ ଅଧିକ ୱାକଫ ସମ୍ପତ୍ତି ରହିଛି। ସଂସଦରେ ୱାକ୍ଫ ଆଇନ ପାସ୍ ପରେ ରାଜ୍ୟରେ ବ୍ୟାପକ ହିଂସକ ଆନ୍ଦୋଳନ ଦେଖିବାକୁ ମିଳିଛି।
ଏହି ଆଇନ୍କୁ ଦେଇ ବର୍ତ୍ତମାନ ଦେଶର ମୁସଲମାନ ଦୁଇ ଭାଗ ହୋଇଛନ୍ତି। କିଛି ମୁସଲମାନ ଏହି ଆଇନକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି। ଏବଂ ଦେଶର କିଛି ନେତା ମଧ୍ୟ ବିଲ୍ ବିରୋଧରେ ସାଧାରଣ ଲୋକଙ୍କ ମତାଇବା ସହିତ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛନ୍ତି।
ସରକାର ଏହି ଆଇନ ବଳରେ ମୁସଲମାନଙ୍କ ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ମୁସଲମାନ ଦାବି କରୁଥିବା ବେଳେ ସମର୍ଥକ ମୁସଲମାନ କହୁଛନ୍ତି ବେଆଇନ ଭାବେ ଜମି ହଡ଼ପକାରୀଙ୍କ ପାଇଁ ଏହା ଉତ୍ତମ ଦଣ୍ଡ ହେବ। ଅନ୍ୟପଟେ ସରକାର କହୁଛନ୍ତି ଏହି ଆଇନ ୱାକ୍ଫ ସମ୍ପତ୍ତିରେ ସ୍ୱଚ୍ଛତା ଆଣିବା। ଭୂମି ମାଫିଆଙ୍କ ଅଡ଼ୁଆ ସୃଷ୍ଟି କରିବ ଓ ଗରିବ ମୁସଲମାନଙ୍କର ଅନେକ ଉପକାର ହେବ।
ପଢନ୍ତୁ- ତୀବ୍ର ହେଉଛି ଆମେରିକା ଓ ଚୀନ୍ ବାଣିଜ୍ୟ ଯୁଦ୍ଧ, ୭ ଦାମୀ ଧାତୁ ରପ୍ତାନୀ ବନ୍ଦ କଲା ଡ୍ରାଗନ
ଘଟଣାରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ହିଂସା ତେଜିଛି। ବିଶେଷ କରି ସୁତି ଏବଂ ସମସେରଗଞ୍ଜରେ ୱାକଫ ଆଇନ ବିରୋଧରେ ପ୍ରତିବାଦ ହିଂସାତ୍ମକ ହେବା ପରେ ଅନେକ ଦୋକାନ ଏବଂ ଯାନବାହାନ ପୋଡ଼ି ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ଘର ଭାଙ୍ଗି ଦିଆଯାଇଛି। ଏପ୍ରିଲ ୧୧ ତାରିଖରେ ମୁସଲିମ ବହୁଳ ଜିଲ୍ଲାରେ ଉତ୍ତେଜନା ଦେଖାଦେବା ପରଠାରୁ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଏହି ଅଞ୍ଚଳ ଛାଡି ପଳାଇଛନ୍ତି। ସୂଚନା ଥାଉକି, ବାଂଲାଦେଶକୁ ଲାଗିଥିବା ମୁର୍ଶିଦାବାଦ ଜିଲ୍ଲାରେ ୨୦୧୧ ଜନଗଣନା ଅନୁଯାୟୀ ୬୬ ପ୍ରତିଶତ ମୁସ୍ଲିମ ରହିଛନ୍ତି।