ମାର୍କେଟରେ ହଳଦିଆ ଧାତୁର ଚମକ ବଢିଲା, ଦର ପାର୍ କଲା ୮୩ ହଜାର

ଭୁବନେଶ୍ୱର, ୩୧/୦୧: ବିବାହ ଋତୁରେ ସୁନା ଦର ଆକାଶଛୁଆଁ । ବଢିଚାଲିଛି ସୁନାର ଦର । ଚମକ ବଢ଼ିଚାଲିଛି । ହଳଦିଆ ଧାତୁ ଦର ୮୩,୦୦୦ ଟଙ୍କା ପାର୍‌ କରିଛି । ଭୁରାଜନୈତିକ ଅସ୍ଥିରତା ଏବଂ ଅନିଶ୍ଚିତତା ମଧ୍ୟରେ ସୁନାରେ ନିବେଶ ବଢ଼ିଛି । ଏହା ଦରକୁ ଉପରମୁହାଁ କରୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧୭୦ ଟଙ୍କା ବୃଦ୍ଧି ପାଇ ୮୩,୦୨୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, ୨୨ କ୍ୟାରେଟ୍‌ ସୁନା ଦର ୧୫୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଏହା ୭୬,୧୦୦ ଟଙ୍କାରେ ପହଞ୍ଚିଛି । କିଲୋଗ୍ରାମ ପିଛା ରୁପା ଦର ୨୦୦୦ ଟଙ୍କା ବଢ଼ିଛି । ଫଳରେ ଏହା ୧,୦୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି ।alos read..JK encounter: ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ

Jan 31, 2025 - 09:30
ମାର୍କେଟରେ ହଳଦିଆ ଧାତୁର ଚମକ ବଢିଲା, ଦର ପାର୍ କଲା ୮୩ ହଜାର

ଭୁବନେଶ୍ୱର, ୩୧/୦୧: ବିବାହ ଋତୁରେ ସୁନା ଦର ଆକାଶଛୁଆଁ । ବଢିଚାଲିଛି ସୁନାର ଦର । ଚମକ ବଢ଼ିଚାଲିଛି । ହଳଦିଆ ଧାତୁ ଦର ୮୩,୦୦୦ ଟଙ୍କା ପାର୍‌ କରିଛି । ଭୁରାଜନୈତିକ ଅସ୍ଥିରତା ଏବଂ ଅନିଶ୍ଚିତତା ମଧ୍ୟରେ ସୁନାରେ ନିବେଶ ବଢ଼ିଛି । ଏହା ଦରକୁ ଉପରମୁହାଁ କରୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । 

ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧୭୦ ଟଙ୍କା ବୃଦ୍ଧି ପାଇ ୮୩,୦୨୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, ୨୨ କ୍ୟାରେଟ୍‌ ସୁନା ଦର ୧୫୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଏହା ୭୬,୧୦୦ ଟଙ୍କାରେ ପହଞ୍ଚିଛି । କିଲୋଗ୍ରାମ ପିଛା ରୁପା ଦର ୨୦୦୦ ଟଙ୍କା ବଢ଼ିଛି । ଫଳରେ ଏହା ୧,୦୬,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

alos read..

JK encounter: ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ