ମଙ୍ଗଳବାର ସୁନା ଦାମରେ ହ୍ରାସ, ତଥାପି ରହିଛି ଅଲଟାଇମ ହାଇ
ନୂଆଦିଲ୍ଲୀ: ମଙ୍ଗଳବାର ସୁନା ଦାମରେ ହ୍ରାସ ଦେଖିବାକୁ ମିଳିଛି। ଅବଶ୍ୟ ହ୍ରାସ ସତ୍ତ୍ବେବି ସୁନା ଦାମ୍ ଅଲଟାଇମ୍ ହାଇରେ ରହିଛି। ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜ୍ବେଲର୍ସ ଆସୋସିଏସନ (IBJA)ର ସୂଚନା ଅନୁସାରେ ମଙ୍ଗଳବାର ୧୦ ଗ୍ରାମ୍ ୨୪ କ୍ୟାରେଟ ସୁନା ଦାମ ୨୫୧ ଖସି ୯୩,୧୦୨ ଟଙ୍କା ହୋଇଛି। ଏହା ପୂର୍ବରୁ ୧୦ ଗ୍ରାମ ସୁନାର ଦାମ ୯୩,୩୫୩ ଟଙ୍କା ଥିଲା।ସେହିଭଳି ୧ କେଜି ଚାନ୍ଦିର ଦାମ ୨,୧୦୧ ବଢ଼ି ୯୫,୦୩୦ ପ୍ରତି କେଜି ହୋଇଛି। ଏହା ପୂର୍ବରୁ ଚାନ୍ଦିର ଦାମ୍ ୯୨,୯୨୯ ପ୍ରତି କେଜି ଥିଲା। ସେହିଭଳି ୨୮ ମାର୍ଚ୍ଚରେ ଚାନ୍ଦି ୧,୦୦,୯୩୪ର ଅଲଟାଇମ୍ ହାଇ ଛୁଇଁଥିଲା। ତେବେ ଭୁବନେଶ୍ବର କଥା ଦେଖିଲେ ମଙ୍ଗଳବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ୯୫, ୧୮୦ ଟଙ୍କା ରହିଛି। ଯାହା ଗତକାଲି ୯୫, ୫୧୦ ଟଙ୍କା ରହିଥିଲା। ସେହିଭଳି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ଗତକାଲି ୮୭, ୫୫୦ ଟଙ୍କା ରହିଥିଲା। ଯାହା ମଙ୍ଗଳବାର ୮୭, ୨୦୦ ଟଙ୍କା ରହିଛି। ଏବର୍ଷ ଏପର୍ଯ୍ୟନ୍ତ ୧୬,୯୪୦ ଟଙ୍କା ମହଙ୍ଗା ହେଲାଣି ସୁନାଏବର୍ଷ ଅର୍ଥାତ ଜାନୁଆରୀ ୧ରୁ ଏପର୍ଯ୍ୟନ୍ତ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ୭୬, ୧୬୨ ଟଙ୍କାରୁ ୧୬,୯୪୦ ଟଙ୍କା ବଢ଼ି ୯୩,୧୦୨ ଟଙ୍କା ହୋଇଛି। ସେହିଭଳି ଚାନ୍ଦି ଦାମରେ ମଧ୍ୟ ୮୬,୦୧୭ ଟଙ୍କା ପ୍ରତି କେଜିରୁ ୯,୦୧୩ ଟଙ୍କା ବଢ଼ି ୯୫,୦୩୦ ଟଙ୍କା ହୋଇଛି। ତେବେ ଆମେରିକା ଚୀନ୍ ମଧ୍ୟରେ ବଢ଼ୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାର ଆଶଙ୍କା କାରଣରୁ ଏବର୍ଷ ସୁନା ୩,୭୦୦ ଡଲାର ପ୍ରତି ଆଉନ୍ସ ପର୍ଯ୍ରନ୍ତ ପହଞ୍ଚିପାରେ। ଇଣ୍ଟରନାସନାଲ ମୂଲ୍ୟ ଅନୁଯାୟୀ, ଭାରତରେ ୧୦ ଗ୍ରାମ ସୁନା ଦାମ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ବିଦେଶୀ ନିବେଶକ ବ୍ୟାଙ୍କ ଗୋଲ୍ଡମ୍ୟାନ ସାକ୍ସ ମଧ୍ୟ ଅନୁମାନ କରିଛି।

ନୂଆଦିଲ୍ଲୀ: ମଙ୍ଗଳବାର ସୁନା ଦାମରେ ହ୍ରାସ ଦେଖିବାକୁ ମିଳିଛି। ଅବଶ୍ୟ ହ୍ରାସ ସତ୍ତ୍ବେବି ସୁନା ଦାମ୍ ଅଲଟାଇମ୍ ହାଇରେ ରହିଛି। ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜ୍ବେଲର୍ସ ଆସୋସିଏସନ (IBJA)ର ସୂଚନା ଅନୁସାରେ ମଙ୍ଗଳବାର ୧୦ ଗ୍ରାମ୍ ୨୪ କ୍ୟାରେଟ ସୁନା ଦାମ ୨୫୧ ଖସି ୯୩,୧୦୨ ଟଙ୍କା ହୋଇଛି। ଏହା ପୂର୍ବରୁ ୧୦ ଗ୍ରାମ ସୁନାର ଦାମ ୯୩,୩୫୩ ଟଙ୍କା ଥିଲା।
ସେହିଭଳି ୧ କେଜି ଚାନ୍ଦିର ଦାମ ୨,୧୦୧ ବଢ଼ି ୯୫,୦୩୦ ପ୍ରତି କେଜି ହୋଇଛି। ଏହା ପୂର୍ବରୁ ଚାନ୍ଦିର ଦାମ୍ ୯୨,୯୨୯ ପ୍ରତି କେଜି ଥିଲା। ସେହିଭଳି ୨୮ ମାର୍ଚ୍ଚରେ ଚାନ୍ଦି ୧,୦୦,୯୩୪ର ଅଲଟାଇମ୍ ହାଇ ଛୁଇଁଥିଲା।
ତେବେ ଭୁବନେଶ୍ବର କଥା ଦେଖିଲେ ମଙ୍ଗଳବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ୯୫, ୧୮୦ ଟଙ୍କା ରହିଛି। ଯାହା ଗତକାଲି ୯୫, ୫୧୦ ଟଙ୍କା ରହିଥିଲା। ସେହିଭଳି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ଗତକାଲି ୮୭, ୫୫୦ ଟଙ୍କା ରହିଥିଲା। ଯାହା ମଙ୍ଗଳବାର ୮୭, ୨୦୦ ଟଙ୍କା ରହିଛି।
ଏବର୍ଷ ଏପର୍ଯ୍ୟନ୍ତ ୧୬,୯୪୦ ଟଙ୍କା ମହଙ୍ଗା ହେଲାଣି ସୁନା
ଏବର୍ଷ ଅର୍ଥାତ ଜାନୁଆରୀ ୧ରୁ ଏପର୍ଯ୍ୟନ୍ତ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ୭୬, ୧୬୨ ଟଙ୍କାରୁ ୧୬,୯୪୦ ଟଙ୍କା ବଢ଼ି ୯୩,୧୦୨ ଟଙ୍କା ହୋଇଛି। ସେହିଭଳି ଚାନ୍ଦି ଦାମରେ ମଧ୍ୟ ୮୬,୦୧୭ ଟଙ୍କା ପ୍ରତି କେଜିରୁ ୯,୦୧୩ ଟଙ୍କା ବଢ଼ି ୯୫,୦୩୦ ଟଙ୍କା ହୋଇଛି।
ତେବେ ଆମେରିକା ଚୀନ୍ ମଧ୍ୟରେ ବଢ଼ୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାର ଆଶଙ୍କା କାରଣରୁ ଏବର୍ଷ ସୁନା ୩,୭୦୦ ଡଲାର ପ୍ରତି ଆଉନ୍ସ ପର୍ଯ୍ରନ୍ତ ପହଞ୍ଚିପାରେ। ଇଣ୍ଟରନାସନାଲ ମୂଲ୍ୟ ଅନୁଯାୟୀ, ଭାରତରେ ୧୦ ଗ୍ରାମ ସୁନା ଦାମ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ବିଦେଶୀ ନିବେଶକ ବ୍ୟାଙ୍କ ଗୋଲ୍ଡମ୍ୟାନ ସାକ୍ସ ମଧ୍ୟ ଅନୁମାନ କରିଛି।