ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାକୁ ନିନ୍ଦା କଲା ବିଜେଡି, କହିଲା- ଏହା ଅକ୍ଷମଣୀୟ ଅପରାଧ, ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଯାଉ
ପାଟଣାଗଡ଼ ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣା ବିଜେଡିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିଛନ୍ତି । ପ୍ରେସମିଟ୍ରେ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ଧ୍ରୁବ ସାହୁ ପ୍ରମୁଖ ବିଜେଡି ନେତା ଉପସ୍ଥିତ ।ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଦିଆଯିବାକୁ ହୀନ ପ୍ରୟାସ କରାଯାଇଛି । ବିଜୁ ବାବୁଙ୍କ କଥା ଲିଭାଇବା ପାଇଁ ଲଗାତର ଭାବେ ଚେଷ୍ଟା କରାଯାଉଛି । ଏହା ଅକ୍ଷମଣୀୟ ଅପରାଧ । ତୁରନ୍ତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରାଯାଉ । ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ବିଜୁ ବାବୁଙ୍କ ନାଁକୁ ଜନମାନସରୁ ହଟାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ କରାଯାଉଛି । ପ୍ରଥମେ ପଞ୍ଚାୟତିରାଜ ଦିବସକୁ ହଟାଗଲା ପରେ ବିଭିନ୍ନ ଯୋଜନାରୁ ବିଜୁ ବାବୁଙ୍କ ନାଁକୁ ହଟାଇ ଦିଆଗଲା । ଏହା ପ୍ରୟୋଜିତ ଷଡଯନ୍ତ୍ର । ବହୁମୂଲ୍ୟ ଆଗକୁ ଦିଆଯିବ ବୋଲି ପ୍ରତାପ କହିଛନ୍ତି ।ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଯେତେବେଳେ ସରକାର ଦୁର୍ବଳ ହୁଏ ସେତେବେଳେ ପ୍ରଶାସନ ଦୁର୍ବଳ ହୁଏ । ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିକୁ ଆକ୍ରମଣ କରାଯାଉଛି । ଅପରାଧି ମାନେ ବହୁତ ଚାଲାକ । ସରକାର ଦୁର୍ବଳ ଦେଖି ଅପରାଧି ମାତିଛନ୍ତି । ମାର୍ଚ୍ଚ ୫ ଜନ୍ମ ଜୟନ୍ତୀରେ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ବେକକୁ କାଟି ଦିଆଗଲା । ଆସନ୍ତା ୧୭ରେ ତିରୋଧାନ ଦିବସ ପୂର୍ବରୁ ପ୍ରତିମୂର୍ତ୍ତି ଜାଳି ଦିଆଗଲା । ଏହା ସୁଚିନ୍ତିତ ଯୋଜନା । ଏହାକୁ ଓଡ଼ିଶାବାସୀ ସହୁ ନାହାନ୍ତି ବୋଲି ସେ କହିଛନ୍ତି ।You Can Read:ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣା : ଦେବାଶିଷ ସାମନ୍ତରାୟ କହିଲେ ମୁଖ୍ୟମନ୍ତ୍ରୀ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେବା ଆବଶ୍ୟକ

ପାଟଣାଗଡ଼ ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣା ବିଜେଡିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିଛନ୍ତି । ପ୍ରେସମିଟ୍ରେ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ଧ୍ରୁବ ସାହୁ ପ୍ରମୁଖ ବିଜେଡି ନେତା ଉପସ୍ଥିତ ।
ବିଜେଡି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଦିଆଯିବାକୁ ହୀନ ପ୍ରୟାସ କରାଯାଇଛି । ବିଜୁ ବାବୁଙ୍କ କଥା ଲିଭାଇବା ପାଇଁ ଲଗାତର ଭାବେ ଚେଷ୍ଟା କରାଯାଉଛି । ଏହା ଅକ୍ଷମଣୀୟ ଅପରାଧ । ତୁରନ୍ତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରାଯାଉ ।
ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ବିଜୁ ବାବୁଙ୍କ ନାଁକୁ ଜନମାନସରୁ ହଟାଇବା ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ କରାଯାଉଛି । ପ୍ରଥମେ ପଞ୍ଚାୟତିରାଜ ଦିବସକୁ ହଟାଗଲା ପରେ ବିଭିନ୍ନ ଯୋଜନାରୁ ବିଜୁ ବାବୁଙ୍କ ନାଁକୁ ହଟାଇ ଦିଆଗଲା । ଏହା ପ୍ରୟୋଜିତ ଷଡଯନ୍ତ୍ର । ବହୁମୂଲ୍ୟ ଆଗକୁ ଦିଆଯିବ ବୋଲି ପ୍ରତାପ କହିଛନ୍ତି ।
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଯେତେବେଳେ ସରକାର ଦୁର୍ବଳ ହୁଏ ସେତେବେଳେ ପ୍ରଶାସନ ଦୁର୍ବଳ ହୁଏ । ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିକୁ ଆକ୍ରମଣ କରାଯାଉଛି । ଅପରାଧି ମାନେ ବହୁତ ଚାଲାକ । ସରକାର ଦୁର୍ବଳ ଦେଖି ଅପରାଧି ମାତିଛନ୍ତି । ମାର୍ଚ୍ଚ ୫ ଜନ୍ମ ଜୟନ୍ତୀରେ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ବେକକୁ କାଟି ଦିଆଗଲା । ଆସନ୍ତା ୧୭ରେ ତିରୋଧାନ ଦିବସ ପୂର୍ବରୁ ପ୍ରତିମୂର୍ତ୍ତି ଜାଳି ଦିଆଗଲା । ଏହା ସୁଚିନ୍ତିତ ଯୋଜନା । ଏହାକୁ ଓଡ଼ିଶାବାସୀ ସହୁ ନାହାନ୍ତି ବୋଲି ସେ କହିଛନ୍ତି ।
You Can Read: