ପୂର୍ବତନ ବିଧାୟକ ନିଜ କର୍ମକୁ ଘୋଡାଇବାକୁ ଯାଇ ଅଭିଯୋଗ କରୁଛନ୍ତି : ଧର୍ମଶାଳା ବିଧାୟକ

ଭୁବନେଶ୍ବର ୧୫।୪: ଧର୍ମଶାଳା ଆରୁହ ପଞ୍ଚାୟତ ହିଂସା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଧର୍ମଶାଳା ପୂର୍ବତନ ବିଧାୟକ ନିଜ କର୍ମକୁ ଘୋଡାଇବାକୁ ଯାଇ ଅଭିଯୋଗ କରୁଛନ୍ତି । ପୂର୍ବତନ ବିଧାୟକ ସ୍ଥାନକୁ ଯାଉଥିଲେ କାହିଁକି, ଆଇନ ହାତକୁ ନେଉଥିଲେ କାହିଁକି । ମୁଁ ରାଜ୍ୟ ବାହାରେ ଥିଲି ଆଜି ପହଞ୍ଚିଲି । ସେ ଘଟଣାରେ ଆମର କିମ୍ବା ଆମ ଦଳର କୌଣସି ସମ୍ପର୍କ ନାହିଁ । ବିଜେଡି ଆଉ ବିଜେଡି ମଧ୍ୟରେ ଏ ମାଡଗୋଳ । ବିଜେଡିରେ ଯେତେବେଳେ ଅନ୍ତଃକନ୍ଦଳ ଆରମ୍ଭ ହୋଇ ଯାଇଛି । ବିଜେଡିର ଅନ୍ତଃକନ୍ଦଳ ଯାଇ ଧର୍ମଶାଳା ଆରୁହରେ ପଞ୍ଚାୟତରେ ପହଞ୍ଚିଛି । ବିଜେଡି ଭିତରେ ତାଙ୍କ ଭିତରେ ମାଡ଼ଗୋଳ । ଧର୍ମଶାଳା ପୂର୍ବତନ ବିଧାୟକ ନିଜ କର୍ମକୁ ଘୋଡାଇବାକୁ ଯାଇ ବିଧାୟକଙ୍କ ନାଁରେ ଅଭିଯୋଗ କରୁଛନ୍ତି । ସବୁଠୁ ଉର୍ଦ୍ଧ୍ବରେ ଆଇନ । ଯିଏ ଦୋଷୀ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । ଯିଏ ଏ ଘଟଣା ଘଟାଇଛନ୍ତି ତାଙ୍କ ବିରୋଧରେ ଆକ୍ସନ ହେବ । ତାଙ୍କ ଦଳ ଲୀନ ହେବାକୁ ଯାଉଛି । ବିଜେଡିର ପୂର୍ବତନ ବିଧାୟକ ଯେଉଁ ନାଁ ନେଉଛନ୍ତି ସବୁ ତାଙ୍କ ଦଳର । କମଟି ମନା କରିଥିଲେ ପୂର୍ବତନ ବିଧାୟକଙ୍କୁ ସେଠାକୁ ଆସିବାକୁ । ସେମାନେ ନିମନ୍ତ୍ରଣ ମଧ୍ୟ ଦେଇ ନଥିଲେ । ସେପଟେ ପୂର୍ବତନ ବିଧାୟକ ସ୍ଥାନକୁ ଯିବା ପାଇଁ ଏସ୍‌ପିଙ୍କ ପାଖରୁ ସୁରକ୍ଷା ମାଗିଥିଲେ । ସେ ସ୍ଥାନକୁ ଯାଉଥିଲେ କାହିଁକି । ଆଇନ ହାତକୁ ନେଉଥିଲେ କାହିଁକି ବୋଲ ହିମାଂଶୁ ସାହୁ କହିଛନ୍ତି ।You Can Read:ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ବଡ଼ ଘୋଷଣା, ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ନେଲେ ଦେବାକୁ ପଡ଼ିବନି ସୁଧ   

Apr 15, 2025 - 17:30
ପୂର୍ବତନ ବିଧାୟକ ନିଜ କର୍ମକୁ ଘୋଡାଇବାକୁ ଯାଇ ଅଭିଯୋଗ କରୁଛନ୍ତି : ଧର୍ମଶାଳା ବିଧାୟକ

ଭୁବନେଶ୍ବର : ଧର୍ମଶାଳା ଆରୁହ ପଞ୍ଚାୟତ ହିଂସା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଧର୍ମଶାଳା ପୂର୍ବତନ ବିଧାୟକ ନିଜ କର୍ମକୁ ଘୋଡାଇବାକୁ ଯାଇ ଅଭିଯୋଗ କରୁଛନ୍ତି । ପୂର୍ବତନ ବିଧାୟକ ସ୍ଥାନକୁ ଯାଉଥିଲେ କାହିଁକି, ଆଇନ ହାତକୁ ନେଉଥିଲେ କାହିଁକି । 

ମୁଁ ରାଜ୍ୟ ବାହାରେ ଥିଲି ଆଜି ପହଞ୍ଚିଲି । ସେ ଘଟଣାରେ ଆମର କିମ୍ବା ଆମ ଦଳର କୌଣସି ସମ୍ପର୍କ ନାହିଁ । ବିଜେଡି ଆଉ ବିଜେଡି ମଧ୍ୟରେ ଏ ମାଡଗୋଳ । ବିଜେଡିରେ ଯେତେବେଳେ ଅନ୍ତଃକନ୍ଦଳ ଆରମ୍ଭ ହୋଇ ଯାଇଛି । ବିଜେଡିର ଅନ୍ତଃକନ୍ଦଳ ଯାଇ ଧର୍ମଶାଳା ଆରୁହରେ ପଞ୍ଚାୟତରେ ପହଞ୍ଚିଛି । ବିଜେଡି ଭିତରେ ତାଙ୍କ ଭିତରେ ମାଡ଼ଗୋଳ । ଧର୍ମଶାଳା ପୂର୍ବତନ ବିଧାୟକ ନିଜ କର୍ମକୁ ଘୋଡାଇବାକୁ ଯାଇ ବିଧାୟକଙ୍କ ନାଁରେ ଅଭିଯୋଗ କରୁଛନ୍ତି । ସବୁଠୁ ଉର୍ଦ୍ଧ୍ବରେ ଆଇନ । ଯିଏ ଦୋଷୀ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । ଯିଏ ଏ ଘଟଣା ଘଟାଇଛନ୍ତି ତାଙ୍କ ବିରୋଧରେ ଆକ୍ସନ ହେବ । ତାଙ୍କ ଦଳ ଲୀନ ହେବାକୁ ଯାଉଛି । ବିଜେଡିର ପୂର୍ବତନ ବିଧାୟକ ଯେଉଁ ନାଁ ନେଉଛନ୍ତି ସବୁ ତାଙ୍କ ଦଳର । କମଟି ମନା କରିଥିଲେ ପୂର୍ବତନ ବିଧାୟକଙ୍କୁ ସେଠାକୁ ଆସିବାକୁ । ସେମାନେ ନିମନ୍ତ୍ରଣ ମଧ୍ୟ ଦେଇ ନଥିଲେ । ସେପଟେ ପୂର୍ବତନ ବିଧାୟକ ସ୍ଥାନକୁ ଯିବା ପାଇଁ ଏସ୍‌ପିଙ୍କ ପାଖରୁ ସୁରକ୍ଷା ମାଗିଥିଲେ । ସେ ସ୍ଥାନକୁ ଯାଉଥିଲେ କାହିଁକି । ଆଇନ ହାତକୁ ନେଉଥିଲେ କାହିଁକି ବୋଲ ହିମାଂଶୁ ସାହୁ କହିଛନ୍ତି ।

You Can Read:

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ବଡ଼ ଘୋଷଣା, ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ନେଲେ ଦେବାକୁ ପଡ଼ିବନି ସୁଧ