ପାଣିରେ ବୁଡ଼ି ୩ ମୃତ, ମୃତକଙ୍କ ମଧ୍ୟରେ ଦୁଇ ନାବାଳକ

ପାରାଦ୍ଵୀପ/ଲମତାପୁଟ: ରାଜ୍ୟର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୩ ଜଣକ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବାବେଳେ ଜଣେ ଯୁବକ ଅଛନ୍ତି। ସୂଚନା ଅନୁଯାୟୀ, ରବିବାର ହାଣ୍ଡିଆ ନିକଟ ତାଳଦଣ୍ଡା କେନାଲରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ ଯୁବକ ବିଭୁପ୍ରସାଦ ନାୟକ (୨୧)। ତାଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଛତା ଗ୍ରାମରେ, ସେ ଏଏମ‌ଏନ‌ଏସ କମ୍ପାନୀରେ କାମ କରୁଥିଲେ। ତେବେ ରବିବାର ଡ୍ୟୁଟି ସାରି ଫେରିବା ପରେ ତାଳଦଣ୍ଡା କେନାଲରେ କପଡ଼ା ଧୋଉଥିବା ସଫା କରୁଥିବା ସମୟରେ ବୁଡ଼ି ଯାଇଥିବା ସମୟରେ ବୁଡ଼ିଯାଇଥିବା ସୂଚନା ମିଳିଛି ।ସ୍ଥାନୀୟ କିଛି ଯୁବକ କେନାଲ ନିକଟରେ ଡ୍ରେସ୍ ଓ ଚପଲ ଦେଖିଥିବା ବେଳେ ପାଣିରେ ତାଙ୍କ ଗୋଡ଼ ଦେଖି ତାଙ୍କୁ ପାଣିରୁ ଉଠାଇ ଅଠରବାଙ୍କୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାର ସୂଚନା ପାଇ ପାରାଦ୍ଵୀପ ଆଦର୍ଶ ଥାନା ଓ ଲକ୍ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିବାରକୁ ସୂଚନା ଦେଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି।ସେପଟେ ଲମତାପୁଟରେ ମଧ୍ୟ ଦୁଇ ନାବାଳକଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଲମତାପୁଟ ବ୍ଲକ ଅଉଡିପଡ଼ା ଗ୍ରାମର ନାବାଳକ ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ।ତେବେ ସେମାନେ ବୁଡ଼ିଯିବା ସମୟରେ ନିକଟରେ ଥିବା କିଛି ପିଲା ସେମାନଙ୍କ ପରିବାର ଲୋକଙ୍କୁ କହିଥିଲେ। ଆଉ ପରିବାରଲୋକେ ଏବଂ ଗ୍ରାମବାସୀ ମିଳିତ ଉଦ୍ୟମରେ ଉଭୟ ନାବାଳକଙ୍କୁ ଉଦ୍ଧାର କରିଥିଲେବି ଦୁଇଜଣଙ୍କ ମୃତ୍ୟୁ ହୋଇଛି l ସେପଟେ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଘଟଣା ସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି l

Feb 23, 2025 - 18:30
ପାଣିରେ ବୁଡ଼ି ୩ ମୃତ, ମୃତକଙ୍କ ମଧ୍ୟରେ ଦୁଇ ନାବାଳକ

ପାରାଦ୍ଵୀପ/ଲମତାପୁଟ: ରାଜ୍ୟର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୩ ଜଣକ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବାବେଳେ ଜଣେ ଯୁବକ ଅଛନ୍ତି। 

ସୂଚନା ଅନୁଯାୟୀ, ରବିବାର ହାଣ୍ଡିଆ ନିକଟ ତାଳଦଣ୍ଡା କେନାଲରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ ଘଟିଛି। ମୃତ ଯୁବକ ବିଭୁପ୍ରସାଦ ନାୟକ (୨୧)। ତାଙ୍କ ଘର କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଛତା ଗ୍ରାମରେ, ସେ ଏଏମ‌ଏନ‌ଏସ କମ୍ପାନୀରେ କାମ କରୁଥିଲେ। ତେବେ ରବିବାର ଡ୍ୟୁଟି ସାରି ଫେରିବା ପରେ ତାଳଦଣ୍ଡା କେନାଲରେ କପଡ଼ା ଧୋଉଥିବା ସଫା କରୁଥିବା ସମୟରେ ବୁଡ଼ି ଯାଇଥିବା ସମୟରେ ବୁଡ଼ିଯାଇଥିବା ସୂଚନା ମିଳିଛି ।

ସ୍ଥାନୀୟ କିଛି ଯୁବକ କେନାଲ ନିକଟରେ ଡ୍ରେସ୍ ଓ ଚପଲ ଦେଖିଥିବା ବେଳେ ପାଣିରେ ତାଙ୍କ ଗୋଡ଼ ଦେଖି ତାଙ୍କୁ ପାଣିରୁ ଉଠାଇ ଅଠରବାଙ୍କୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାର ସୂଚନା ପାଇ ପାରାଦ୍ଵୀପ ଆଦର୍ଶ ଥାନା ଓ ଲକ୍ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିବାରକୁ ସୂଚନା ଦେଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି।

ସେପଟେ ଲମତାପୁଟରେ ମଧ୍ୟ ଦୁଇ ନାବାଳକଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଲମତାପୁଟ ବ୍ଲକ ଅଉଡିପଡ଼ା ଗ୍ରାମର ନାବାଳକ ସୂର୍ଯ୍ୟ ବଡ଼ନାୟକ ଏବଂ ସୁବାଷ ଚନ୍ଦ୍ର ସୀସା ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ।

ତେବେ ସେମାନେ ବୁଡ଼ିଯିବା ସମୟରେ ନିକଟରେ ଥିବା କିଛି ପିଲା ସେମାନଙ୍କ ପରିବାର ଲୋକଙ୍କୁ କହିଥିଲେ। ଆଉ ପରିବାରଲୋକେ ଏବଂ ଗ୍ରାମବାସୀ ମିଳିତ ଉଦ୍ୟମରେ ଉଭୟ ନାବାଳକଙ୍କୁ ଉଦ୍ଧାର କରିଥିଲେବି ଦୁଇଜଣଙ୍କ ମୃତ୍ୟୁ ହୋଇଛି l ସେପଟେ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ଘଟଣା ସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି l