ପାକିସ୍ତାନ ଉପରେ ପ୍ରକୃତିର କୋପ ! ୪.୦ ତୀବ୍ରତାରେ ଥରିଲା ଇସଲାମାବାଦ

ନୂଆଦିଲ୍ଲୀ: ଭାରତ ଉପରେ ଆକ୍ରମଣ ଉଦ୍ୟମ କରୁଥିବା ପାକିସ୍ତାନ ଭୂକମ୍ପ ଝଟକାରେ ଥରି ଉଠିଛି । ଶୁକ୍ରବାର ବିଳମ୍ୱିତ ରାତି ପ୍ରାୟ ୧.୪୪ ମିନିଟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି । ଭାରତ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭୂମିକମ୍ପର ଝଟକା ଅନୁଭବ ହେବା ମାତ୍ରେ ପାକିସ୍ତାନର ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଆସିଯାଇଛନ୍ତି । ତେବେ ଭୂକମ୍ପ ଯୋଗୁଁ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ । କୁହାଯାଉଛି ଯେ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର କ୍ୱେଟା ସହର ନିକଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।An earthquake with a magnitude of 4.0 on the Richter Scale hit Pakistan at 01.44 am (IST) today: National Center for Seismology (NCS) pic.twitter.com/zAuDQQ2WRQ— ANI (@ANI) May 9, 2025ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍‌ମୋଲୋଜି ଅନୁସାରେ ଭୂକମ୍ପର କେନ୍ଦ୍ର ୨୯.୬୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୬୬.୧୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି । ଏହାସହ ଭୂକମ୍ପର କେନ୍ଦ୍ର ଭୂପୃଷ୍ଠଠାରୁ ୧୦ କିଲୋମିଟର ଗଭୀରରେ ରହିଛି । ଗତ ଏକ ମାସ ଭିତରେ ପାକିସ୍ତାନରେ ଏହା ଚତୁର୍ଥ ଭୂକମ୍ପ । ଏହା ପୂର୍ବରୁ ମେ ୫ରେ ପାକିସ୍ତାନ ଦୁଇଥର ଥରିଥିଲା । ଏପ୍ରିଲ୍ ୩୦ରେ ପାକିସ୍ତାନରେ ୪.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା । ସେହିପରି ଏପ୍ରିଲ୍ ୧୨ରେ ୫.୮ ତୀବ୍ରତାର ଭୂକମ୍ପ ପାକିସ୍ତାନକୁ ଦୋହଲାଇଥିଲା ।

May 10, 2025 - 05:30
ପାକିସ୍ତାନ ଉପରେ ପ୍ରକୃତିର କୋପ ! ୪.୦ ତୀବ୍ରତାରେ ଥରିଲା ଇସଲାମାବାଦ

ନୂଆଦିଲ୍ଲୀ: ଭାରତ ଉପରେ ଆକ୍ରମଣ ଉଦ୍ୟମ କରୁଥିବା ପାକିସ୍ତାନ ଭୂକମ୍ପ ଝଟକାରେ ଥରି ଉଠିଛି । ଶୁକ୍ରବାର ବିଳମ୍ୱିତ ରାତି ପ୍ରାୟ ୧.୪୪ ମିନିଟରେ ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି । 

ଭାରତ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭୂମିକମ୍ପର ଝଟକା ଅନୁଭବ ହେବା ମାତ୍ରେ ପାକିସ୍ତାନର ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଆସିଯାଇଛନ୍ତି । ତେବେ ଭୂକମ୍ପ ଯୋଗୁଁ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ । କୁହାଯାଉଛି ଯେ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର କ୍ୱେଟା ସହର ନିକଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।

ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍‌ମୋଲୋଜି ଅନୁସାରେ ଭୂକମ୍ପର କେନ୍ଦ୍ର ୨୯.୬୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୬୬.୧୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି । ଏହାସହ ଭୂକମ୍ପର କେନ୍ଦ୍ର ଭୂପୃଷ୍ଠଠାରୁ ୧୦ କିଲୋମିଟର ଗଭୀରରେ ରହିଛି । ଗତ ଏକ ମାସ ଭିତରେ ପାକିସ୍ତାନରେ ଏହା ଚତୁର୍ଥ ଭୂକମ୍ପ । ଏହା ପୂର୍ବରୁ ମେ ୫ରେ ପାକିସ୍ତାନ ଦୁଇଥର ଥରିଥିଲା । ଏପ୍ରିଲ୍ ୩୦ରେ ପାକିସ୍ତାନରେ ୪.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା । ସେହିପରି ଏପ୍ରିଲ୍ ୧୨ରେ ୫.୮ ତୀବ୍ରତାର ଭୂକମ୍ପ ପାକିସ୍ତାନକୁ ଦୋହଲାଇଥିଲା ।