ପଇସା ପଛରେ ଧାଇଁ କେଜରିୱାଲ୍‌ଙ୍କ ପାଦ ଖସିଗଲା: ଆନ୍ନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଆଗକୁ ଥିବା ବେଳେ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ଙ୍କୁ ସମାଲୋଚନା କରିଛନ୍ତି ସମାଜସେବୀ ଆନ୍ନା ହଜାରେ। କେଜରିୱାଲ ସତ୍ୟ ପଥରୁ ବିଚ୍ୟୁତ ହୋଇ ଯାଇଛନ୍ତି ବୋଲି ଆନ୍ନା କହିଛନ୍ତି।ଏହାକୁ ଦୁର୍ଭାଗ୍ୟର କଥା କହି ଆନ୍ନା କହିଛନ୍ତି “କେଜ୍ରିୱାଲ ମୋ ସହିତ ଜଣେ ସ୍ୱେଚ୍ଛାସେବକ ଭାବରେ ଥିଲେ। ମୁଁ ସବୁବେଳେ ତାଙ୍କୁ କହୁଥିଲି ଯେ...ତୁମର ଜୀବନକୁ ଶୁଦ୍ଧ ରଖ ଏବଂ ତ୍ୟାଗ କରିବା ଶିଖ।" "ସେ (କେଜ୍ରିୱାଲ) ଟଙ୍କାକୁ ପ୍ରାଥମିକତା ଦେବା ଆରମ୍ଭ କଲେ, ତେଣୁ ତାଙ୍କ ପାଦ ଖସିଗଲା” କେଜରିୱାଲଙ୍କୁ ଏବେ କ’ଣ ପରାମର୍ଶ ଦେବେ ବୋଲି ପଚରାଯିବାରୁ ଆନ୍ନା କହିଛନ୍ତି “ମୁଁ ତାଙ୍କୁ ଆରମ୍ଭରୁ ଦେଇଥିବା ଶିକ୍ଷା ମନେ ପକାଇ ଦେବାକୁ ଚାହେଁ।” ସେ ଆହୁରି କହିଛନ୍ତି ଯେ ସେ ଯେଉଁ ପ୍ରୟାଶ ଆରମ୍ଭ କରିଥିଲେ ସେଥିରେ ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀ ଏବଂ ଅନ୍ୟମାନେ ଏହାର ଅଂଶ ଥିଲେ। ହେଲେ କେଜରିୱାଲ୍ ପଇସା ପଛରେ ଧାଇଁବାରୁ ତାଙ୍କ ପାଦ ଖସିଗଲା। ସୂଚନା ଥାଉକି କେଜରିୱାଲ୍‌ଙ୍କ ବିରୋଧରେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା ରହିଛି। ଏହି ମାମଲାରେ ୧୩ ସେପ୍ଟେମ୍ବର ୨୦୧୪ରେ ସୁପ୍ରିମକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ କେଜରିୱାଲ୍‌ଙ୍କ ବାସଭବନ ନିର୍ମାଣ ନେଇ ମଧ୍ୟ ବିଜେପି ତାଙ୍କୁ ଅନେକ ଥର  ଟାର୍ଗେଟ୍ କରି ଆସିଛି। ସିଏଜି ଏନେଇ କେଜରିୱାଲ୍‌ଙ୍କୁ ୧୩୯ ପ୍ରଶ୍ନ କରିଥିଲେ ବୋଲି ବିଜେପି କହିଛି। ଏଥିସହିତ ହରିୟାଣା ସରକାର ଯମୁନା ନଦୀରେ ବିଷ ମିଶାଇ ଦେଇଥିବା ବୟାନକୁ ନେଇ ମଧ୍ୟ କେଜରିୱାଲ୍ ସମାଲୋଚିତ ହେଉଛନ୍ତି। ଏନେଇ ଇଲେକ୍ସନ କମିଶନ ତାଙ୍କୁ ଦୁଇଟି ନୋଟିସ୍ ପଠାଇ ସାରି ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଉତ୍ତର ନପାଇଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇସି ଚେତାବନୀ ଦେଇଛନ୍ତି।    

Jan 31, 2025 - 07:30
ପଇସା ପଛରେ ଧାଇଁ କେଜରିୱାଲ୍‌ଙ୍କ ପାଦ ଖସିଗଲା: ଆନ୍ନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଆଗକୁ ଥିବା ବେଳେ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ଙ୍କୁ ସମାଲୋଚନା କରିଛନ୍ତି ସମାଜସେବୀ ଆନ୍ନା ହଜାରେ। କେଜରିୱାଲ ସତ୍ୟ ପଥରୁ ବିଚ୍ୟୁତ ହୋଇ ଯାଇଛନ୍ତି ବୋଲି ଆନ୍ନା କହିଛନ୍ତି।

ଏହାକୁ ଦୁର୍ଭାଗ୍ୟର କଥା କହି ଆନ୍ନା କହିଛନ୍ତି “କେଜ୍ରିୱାଲ ମୋ ସହିତ ଜଣେ ସ୍ୱେଚ୍ଛାସେବକ ଭାବରେ ଥିଲେ। ମୁଁ ସବୁବେଳେ ତାଙ୍କୁ କହୁଥିଲି ଯେ...ତୁମର ଜୀବନକୁ ଶୁଦ୍ଧ ରଖ ଏବଂ ତ୍ୟାଗ କରିବା ଶିଖ।" "ସେ (କେଜ୍ରିୱାଲ) ଟଙ୍କାକୁ ପ୍ରାଥମିକତା ଦେବା ଆରମ୍ଭ କଲେ, ତେଣୁ ତାଙ୍କ ପାଦ ଖସିଗଲା” 

କେଜରିୱାଲଙ୍କୁ ଏବେ କ’ଣ ପରାମର୍ଶ ଦେବେ ବୋଲି ପଚରାଯିବାରୁ ଆନ୍ନା କହିଛନ୍ତି “ମୁଁ ତାଙ୍କୁ ଆରମ୍ଭରୁ ଦେଇଥିବା ଶିକ୍ଷା ମନେ ପକାଇ ଦେବାକୁ ଚାହେଁ।” ସେ ଆହୁରି କହିଛନ୍ତି ଯେ ସେ ଯେଉଁ ପ୍ରୟାଶ ଆରମ୍ଭ କରିଥିଲେ ସେଥିରେ ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀ ଏବଂ ଅନ୍ୟମାନେ ଏହାର ଅଂଶ ଥିଲେ। ହେଲେ କେଜରିୱାଲ୍ ପଇସା ପଛରେ ଧାଇଁବାରୁ ତାଙ୍କ ପାଦ ଖସିଗଲା। 

ସୂଚନା ଥାଉକି କେଜରିୱାଲ୍‌ଙ୍କ ବିରୋଧରେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା ରହିଛି। ଏହି ମାମଲାରେ ୧୩ ସେପ୍ଟେମ୍ବର ୨୦୧୪ରେ ସୁପ୍ରିମକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। 

କେବଳ ସେତିକି ନୁହେଁ କେଜରିୱାଲ୍‌ଙ୍କ ବାସଭବନ ନିର୍ମାଣ ନେଇ ମଧ୍ୟ ବିଜେପି ତାଙ୍କୁ ଅନେକ ଥର  ଟାର୍ଗେଟ୍ କରି ଆସିଛି। ସିଏଜି ଏନେଇ କେଜରିୱାଲ୍‌ଙ୍କୁ ୧୩୯ ପ୍ରଶ୍ନ କରିଥିଲେ ବୋଲି ବିଜେପି କହିଛି। 

ଏଥିସହିତ ହରିୟାଣା ସରକାର ଯମୁନା ନଦୀରେ ବିଷ ମିଶାଇ ଦେଇଥିବା ବୟାନକୁ ନେଇ ମଧ୍ୟ କେଜରିୱାଲ୍ ସମାଲୋଚିତ ହେଉଛନ୍ତି। ଏନେଇ ଇଲେକ୍ସନ କମିଶନ ତାଙ୍କୁ ଦୁଇଟି ନୋଟିସ୍ ପଠାଇ ସାରି ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଉତ୍ତର ନପାଇଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇସି ଚେତାବନୀ ଦେଇଛନ୍ତି।