ଦହି ଖୁଆଇ ଟିମ୍ ଇଣ୍ଡିଆର ଶୁଭକାମନା, ମଇଦାନରେ ବିଜୟୀ ଭବଃ
କଟକ 23/02 : ଆମ ଓଡ଼ିଆ ଘର ପରମ୍ପରା ଅନୁସାରେ କିଛି ଭଲ ବା ଶୁଭ କାମ ପୂର୍ବରୁ ସମସ୍ତେ ଦହି ଖାଇ ଘରୁ ବାହାରି ଥାଆନ୍ତି। ସେହି ବିଶ୍ୱାସ ଅନୁସାରେ ଆଜି ଇଣ୍ଡିଆ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଖୁଆ ଯାଇଛି ଦହି। ଦୁବାଇରେ ଚାମ୍ପିୟନସ ଟ୍ରଫିରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ପାକିସ୍ତାନ। ତେବେ ମ୍ୟାଚ୍ କୁ ନେଇ ସବୁ ଆଡ ଉତ୍ସାହ ଦେଖିବାକୁ ମିଳୁଛି।ସମସ୍ତଙ୍କ ଅପେକ୍ଷା ରହିଛି ସେହି ସମୟକୁ। ଟିମ୍ ଇଣ୍ଡିଆକୁ ଚିଅରଅଫ୍ କରିବା ପାଇଁ କଟକ ଦକ୍ଷିଣ ଦେଉଳ ସାହିରେ ଥିବା ବାବା ସାହେବ୍ ଆମ୍ବେଦକର କ୍ଲବର ସଦସ୍ୟମାନେ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳି ମାନଙ୍କୁ ମିଠା ଦହି ଖୁଆଇ ଉତ୍ସାହିତ କରିବା ସହ ଟିମ୍ ଇଣ୍ଡିଆର ଶୁଭକାମନା କରିଛନ୍ତି। ତେବେ ମ୍ୟାଚ୍ କୁ ନେଇ ଖୁବ୍ ଉତ୍ସାହିତ କରିଛନ୍ତି ବାବା ସାହେବ୍ ଆଂବେଦକର କ୍ଲବ ଖେଳାଳି।

କଟକ 23/02 : ଆମ ଓଡ଼ିଆ ଘର ପରମ୍ପରା ଅନୁସାରେ କିଛି ଭଲ ବା ଶୁଭ କାମ ପୂର୍ବରୁ ସମସ୍ତେ ଦହି ଖାଇ ଘରୁ ବାହାରି ଥାଆନ୍ତି। ସେହି ବିଶ୍ୱାସ ଅନୁସାରେ ଆଜି ଇଣ୍ଡିଆ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଖୁଆ ଯାଇଛି ଦହି। ଦୁବାଇରେ ଚାମ୍ପିୟନସ ଟ୍ରଫିରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ପାକିସ୍ତାନ। ତେବେ ମ୍ୟାଚ୍ କୁ ନେଇ ସବୁ ଆଡ ଉତ୍ସାହ ଦେଖିବାକୁ ମିଳୁଛି।ସମସ୍ତଙ୍କ ଅପେକ୍ଷା ରହିଛି ସେହି ସମୟକୁ।
ଟିମ୍ ଇଣ୍ଡିଆକୁ ଚିଅରଅଫ୍ କରିବା ପାଇଁ କଟକ ଦକ୍ଷିଣ ଦେଉଳ ସାହିରେ ଥିବା ବାବା ସାହେବ୍ ଆମ୍ବେଦକର କ୍ଲବର ସଦସ୍ୟମାନେ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳି ମାନଙ୍କୁ ମିଠା ଦହି ଖୁଆଇ ଉତ୍ସାହିତ କରିବା ସହ ଟିମ୍ ଇଣ୍ଡିଆର ଶୁଭକାମନା କରିଛନ୍ତି। ତେବେ ମ୍ୟାଚ୍ କୁ ନେଇ ଖୁବ୍ ଉତ୍ସାହିତ କରିଛନ୍ତି ବାବା ସାହେବ୍ ଆଂବେଦକର କ୍ଲବ ଖେଳାଳି।