ଡ଼ମଣା ଛକରେ ଅଘଟଣ, ବାର୍ ଉପରକୁ ଗୁଳି ଏବଂ ବୋମାମାଡ଼

ଭୁବନେଶ୍ୱର ୧୦।୦୫ : ରାଜଧାନୀରେ ଗୁଳିକାଣ୍ଡ । ଭୁବନେଶ୍ୱର ଡ଼ମଣା ଛକରେ ଥିବା ଏକ ବାର୍‌ ଉପରକୁ ଗୁଳି ଏବଂ ଗୋମାମାଡ଼ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଡ଼ମଣା ଛକରେ ଥିବା ଏକ ବାର୍‌ ଉପରକୁ ହଠାତ୍‌ ଗୁଳି ଏବଂ ବୋମାମାଡ଼ ହୋଇଥିଲା । କିଛି ଦୁର୍ବୃତ୍ତ ଆସି ଫାୟରିଂ କରି ଫେରାର ହୋଇଯାଇଥିଲେ । ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛି । ତେବେ ବର୍ତ୍ତମାନ ଯାଏଁ ଗୁଳି ଏବଂ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ସେପଟେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ବାର୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି । 

May 10, 2025 - 12:16
ଡ଼ମଣା ଛକରେ ଅଘଟଣ, ବାର୍ ଉପରକୁ ଗୁଳି ଏବଂ ବୋମାମାଡ଼

ଭୁବନେଶ୍ୱର ୧୦।୦୫ : ରାଜଧାନୀରେ ଗୁଳିକାଣ୍ଡ । ଭୁବନେଶ୍ୱର ଡ଼ମଣା ଛକରେ ଥିବା ଏକ ବାର୍‌ ଉପରକୁ ଗୁଳି ଏବଂ ଗୋମାମାଡ଼ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଡ଼ମଣା ଛକରେ ଥିବା ଏକ ବାର୍‌ ଉପରକୁ ହଠାତ୍‌ ଗୁଳି ଏବଂ ବୋମାମାଡ଼ ହୋଇଥିଲା । କିଛି ଦୁର୍ବୃତ୍ତ ଆସି ଫାୟରିଂ କରି ଫେରାର ହୋଇଯାଇଥିଲେ । ଯେଉଁଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛି । ତେବେ ବର୍ତ୍ତମାନ ଯାଏଁ ଗୁଳି ଏବଂ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ସେପଟେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ବାର୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି ।