ଜନଗହଳିପୂର୍ଣ୍ଣ ସ୍ଥାନରେ ବୋମାମାଡ଼, ଜଣେ ନାବାଳିକାଙ୍କ ସମେତ ୨ ଆହତ
ଭଦ୍ରକ: ଟାଉନ ଥାନା ଅଧୀନ ଚରମ୍ପା ସ୍କୁଲ ରୋଡ ପୂଜା ମଣ୍ଡପ ନିକଟରେ ବୋମାମାଡ ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ ବୋମା ମାଡ଼ରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ସ୍ଥଳରେ ଦୁଇ ଜଣ ଅତିରିକ୍ତ ଏସପି ଓ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସୂଚନା ମିଳିଛି। ହଠାତ ଏକ ଶବ୍ଦ ହେବା ପରେ ଘରୁ ଲୋକ ମାନେ ବାହାରକୁ ବାହାରି ଆସିଥିଲେ। ତେବେ ସେହି ସ୍ଥାନରେ ଘର୍ ସାମ୍ନାରେ ଠିଆ ହୋଇଥିଲେ। ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣେ ଆହତ ବ୍ୟକ୍ତି ମେଡିକାଲରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ତେବେ ଆହତ ଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ବେଳେ ତାଙ୍କ ବାପାଙ୍କ ସୂଚନା ଅନୁଯାୟୀ ବୋମାମାଡ଼ ହୋଇଥିବା ଅଭିଯୋଗ କରିଛନ୍ତି। ଦୁଇ ଅଜଣା ଯୁବକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି।

ଭଦ୍ରକ: ଟାଉନ ଥାନା ଅଧୀନ ଚରମ୍ପା ସ୍କୁଲ ରୋଡ ପୂଜା ମଣ୍ଡପ ନିକଟରେ ବୋମାମାଡ ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ ବୋମା ମାଡ଼ରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣା ସ୍ଥଳରେ ଦୁଇ ଜଣ ଅତିରିକ୍ତ ଏସପି ଓ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସୂଚନା ମିଳିଛି। ହଠାତ ଏକ ଶବ୍ଦ ହେବା ପରେ ଘରୁ ଲୋକ ମାନେ ବାହାରକୁ ବାହାରି ଆସିଥିଲେ। ତେବେ ସେହି ସ୍ଥାନରେ ଘର୍ ସାମ୍ନାରେ ଠିଆ ହୋଇଥିଲେ। ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣେ ଆହତ ବ୍ୟକ୍ତି ମେଡିକାଲରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ତେବେ ଆହତ ଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ବେଳେ ତାଙ୍କ ବାପାଙ୍କ ସୂଚନା ଅନୁଯାୟୀ ବୋମାମାଡ଼ ହୋଇଥିବା ଅଭିଯୋଗ କରିଛନ୍ତି। ଦୁଇ ଅଜଣା ଯୁବକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି।