ଚୋରି ରୋକିବାକୁ ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍

ଆନନ୍ଦପୁର : ଚୋରି ରୋକିବାକୁ  ନୂଆ ପଦକ୍ଷେପ। ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍  ଆରମ୍ଭ ହୋଇଛି।ବିଭିନ୍ନ ଛକ ବଜାରରେ ଥିବା ସରକାରୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା, ବ୍ୟାଙ୍କ୍ ଓ ଜୁଏଲରୀ ସପ୍ ଗୁଡିକରେ ପହଁଞ୍ଚି ସୁରକ୍ଷା ସମ୍ପର୍କରେ ଅଧିକ ସଚେତନ କରିବା ସହ ସୁରକ୍ଷା ଉପକରଣ ଜାଞ୍ଚ୍ କରିଛି ପୋଲିସ୍। ନିକଟ ଅତୀତରେ ଆମ ରାଜ୍ୟରେ ଏହିଭଳି ସଂସ୍ଥା ମାନଙ୍କରେ ଡକାୟତି, ରବରି ଭଳି ଅନେକ ଘଟଣା ଘଟିଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସ୍ ଏଭଳି ଏକ ଆଗୁଆ ପଦକ୍ଷେପ ନେଇଥିବା କହିଛନ୍ତି ଆନନ୍ଦପୁର ଡିଏଫଓ । ଏଥିସହ ସ୍ଥାନୀୟ ଅଞ୍ଚଳରେ ଥିବା ବ୍ୟାଙ୍କ , ଅର୍ଥ ଲଗାଣକାରୀ ସଂସ୍ଥା ଓ ଜୁଏଲରି ସପ୍ ଆଖପାଖରେ କୈଣସି ବ୍ୟକ୍ତିର କାର୍ଯ୍ୟକଳାପ ସନ୍ଦେହ ହେଲେ ତୁରନ୍ତ ୧୧୨ ନଂ ରେ ଯୋଗାଯୋଗ କରି ପୋଲିସକୁ ଖବର  ଦେବାକୁ ଅନୁରୋଧ କରିଛନ୍ତି। 

Feb 24, 2025 - 20:30
ଚୋରି ରୋକିବାକୁ ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍

ଆନନ୍ଦପୁର : ଚୋରି ରୋକିବାକୁ  ନୂଆ ପଦକ୍ଷେପ। ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍  ଆରମ୍ଭ ହୋଇଛି।ବିଭିନ୍ନ ଛକ ବଜାରରେ ଥିବା ସରକାରୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା, ବ୍ୟାଙ୍କ୍ ଓ ଜୁଏଲରୀ ସପ୍ ଗୁଡିକରେ ପହଁଞ୍ଚି ସୁରକ୍ଷା ସମ୍ପର୍କରେ ଅଧିକ ସଚେତନ କରିବା ସହ ସୁରକ୍ଷା ଉପକରଣ ଜାଞ୍ଚ୍ କରିଛି ପୋଲିସ୍। 

ନିକଟ ଅତୀତରେ ଆମ ରାଜ୍ୟରେ ଏହିଭଳି ସଂସ୍ଥା ମାନଙ୍କରେ ଡକାୟତି, ରବରି ଭଳି ଅନେକ ଘଟଣା ଘଟିଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସ୍ ଏଭଳି ଏକ ଆଗୁଆ ପଦକ୍ଷେପ ନେଇଥିବା କହିଛନ୍ତି ଆନନ୍ଦପୁର ଡିଏଫଓ । ଏଥିସହ ସ୍ଥାନୀୟ ଅଞ୍ଚଳରେ ଥିବା ବ୍ୟାଙ୍କ , ଅର୍ଥ ଲଗାଣକାରୀ ସଂସ୍ଥା ଓ ଜୁଏଲରି ସପ୍ ଆଖପାଖରେ କୈଣସି ବ୍ୟକ୍ତିର କାର୍ଯ୍ୟକଳାପ ସନ୍ଦେହ ହେଲେ ତୁରନ୍ତ ୧୧୨ ନଂ ରେ ଯୋଗାଯୋଗ କରି ପୋଲିସକୁ ଖବର  ଦେବାକୁ ଅନୁରୋଧ କରିଛନ୍ତି।