ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି; ଆଉ ରହିବନି ପେଟ୍ରୋଲ୍ ଚିନ୍ତା, ୧୦ ହଜାରରେ ମିଳିବ ଇ-ସ୍କୁଟର
ନୂଆଦିଲ୍ଲୀ ୧୫।୦୪: ଦିନକୁ ଦିନ ଚିନ୍ତା ବଢାଉଛି ପେଟ୍ରୋଲ୍-ଡିଜେଲ୍ ଦାମ୍। ଏଥିରୁ ସମସ୍ତେ ପାଇବାକୁ ଚାହୁଁଛନ୍ତି ମୁକ୍ତି । ଆଉ ଏବେ ପେଟ୍ରୋଲ୍-ଡିଜେଲ୍ ଗାଡିର ବିକଳ୍ପ ସାଜିଛି ଇଲେକ୍ଟ୍ରିକ୍ ଗାଡି । ବର୍ତ୍ତମାନ ପ୍ରାୟ ଅନେକଙ୍କ ଘରେ ରହୁଛି ଇଲେକ୍ଟିକ୍ ଗାଡି । ସବୁ କମ୍ପାନୀ ବଜାରକୁ ଆଣିସାରିଛନ୍ତି ନିଜ ଇ-ଯାନ । ସେ ୪ହ୍ବିଲର ହେଉ କି ୨ ହ୍ବିଲର । ଏବେ ବଜାରକୁ ଆସିଛି Hero Vida V2 ବେସ୍ ଲାଇଟ ମଡେଲ । ଯେଉଁଥିରେ ୨.୨ kWh ବ୍ୟାଟେରୀ ପ୍ୟାକ୍ର କରାଯାଇଛି ବ୍ୟବହାର । ଏହା ଗୋଟିଏ ଥର ଚାର୍ଜରେ ୯୪ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । ହିରୋର ଏହି ଇଲେକ୍ଟ୍ରିକ ସ୍କୁଟରର ସର୍ବାଧିକ ଗତି ପ୍ରତି ଘଣ୍ଟା ରହିଛି ୬୯ କିଲୋମିଟର । ଏହି ଇଲେକ୍ଟ୍ରିକ ସ୍କୁଟରଟି ସ୍ମାର୍ଟ ଫିଚର୍ସ ସହିତ ସଜ୍ଜିତ । ଏଥିରେ ୭-ଇଞ୍ଚ TFT ଟଚ୍ସ୍କ୍ରିନ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଟର୍ନ ବାଇ ଟର୍ନ ନାଭିଗେସନ, ରିଜିଅନ ବ୍ରେକିଂ ଏବଂ କ୍ରୁଜ ନିୟନ୍ତ୍ରଣ ଭଳି ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ। ଆପଣ ହିରୋର ଏହି ଇଲେକ୍ଟ୍ରିକ ସ୍କୁଟରକୁ ମ୍ୟାଟ୍ ନେକ୍ସସ ବ୍ଲୁ-ଗ୍ରେ ଏବଂ ଗ୍ଲସି ସ୍ପୋର୍ଟସ ରେଡ ଭଳି ରଙ୍ଗ ବିକଳ୍ପରେ କିଣିପାରିବେ।ତେବେ ହିରୋର ଏହି ଇଲେକ୍ଟ୍ରିକ ସ୍କୁଟରର ଏକ୍ସ-ଶୋ’ରୁମ୍ ମୂଲ୍ୟ ମାତ୍ର ୭୪ ହଜାର ଟଙ୍କା। Hero Vida V2 ଇଲେକ୍ଟ୍ରିକ ସ୍କୁଟରକୁ ତିନୋଟି ଭିନ୍ନ ଭିନ୍ନ ଭାରିଆଣ୍ଟରେ ବିକ୍ରି କରୁଛି । ଦେଶର ରାଜଧାନୀ ଦିଲ୍ଲୀରେ Hero Vida V2 ର ଅନ-ରୋଡ ମୂଲ୍ୟ ପ୍ରାୟ ୭୯ ହଜାର ଟଙ୍କା। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଗାଡିକୁ ଆପଣ ମାତ୍ର ୧୦୦୦୦ ଟଙ୍କାରେ କିଣିପାରିବେ । ଅର୍ଥାତ୍ ଆପଣ ମାତ୍ର ଦଶ ହଜାର ଡାଉନ୍ ପେମେଣ୍ଟ କରି ଏହାକୁ ଫାଇନାନ୍ସ କରିପାରିବେ। ଯଦି ଆପଣ ଦିଲ୍ଲୀ-ଏନ୍ସିଆରରେ ୭୯ ହଜାର ଟଙ୍କାର ଅନ୍-ରୋଡ ମୂଲ୍ୟରେ ୧୦,୦୦୦ ଟଙ୍କାର ଡାଉନ୍ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ବ୍ୟାଙ୍କରୁ ୬୯ ହଜାର ଟଙ୍କାର ଋଣ ନେବାକୁ ପଡ଼ିବ। ଯଦି ଆପଣଙ୍କର କ୍ରେଡିଟ ସ୍କୋର ଭଲ ଥାଏ ତେବେ ଆପଣ ବ୍ୟାଙ୍କରୁ ୧୦ ପ୍ରତିଶତ ସୁଧ ହାରରେ ୩ ବର୍ଷ ପାଇଁ ଋଣ ପାଇପାରିବେ । ଏହିପରି ଆପଣଙ୍କୁ ୩୬ ମାସ ପାଇଁ ପ୍ରାୟ ୨୩୦୦ ଟଙ୍କାର ଇଏମ୍ଆଇ ଦେବାକୁ ପଡ଼ିବ । ଯଦି ଆପଣ ଋଣ ନେଇ Hero Vida V2 କିଣନ୍ତି, ତେବେ ଆପଣଙ୍କୁ ଇଏମ୍ଆଇ ଭାବରେ ୧୧,୦୦୦ ଟଙ୍କା ଦେବାକୁ ପଡ଼ିବ।

ନୂଆଦିଲ୍ଲୀ ୧୫।୦୪: ଦିନକୁ ଦିନ ଚିନ୍ତା ବଢାଉଛି ପେଟ୍ରୋଲ୍-ଡିଜେଲ୍ ଦାମ୍। ଏଥିରୁ ସମସ୍ତେ ପାଇବାକୁ ଚାହୁଁଛନ୍ତି ମୁକ୍ତି । ଆଉ ଏବେ ପେଟ୍ରୋଲ୍-ଡିଜେଲ୍ ଗାଡିର ବିକଳ୍ପ ସାଜିଛି ଇଲେକ୍ଟ୍ରିକ୍ ଗାଡି । ବର୍ତ୍ତମାନ ପ୍ରାୟ ଅନେକଙ୍କ ଘରେ ରହୁଛି ଇଲେକ୍ଟିକ୍ ଗାଡି । ସବୁ କମ୍ପାନୀ ବଜାରକୁ ଆଣିସାରିଛନ୍ତି ନିଜ ଇ-ଯାନ । ସେ ୪ହ୍ବିଲର ହେଉ କି ୨ ହ୍ବିଲର । ଏବେ ବଜାରକୁ ଆସିଛି Hero Vida V2 ବେସ୍ ଲାଇଟ ମଡେଲ । ଯେଉଁଥିରେ ୨.୨ kWh ବ୍ୟାଟେରୀ ପ୍ୟାକ୍ର କରାଯାଇଛି ବ୍ୟବହାର ।
ଏହା ଗୋଟିଏ ଥର ଚାର୍ଜରେ ୯୪ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । ହିରୋର ଏହି ଇଲେକ୍ଟ୍ରିକ ସ୍କୁଟରର ସର୍ବାଧିକ ଗତି ପ୍ରତି ଘଣ୍ଟା ରହିଛି ୬୯ କିଲୋମିଟର । ଏହି ଇଲେକ୍ଟ୍ରିକ ସ୍କୁଟରଟି ସ୍ମାର୍ଟ ଫିଚର୍ସ ସହିତ ସଜ୍ଜିତ । ଏଥିରେ ୭-ଇଞ୍ଚ TFT ଟଚ୍ସ୍କ୍ରିନ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଟର୍ନ ବାଇ ଟର୍ନ ନାଭିଗେସନ, ରିଜିଅନ ବ୍ରେକିଂ ଏବଂ କ୍ରୁଜ ନିୟନ୍ତ୍ରଣ ଭଳି ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ। ଆପଣ ହିରୋର ଏହି ଇଲେକ୍ଟ୍ରିକ ସ୍କୁଟରକୁ ମ୍ୟାଟ୍ ନେକ୍ସସ ବ୍ଲୁ-ଗ୍ରେ ଏବଂ ଗ୍ଲସି ସ୍ପୋର୍ଟସ ରେଡ ଭଳି ରଙ୍ଗ ବିକଳ୍ପରେ କିଣିପାରିବେ।
ତେବେ ହିରୋର ଏହି ଇଲେକ୍ଟ୍ରିକ ସ୍କୁଟରର ଏକ୍ସ-ଶୋ’ରୁମ୍ ମୂଲ୍ୟ ମାତ୍ର ୭୪ ହଜାର ଟଙ୍କା। Hero Vida V2 ଇଲେକ୍ଟ୍ରିକ ସ୍କୁଟରକୁ ତିନୋଟି ଭିନ୍ନ ଭିନ୍ନ ଭାରିଆଣ୍ଟରେ ବିକ୍ରି କରୁଛି । ଦେଶର ରାଜଧାନୀ ଦିଲ୍ଲୀରେ Hero Vida V2 ର ଅନ-ରୋଡ ମୂଲ୍ୟ ପ୍ରାୟ ୭୯ ହଜାର ଟଙ୍କା। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଗାଡିକୁ ଆପଣ ମାତ୍ର ୧୦୦୦୦ ଟଙ୍କାରେ କିଣିପାରିବେ । ଅର୍ଥାତ୍ ଆପଣ ମାତ୍ର ଦଶ ହଜାର ଡାଉନ୍ ପେମେଣ୍ଟ କରି ଏହାକୁ ଫାଇନାନ୍ସ କରିପାରିବେ। ଯଦି ଆପଣ ଦିଲ୍ଲୀ-ଏନ୍ସିଆରରେ ୭୯ ହଜାର ଟଙ୍କାର ଅନ୍-ରୋଡ ମୂଲ୍ୟରେ ୧୦,୦୦୦ ଟଙ୍କାର ଡାଉନ୍ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ବ୍ୟାଙ୍କରୁ ୬୯ ହଜାର ଟଙ୍କାର ଋଣ ନେବାକୁ ପଡ଼ିବ।
ଯଦି ଆପଣଙ୍କର କ୍ରେଡିଟ ସ୍କୋର ଭଲ ଥାଏ ତେବେ ଆପଣ ବ୍ୟାଙ୍କରୁ ୧୦ ପ୍ରତିଶତ ସୁଧ ହାରରେ ୩ ବର୍ଷ ପାଇଁ ଋଣ ପାଇପାରିବେ । ଏହିପରି ଆପଣଙ୍କୁ ୩୬ ମାସ ପାଇଁ ପ୍ରାୟ ୨୩୦୦ ଟଙ୍କାର ଇଏମ୍ଆଇ ଦେବାକୁ ପଡ଼ିବ । ଯଦି ଆପଣ ଋଣ ନେଇ Hero Vida V2 କିଣନ୍ତି, ତେବେ ଆପଣଙ୍କୁ ଇଏମ୍ଆଇ ଭାବରେ ୧୧,୦୦୦ ଟଙ୍କା ଦେବାକୁ ପଡ଼ିବ।