ଏହି ୫ ଖେଳାଳିଙ୍କୁ ଆଇପିଏଲ୍ରେ ମିଳିଲାନି ଏଣ୍ଟ୍ରି, ପିଏସ୍ଏଲ୍ରେ ଦେଖାଉଛନ୍ତି କମାଲ
ନୂଆଦିଲ୍ଲୀ ୧୫/୪: IPLରେ ଥିଲେ ଅନ୍ସୋଲ୍ଡ । କିନ୍ତୁ PSLରେ ମିଳିଲା ସୁଯୋଗ । ଆଉ ନିଜକୁ କଲେ ପ୍ରମାଣିତ । ଏବେ ପାକିସ୍ତାନ ସୁପର ଲିଗ୍ରେ କରୁଛନ୍ତି କମାଲ୍ । ବ୍ୟାଟରୁ ବର୍ଷୁଛି ରନ୍ । ବାଉଣ୍ଡ୍ରି ଛୁଉଁଛି ବଲ୍ । ଡେଭିଡ୍ ଓ୍ବାର୍ଣ୍ଣରଙ୍କ ଠାରୁ ଅଲଜାରୀ ଜୋସେଫ୍ଙ୍କ ପର୍ଯ୍ୟନ୍ତ ସାଜିଛନ୍ତି ଦୁର୍ଦ୍ଦଶ ଖେଳାଳି । ବିସ୍ଫୋରକ ବ୍ୟାଟିଂରେ ଭରୁଛନ୍ତି ରୋମାଞ୍ଚ । ଭାରତରେ ଚାଲୁଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ରୋମାଞ୍ଚକର ହେଉଛି ସବୁ ମ୍ୟାଚ୍ । ଦମ୍ଦାର୍ ଫର୍ମରେ ନୂଆ ଠାରୁ ପୁରୁଣା ପ୍ଲେୟର । ଅନ୍ୟପଟେ ପାକିସ୍ତାନରେ ମଧ୍ୟ ବାଜିସାରିଛି PSL ୨୦୨୫ର ବିଗୁଲ୍ । ପାକିସ୍ତାନ ସୁପର ଲିଗର ୧୦ମ ସିଜିନ୍ ୧୧ ଏପ୍ରିଲରୁ ହୋଇଛି ଆରମ୍ଭ । ଏହି T20 ଲିଗରେ ୬ଟି ଟିମ୍ ଟ୍ରଫି ପାଇଁ କରିବେ ପ୍ରତିଦ୍ୱନ୍ଦ୍ୱିତା । ଏହାର ଫାଇନାଲ୍ ମ୍ୟାଚ୍ ୧୮ ମଇରେ ଖେଳାଯିବ । କିନ୍ତୁ ଏପରି ୫ ପ୍ଲେୟର ଅଛନ୍ତି ଯାହାଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗରେ ମିଳିନି ସୁଯୋଗ । କିନ୍ତୁ ପାକିସ୍ତାନ ସୁପର ଲିଗରେ ଦେଖାଉଛନ୍ତି ଜଲଓ୍ବା । ଆସନ୍ତୁ ଜାଣିବା ଏହି ପ୍ଲେୟରଙ୍କ ବିଷୟରେ...ଲିଷ୍ଟର ପ୍ରଥମରେ ରହିଛି ଡେଭିଡ୍ ୱାର୍ଣ୍ଣର । ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ହେଉଛନ୍ତି ୱାର୍ଣ୍ଣର । ଆଇପିଏଲ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଚାମ୍ପିଅନ୍ କରିଥିବା ୱାର୍ଣ୍ଣରଙ୍କର ବେସ୍ ପ୍ରାଇସ୍ ରହିଥିଲା ୨ କୋଟି । ତଥାପି ସେ ୨୦୨୫ ମେଗା ଅକ୍ସନ୍ରେ ରହିଥିଲେ ଅନସୋଲ୍ଡ । କିନ୍ତୁ ସେ ପିଏସ୍ଏଲ୍ କରିଛନ୍ତି ଏଣ୍ଟ୍ରି । ୱାର୍ଣ୍ଣର ପାକିସ୍ତାନ ସୁପର ଲିଗ୍ କରାଚୀ କିଙ୍ଗ୍ସର ଅଧିନାୟକ । ଲିଷ୍ଟର ଦ୍ବିତୀୟରେ ରହିଛନ୍ତି ରାସି ଭାନ୍ ଡେର୍ ଡୁସେନ୍ । ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପ୍ଲେୟର ଡୁସେନ୍ IPL ୨୦୨୨ରେ ରାଜସ୍ଥାନ ରୟାଲ୍ସ ସହିତ ରହିଥିଲେ। କିନ୍ତୁ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ଯେଉଁଥିପାଇଁ ଫ୍ରାଞ୍ଚାଇଜ୍ ତାଙ୍କୁ ରିଲିଜ୍ କରିଥିଲା । ସେ ଗତ ୩ ସିଜିନ୍ରୁ IPLରୁ ରହିଥିଲେ ବାହାରେ । IPL ୨୦୨୫ରେ ମଧ୍ୟ ସେ ରହିଥିଲେ ଅନସୋଲ୍ଡ । ଆଉ ଏବେ ଏହି ବିପଜ୍ଜନକ ଖେଳାଳି PSL ୨୦୨୫ରେ ମାରିଛନ୍ତି ଏଣ୍ଟ୍ରି । ସେ ଇସଲାମାବାଦ ୟୁନାଇଟେଡ୍ ଟିମ୍ ଦ୍ୱାରା କିଣା ହୋଇଛନ୍ତି।ଏହାପଛକୁ ଅଛନ୍ତି ଆଫଗାନିସ୍ତାନର ମହାନ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ମହମ୍ମଦ ନବି । ସେ IPLରେ ସନରାଇଜର୍ସ ହାଇଦ୍ରାବାଦ ସହିତ ଦୀର୍ଘ ସମୟ ଧରି ରହିଥିଲେ । କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଖେଳିଥିବା ନବିଙ୍କୁ IPL ୨୦୨୫ ମଗା ନିଲାମରେ ତାଙ୍କର ବେସ୍ ପ୍ରାଇସ୍ ରହିଥିଲା ୧.୫ କୋଟି । କିନ୍ତୁ ସେ ଚଳିତ ସିଜିନରେ ରହିଥିଲେ ଅନସୋଲ୍ଡ । ଏବେ ସେ ପାକିସ୍ତାନ ସୁପର ଲିଗରେ କରାଚୀ କିଙ୍ଗସର ଅଂଶ ।ଜିମ୍ବାୱେର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରଜା । ଆଇପିଏଲ ୨୦୨୩ ଏବଂ ୨୦୨୪ରେ ପଞ୍ଜାବ କିଙ୍ଗସ ପାଇଁ କରିଥିଲେ ଭଲ ପ୍ରଦର୍ଶନ । ତଥାପି ଫ୍ରାଞ୍ଚାଇଜ୍ ତାଙ୍କୁ ମେଗା ନିଲାମ ପୂର୍ବରୁ ରିଲିଜ୍ କରିଥିଲା। ଏହା ପରେ ସେ ୨୦୨୫ ମେଗା ନିଲାମରେ ରହିଥିଲେ ଅନସୋଲ୍ଡ । ଏବେ ସେ ପାକିସ୍ତାନ ସୁପର ଲିଗ ୨୦୨୫ରେ ଲାହୋର କଲନ୍ଦର୍ସ ପାଇଁ ଖେଳୁଛନ୍ତି ।ଲିଷ୍ଟର ଶେଷରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଲଜାରି ଯୋସେଫ । ଆଇପିଏଲ ୨୦୨୪ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ରହିଥିଲେ ଅଂଶ । ୨୦୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ତାଙ୍କ ଆରମ୍ଭ ହୋଇଥିଲା କ୍ୟାରିୟର । ଏହାପରେ ସେ ୨୦୨୨ ଏବଂ ୨୦୨୩ରେ ଗୁଜରାଟ ଟାଇଟାନ୍ସର ଅଂଶ ଥିଲେ । କିନ୍ତୁ ୨୦୨୫ରେ କୌଣସି ଟିମ୍ ତାଙ୍କୁ କିଣି ନଥିଲେ । ସେ ଆଇପିଏଲରେ ରହିଥିଲେ ଅନସୋଲ୍ଡ । ଏବେ ଆଲଜାରି ପିଏସଏଲର ଅଂଶ । ସେ ପେଶାୱାର ଜାଲମି ଟିମ୍ ପାଇଁ ଖେଳିବେ ।

ନୂଆଦିଲ୍ଲୀ ୧୫/୪: IPLରେ ଥିଲେ ଅନ୍ସୋଲ୍ଡ । କିନ୍ତୁ PSLରେ ମିଳିଲା ସୁଯୋଗ । ଆଉ ନିଜକୁ କଲେ ପ୍ରମାଣିତ । ଏବେ ପାକିସ୍ତାନ ସୁପର ଲିଗ୍ରେ କରୁଛନ୍ତି କମାଲ୍ । ବ୍ୟାଟରୁ ବର୍ଷୁଛି ରନ୍ । ବାଉଣ୍ଡ୍ରି ଛୁଉଁଛି ବଲ୍ । ଡେଭିଡ୍ ଓ୍ବାର୍ଣ୍ଣରଙ୍କ ଠାରୁ ଅଲଜାରୀ ଜୋସେଫ୍ଙ୍କ ପର୍ଯ୍ୟନ୍ତ ସାଜିଛନ୍ତି ଦୁର୍ଦ୍ଦଶ ଖେଳାଳି । ବିସ୍ଫୋରକ ବ୍ୟାଟିଂରେ ଭରୁଛନ୍ତି ରୋମାଞ୍ଚ । ଭାରତରେ ଚାଲୁଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ରୋମାଞ୍ଚକର ହେଉଛି ସବୁ ମ୍ୟାଚ୍ । ଦମ୍ଦାର୍ ଫର୍ମରେ ନୂଆ ଠାରୁ ପୁରୁଣା ପ୍ଲେୟର ।
ଅନ୍ୟପଟେ ପାକିସ୍ତାନରେ ମଧ୍ୟ ବାଜିସାରିଛି PSL ୨୦୨୫ର ବିଗୁଲ୍ । ପାକିସ୍ତାନ ସୁପର ଲିଗର ୧୦ମ ସିଜିନ୍ ୧୧ ଏପ୍ରିଲରୁ ହୋଇଛି ଆରମ୍ଭ । ଏହି T20 ଲିଗରେ ୬ଟି ଟିମ୍ ଟ୍ରଫି ପାଇଁ କରିବେ ପ୍ରତିଦ୍ୱନ୍ଦ୍ୱିତା । ଏହାର ଫାଇନାଲ୍ ମ୍ୟାଚ୍ ୧୮ ମଇରେ ଖେଳାଯିବ । କିନ୍ତୁ ଏପରି ୫ ପ୍ଲେୟର ଅଛନ୍ତି ଯାହାଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗରେ ମିଳିନି ସୁଯୋଗ । କିନ୍ତୁ ପାକିସ୍ତାନ ସୁପର ଲିଗରେ ଦେଖାଉଛନ୍ତି ଜଲଓ୍ବା । ଆସନ୍ତୁ ଜାଣିବା ଏହି ପ୍ଲେୟରଙ୍କ ବିଷୟରେ...
ଲିଷ୍ଟର ପ୍ରଥମରେ ରହିଛି ଡେଭିଡ୍ ୱାର୍ଣ୍ଣର । ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ହେଉଛନ୍ତି ୱାର୍ଣ୍ଣର । ଆଇପିଏଲ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଚାମ୍ପିଅନ୍ କରିଥିବା ୱାର୍ଣ୍ଣରଙ୍କର ବେସ୍ ପ୍ରାଇସ୍ ରହିଥିଲା ୨ କୋଟି । ତଥାପି ସେ ୨୦୨୫ ମେଗା ଅକ୍ସନ୍ରେ ରହିଥିଲେ ଅନସୋଲ୍ଡ । କିନ୍ତୁ ସେ ପିଏସ୍ଏଲ୍ କରିଛନ୍ତି ଏଣ୍ଟ୍ରି । ୱାର୍ଣ୍ଣର ପାକିସ୍ତାନ ସୁପର ଲିଗ୍ କରାଚୀ କିଙ୍ଗ୍ସର ଅଧିନାୟକ ।
ଲିଷ୍ଟର ଦ୍ବିତୀୟରେ ରହିଛନ୍ତି ରାସି ଭାନ୍ ଡେର୍ ଡୁସେନ୍ । ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପ୍ଲେୟର ଡୁସେନ୍ IPL ୨୦୨୨ରେ ରାଜସ୍ଥାନ ରୟାଲ୍ସ ସହିତ ରହିଥିଲେ। କିନ୍ତୁ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ଯେଉଁଥିପାଇଁ ଫ୍ରାଞ୍ଚାଇଜ୍ ତାଙ୍କୁ ରିଲିଜ୍ କରିଥିଲା । ସେ ଗତ ୩ ସିଜିନ୍ରୁ IPLରୁ ରହିଥିଲେ ବାହାରେ । IPL ୨୦୨୫ରେ ମଧ୍ୟ ସେ ରହିଥିଲେ ଅନସୋଲ୍ଡ । ଆଉ ଏବେ ଏହି ବିପଜ୍ଜନକ ଖେଳାଳି PSL ୨୦୨୫ରେ ମାରିଛନ୍ତି ଏଣ୍ଟ୍ରି । ସେ ଇସଲାମାବାଦ ୟୁନାଇଟେଡ୍ ଟିମ୍ ଦ୍ୱାରା କିଣା ହୋଇଛନ୍ତି।
ଏହାପଛକୁ ଅଛନ୍ତି ଆଫଗାନିସ୍ତାନର ମହାନ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ମହମ୍ମଦ ନବି । ସେ IPLରେ ସନରାଇଜର୍ସ ହାଇଦ୍ରାବାଦ ସହିତ ଦୀର୍ଘ ସମୟ ଧରି ରହିଥିଲେ । କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଖେଳିଥିବା ନବିଙ୍କୁ IPL ୨୦୨୫ ମଗା ନିଲାମରେ ତାଙ୍କର ବେସ୍ ପ୍ରାଇସ୍ ରହିଥିଲା ୧.୫ କୋଟି । କିନ୍ତୁ ସେ ଚଳିତ ସିଜିନରେ ରହିଥିଲେ ଅନସୋଲ୍ଡ । ଏବେ ସେ ପାକିସ୍ତାନ ସୁପର ଲିଗରେ କରାଚୀ କିଙ୍ଗସର ଅଂଶ ।
ଜିମ୍ବାୱେର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରଜା । ଆଇପିଏଲ ୨୦୨୩ ଏବଂ ୨୦୨୪ରେ ପଞ୍ଜାବ କିଙ୍ଗସ ପାଇଁ କରିଥିଲେ ଭଲ ପ୍ରଦର୍ଶନ । ତଥାପି ଫ୍ରାଞ୍ଚାଇଜ୍ ତାଙ୍କୁ ମେଗା ନିଲାମ ପୂର୍ବରୁ ରିଲିଜ୍ କରିଥିଲା। ଏହା ପରେ ସେ ୨୦୨୫ ମେଗା ନିଲାମରେ ରହିଥିଲେ ଅନସୋଲ୍ଡ । ଏବେ ସେ ପାକିସ୍ତାନ ସୁପର ଲିଗ ୨୦୨୫ରେ ଲାହୋର କଲନ୍ଦର୍ସ ପାଇଁ ଖେଳୁଛନ୍ତି ।
ଲିଷ୍ଟର ଶେଷରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆଲଜାରି ଯୋସେଫ । ଆଇପିଏଲ ୨୦୨୪ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ରହିଥିଲେ ଅଂଶ । ୨୦୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ତାଙ୍କ ଆରମ୍ଭ ହୋଇଥିଲା କ୍ୟାରିୟର । ଏହାପରେ ସେ ୨୦୨୨ ଏବଂ ୨୦୨୩ରେ ଗୁଜରାଟ ଟାଇଟାନ୍ସର ଅଂଶ ଥିଲେ । କିନ୍ତୁ ୨୦୨୫ରେ କୌଣସି ଟିମ୍ ତାଙ୍କୁ କିଣି ନଥିଲେ । ସେ ଆଇପିଏଲରେ ରହିଥିଲେ ଅନସୋଲ୍ଡ । ଏବେ ଆଲଜାରି ପିଏସଏଲର ଅଂଶ । ସେ ପେଶାୱାର ଜାଲମି ଟିମ୍ ପାଇଁ ଖେଳିବେ ।