'ଅପରେସନ ସିନ୍ଦୂର'ରେ ଦୁଇ ଲକ୍ଷ୍ମୀ ବାଇ; ଜଣେ ଆକାଶ ଆଉ ଜଣେ ମାଟିର ରାଣୀ

ନୂଆଦିଲ୍ଲୀ: ପହଲଗାମ ହମଲାରେ ହିନ୍ଦୁ ମହିଳାଙ୍କ ମଥାରୁ ସିନ୍ଦୁର ଲିଭାଇଥିଲେ ଆତଙ୍କୀ। ଆଜି ଭରତୀୟ ସେନା ଆତଙ୍କୀ ଦେହରୁ ରକ୍ତ ବୁହାଇ ତାର ବଦଲା ନେଇଛି। ସିନ୍ଦୁରର ମୂଲ୍ୟ ଆଜି ପାକିସ୍ତାନ ଜାଣି ସାରିଛି। ଏହି ବଦଲା ସେହି ମହିଳାଙ୍କ ପାଇଁ ଥିଲା ଯାହାର ଆଖି ଆଗରେ ଲିଭିଥିଲା ସିନ୍ଦୁର। ଆଉ ଏବେ ସିନ୍ଦୁରର ବଦଲା ନେଇଛନ୍ତି ଦୁଇ ମହିଳା ସେନା ଅଧିକାରୀ। ଏହି ଟୋପାଏ ସିନ୍ଦୂର ଆକାଶମାର୍ଗ ରୁପକ ରଣଭୂମୀରେ ସେନା ପାଇଁ ପାଲଟିଥିଲା ତିଲକ। ଭାରତୀୟ ନାରୀଟିଏ, ଦରକାର ପଡ଼ିଲେ ଦୁର୍ଗା ଓ କାଳୀଙ୍କ ରୂପ ଧରି ଆତଙ୍କୀସଂହାର କରିପାରେ । ବଦଲା ବି ନେଇ ପାରନ୍ତି। ପହଲଗାମ୍ ଆକ୍ରମଣ ପରେ ଆତଙ୍କର ଭୁଲି ଯାଇଥିଲେ ଭାରତୀୟ ନାରୀ କେବଳ ଲୁହ ଝରାଇ ପାରନ୍ତିନି। ହମଲା ବି କରିପାରନ୍ତି । ଆଉ ଏବେ ଅପରେସନ ସିନ୍ଦୁର ଜରିଆରେ ପାକିସ୍ତାନକୁ ନେଇଛନ୍ତି ବଦଲା। ଆଉ ଏହି ଅଭିଯାନର କମାଣ୍ଡ ସମ୍ଭାଳିଛନ୍ତି ଭାରତ ଦୁଇ ମହିଳା, ଲେଫ୍ଟେନାଣ୍ଟ କର୍ଣ୍ଣଲ ସୋଫିଆ କ୍ୟୁରେସି ଓ ବାୟୁସେନାର ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ। ଇଏ ସହି ଦୁଇ ଝିଅ ଯାହାକୁ ଅପରେସନର ମିଳିଥିଲା ଦାୟିତ୍ୱ। ଏମାନେ ନା କେବଳ ଆତଙ୍କବାଦୀଙ୍କୁ ଧୂଳି ଚଟାଇଛନ୍ତି, ତାହା ନୁହେଁ ସେ ପୂରା ଦୁନିଆକୁ ସନ୍ଦେଶ ଦେଇଛନ୍ତି, ଏ ଭାରତୀୟ ନାରୀ ଚାହିଁଲେ ସବୁକିଛି କରପାରିବ।  କେବଳ ଝାନ୍ସୀ ରାଣୀଙ୍କ ଉଦାହରଣ ଦିଏନି ବରଂ ମୈଦାନରେ ସତସତିକା ଲଢ଼ି ବି ପାରେ। କର୍ଣ୍ଣେଲ ସୋଫିଆ କ୍ୟୁରେସି ରଣନୀତିର ରାଣୀ । କାହିଁକିନା ତାଙ୍କର ଏହି ଅପରେସନ 'ସିନ୍ଦୁର' ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଗଲା। ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ । ଆକାଶର ଇଗଲ୍‌ ସେ। ନିଜ ଇସାରାରେ ଆକାଶକୁ ନଚାଉଥିବା  ପାକିସ୍ତାନକୁ  ପାନେ ଦେବା ପରେ ଦେଇଥିଲେ ଚେତାବନୀ । କହିଲେ, ପାକିସ୍ତାନର ଯେକୌଣସି ପ୍ରତିକ୍ରିୟାର ଜବାବ୍ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ । ହେଲେ ଯଦି ପାକିସ୍ତାନ କିଛି ଉସକାଇଲା ଭଳି କାର୍ଯ୍ୟ ବା ଆକ୍ରମଣ କରେ ତାହେଲେ ତାର ଫଳାଫଳ ଭୋଗିବାକୁ ପଡିବ । ଭାରତୀୟ ସେନା ତା’ର କଡା ଜବାବ ଦେବ ।  ଆଉ କହିଛନ୍ତି ପହଲଗାମ ଆତଙ୍କୀ ହମଲା ବ୍ୟର୍ଥ ଯାଇନି। ଆମେ ଭାରତର ମାନ ରଖିଛିୁ... ଭ୍ୟୋମିକାଙ୍କ ଗର୍ଜନ ନା କେବଳ ଆତଙ୍କବାଦୀଙ୍କୁ ପାନେ ଦେଇଛି ତାହା ନୁହେଁ ବରଂ ଭାରତର ଝିଅ କେବଳ ମାଟିରେ ନୁହେଁ ଆକାଶରେ ମଧ୍ୟ ଶତ୍ରୁର  ମାତ୍‌ ଦେଇପାରେ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ମହିଳାଙ୍କ ବିଷୟରେ।....ପ୍ରେସ୍ କନଫରେନ୍ସରେ ଦିନ୍ଦୀରେ ସ୍ୱଚନା ଦେଇଥିବା କର୍ଣ୍ଣେଲ ସୋଫିଆ କ୍ୟୁରେସି ଗୁଜରାଟର ବାସିନ୍ଦା । ସେ ପାକିସ୍ତାନର ଉଡ଼ାଇଛନ୍ତି ଧଜିଆ। ଆକ୍ରମଣ ସଂପର୍କିତ ଟିକନିକ ସ୍ୱଚନା ଦେଇଛନ୍ତି।  ଏବେ ତାଙ୍କୁ ନେଇ ଢେର ଚର୍ଚ୍ଚା ଆସନ୍ତୁ ଜାଣିବା ତାଙ୍କ ବିଷୟରେ। ୧୯୮୧ ମସିହାରେ ବଦୋଦରାରେ ସୋଫିଆଙ୍କ ଜନ୍ମ । ବାୟୋକେମେଷ୍ଟ୍ରିରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ସୋଫିଆ। ରିପୋର୍ଟ ମୁତାବକ, ସୋଫିଆଙ୍କ ଜେଜେ ସେନାରେ ଥିଲେ , ତାଙ୍କ ବାପା ମଧ୍ୟ ଅନେକ ବର୍ଷ ଧରି ସେନାରେ ଥିଲେ । ସୋଫିଆଙ୍କ ବିବାହ ସେନାର ଅଧିକାରୀ ମେଜର ତାଜୁଦ୍ଦିନ କୁରେସିଙ୍କ ସହ ହୋଇଛି । ତାଙ୍କର ପୁଅ ସମୀର କୁରେସି । ୧୯୯୯ରେ ସେନାରେ ଏଣ୍ଟ୍ରି କଲେ ସୋଫିଆ । ୧୯୯୯ରେ ଚେନ୍ନାଇରେ ଥିବା ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ ପ୍ରଶିକ୍ଷଣର ନେଇ ଲେଫ୍ଟେନାଣ୍ଟ ଭାବେ ଦାୟିତ୍ବ ପାଇଲେ । ୨୦୦୬ରେ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ଶାନ୍ତି ସ୍ଥାପନା ମିଶନରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୧୦ରେ ଶାନ୍ତି ସ୍ଥାପନା ସହ ଜଡିତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ । ପଞ୍ଜାବ ସୀମାରେ ଅପରେସନ୍ ପରାକ୍ରମ  ଚାଲିଥିବା ସମୟରେ ତାଙ୍କ ଦାୟିତ୍ବ ପାଇଁ ତାଙ୍କୁ  ଜେନେରାଲ ଅଫିସର୍ସ କମାଣ୍ଡିଙ୍ଗ ଇନ୍ ଚିଫ୍ ସମ୍ମାନ ମିଳିଥିଲା।  ୨୦୧୬ରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ସୋଫିଆ କ୍ୟୁରେସି । ଏକ ବହୁରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସ ସମୟରେ ଭାରତକୁ ପ୍ରତିନିଧିତ୍ବ କରିବାରେ ସୋଫିଆ ଥିଲେ ପ୍ରଥମ ଭାରତୀୟ ମହିଳା ସେନାଧିକାରୀ । ତାଙ୍କ ଅଧୀନରେ ଥିଲେ ୪୦ ମହିଳା ସୈନ୍ୟ । ଏହି ସୈନ୍ୟ ଅଭ୍ୟାସର ନାଁ ଥିଲା, ଏକ୍ସରସାଇଜ୍ ଫୋର୍ସ- ୧୮ । ସେମିତି ଆଉଜଣେ ମହିଳା ହେଲେ ୱିଙ୍ଗ୍ କମାଣ୍ଡର ଭ୍ୟୋମିକା ସିଂହ । ୧୮ ଡିସେମ୍ବର ୨୦୦୪ରେ ଭାରତୀୟ ବାୟୁସେନାରେ କମିଶନ ହୋଇଥିଲେ। ବର୍ତ୍ତମାନ ସମୟର ସେ ଶ୍ରେଷ୍ଠ ୱିଙ୍ଗ କମାଣ୍ଡରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ  ହେଲିକପ୍ଟର ଉଡ଼ାଇବାରେ ଉତ୍କୃଷ୍ଟ ଅଭିଜ୍ଞତା ଅଛି।                 ସେ ଚିତା, ଚେତକ ଭଳି ଯୁଦ୍ଧ ହେଲିକପ୍ଟର ଉଡ଼ାଇବାରେ ମଧ୍ୟ ବେସ୍ ମାହିର୍। ବାୟୁସେନାରେ ଯୋଗଦେବାର ୧୩ ବର୍ଷ ପରେ ୱିଙ୍ଗ୍ କମାଣ୍ଡର ପଦବୀ ପାଇଥିଲେ ଭୋମିକା ସିଂହ। ୧୮ ଡିସେମ୍ବର ୨୦୧୭ରେ ସେ ୱିଙ୍ଗ୍ କମାଣ୍ଡର ହୋଇଥିଲେ।। ନିଜ କାହାଣୀ ସେଆର କରିବା ସମୟରେ ଭ୍ୟୋମିକା କହିଥିଲେ ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ, ସେ ଭାବିଥିଲେ ଯେ ସେ ବାୟୁସେନାର ଅଂଶ ହେବେ, କାରଣ ଏହା ପଛରେ ଏକ କାହାଣୀ ଅଛି ଏବଂ ଏହା ତାଙ୍କ ନାମ ସହିତ ଜଡିତ। ଭୋମିକା କହିଥିଲେ ଷଷ୍ଠ ଶ୍ରେଣୀରେ ମୋ ନାଁ ଉପରେ ଏକ ବିତର୍କ ଚାଲିଥିଲା। ମୋ ନାଁର ଅର୍ଥ ହେଉଛି ଆକାଶକୁ ନିଜ ମୁଠାରେ ଧରି ରଖିବା। ତା’ପରେ ମୁଁ ଭାବିଲି ଯେ ଏବେ ଆକାଶ ବି ମୋର ହେବ।ସେ ଖାଲି କହିନଥିଲେ ଏମିତି କରି ଦେଖାଇଥିଲେ ଏବେ ଏମିତି କହିପରିବା ଆକାଶର ଝିଅ ଭୋମିକା ସିଂହ।

May 10, 2025 - 12:16
'ଅପରେସନ ସିନ୍ଦୂର'ରେ ଦୁଇ ଲକ୍ଷ୍ମୀ ବାଇ;  ଜଣେ ଆକାଶ ଆଉ ଜଣେ ମାଟିର ରାଣୀ

ନୂଆଦିଲ୍ଲୀ: ପହଲଗାମ ହମଲାରେ ହିନ୍ଦୁ ମହିଳାଙ୍କ ମଥାରୁ ସିନ୍ଦୁର ଲିଭାଇଥିଲେ ଆତଙ୍କୀ। ଆଜି ଭରତୀୟ ସେନା ଆତଙ୍କୀ ଦେହରୁ ରକ୍ତ ବୁହାଇ ତାର ବଦଲା ନେଇଛି। ସିନ୍ଦୁରର ମୂଲ୍ୟ ଆଜି ପାକିସ୍ତାନ ଜାଣି ସାରିଛି। ଏହି ବଦଲା ସେହି ମହିଳାଙ୍କ ପାଇଁ ଥିଲା ଯାହାର ଆଖି ଆଗରେ ଲିଭିଥିଲା ସିନ୍ଦୁର। ଆଉ ଏବେ ସିନ୍ଦୁରର ବଦଲା ନେଇଛନ୍ତି ଦୁଇ ମହିଳା ସେନା ଅଧିକାରୀ। ଏହି ଟୋପାଏ ସିନ୍ଦୂର ଆକାଶମାର୍ଗ ରୁପକ ରଣଭୂମୀରେ ସେନା ପାଇଁ ପାଲଟିଥିଲା ତିଲକ। ଭାରତୀୟ ନାରୀଟିଏ, ଦରକାର ପଡ଼ିଲେ ଦୁର୍ଗା ଓ କାଳୀଙ୍କ ରୂପ ଧରି ଆତଙ୍କୀସଂହାର କରିପାରେ । ବଦଲା ବି ନେଇ ପାରନ୍ତି। ପହଲଗାମ୍ ଆକ୍ରମଣ ପରେ ଆତଙ୍କର ଭୁଲି ଯାଇଥିଲେ ଭାରତୀୟ ନାରୀ କେବଳ ଲୁହ ଝରାଇ ପାରନ୍ତିନି। ହମଲା ବି କରିପାରନ୍ତି । ଆଉ ଏବେ ଅପରେସନ ସିନ୍ଦୁର ଜରିଆରେ ପାକିସ୍ତାନକୁ ନେଇଛନ୍ତି ବଦଲା। ଆଉ ଏହି ଅଭିଯାନର କମାଣ୍ଡ ସମ୍ଭାଳିଛନ୍ତି ଭାରତ ଦୁଇ ମହିଳା, ଲେଫ୍ଟେନାଣ୍ଟ କର୍ଣ୍ଣଲ ସୋଫିଆ କ୍ୟୁରେସି ଓ ବାୟୁସେନାର ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ। ଇଏ ସହି ଦୁଇ ଝିଅ ଯାହାକୁ ଅପରେସନର ମିଳିଥିଲା ଦାୟିତ୍ୱ। ଏମାନେ ନା କେବଳ ଆତଙ୍କବାଦୀଙ୍କୁ ଧୂଳି ଚଟାଇଛନ୍ତି, ତାହା ନୁହେଁ ସେ ପୂରା ଦୁନିଆକୁ ସନ୍ଦେଶ ଦେଇଛନ୍ତି, ଏ ଭାରତୀୟ ନାରୀ ଚାହିଁଲେ ସବୁକିଛି କରପାରିବ।  କେବଳ ଝାନ୍ସୀ ରାଣୀଙ୍କ ଉଦାହରଣ ଦିଏନି ବରଂ ମୈଦାନରେ ସତସତିକା ଲଢ଼ି ବି ପାରେ। କର୍ଣ୍ଣେଲ ସୋଫିଆ କ୍ୟୁରେସି ରଣନୀତିର ରାଣୀ । କାହିଁକିନା ତାଙ୍କର ଏହି ଅପରେସନ 'ସିନ୍ଦୁର' ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଗଲା। 

ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହ । ଆକାଶର ଇଗଲ୍‌ ସେ। ନିଜ ଇସାରାରେ ଆକାଶକୁ ନଚାଉଥିବା  ପାକିସ୍ତାନକୁ  ପାନେ ଦେବା ପରେ ଦେଇଥିଲେ ଚେତାବନୀ । କହିଲେ, ପାକିସ୍ତାନର ଯେକୌଣସି ପ୍ରତିକ୍ରିୟାର ଜବାବ୍ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ । ହେଲେ ଯଦି ପାକିସ୍ତାନ କିଛି ଉସକାଇଲା ଭଳି କାର୍ଯ୍ୟ ବା ଆକ୍ରମଣ କରେ ତାହେଲେ ତାର ଫଳାଫଳ ଭୋଗିବାକୁ ପଡିବ । ଭାରତୀୟ ସେନା ତା’ର କଡା ଜବାବ ଦେବ ।  ଆଉ କହିଛନ୍ତି ପହଲଗାମ ଆତଙ୍କୀ ହମଲା ବ୍ୟର୍ଥ ଯାଇନି। ଆମେ ଭାରତର ମାନ ରଖିଛିୁ... ଭ୍ୟୋମିକାଙ୍କ ଗର୍ଜନ ନା କେବଳ ଆତଙ୍କବାଦୀଙ୍କୁ ପାନେ ଦେଇଛି ତାହା ନୁହେଁ ବରଂ ଭାରତର ଝିଅ କେବଳ ମାଟିରେ ନୁହେଁ ଆକାଶରେ ମଧ୍ୟ ଶତ୍ରୁର  ମାତ୍‌ ଦେଇପାରେ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ମହିଳାଙ୍କ ବିଷୟରେ।....

ପ୍ରେସ୍ କନଫରେନ୍ସରେ ଦିନ୍ଦୀରେ ସ୍ୱଚନା ଦେଇଥିବା କର୍ଣ୍ଣେଲ ସୋଫିଆ କ୍ୟୁରେସି ଗୁଜରାଟର ବାସିନ୍ଦା । ସେ ପାକିସ୍ତାନର ଉଡ଼ାଇଛନ୍ତି ଧଜିଆ। ଆକ୍ରମଣ ସଂପର୍କିତ ଟିକନିକ ସ୍ୱଚନା ଦେଇଛନ୍ତି।  ଏବେ ତାଙ୍କୁ ନେଇ ଢେର ଚର୍ଚ୍ଚା ଆସନ୍ତୁ ଜାଣିବା ତାଙ୍କ ବିଷୟରେ। ୧୯୮୧ ମସିହାରେ ବଦୋଦରାରେ ସୋଫିଆଙ୍କ ଜନ୍ମ । 

ବାୟୋକେମେଷ୍ଟ୍ରିରେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି ସୋଫିଆ। ରିପୋର୍ଟ ମୁତାବକ, ସୋଫିଆଙ୍କ ଜେଜେ ସେନାରେ ଥିଲେ , ତାଙ୍କ ବାପା ମଧ୍ୟ ଅନେକ ବର୍ଷ ଧରି ସେନାରେ ଥିଲେ । ସୋଫିଆଙ୍କ ବିବାହ ସେନାର ଅଧିକାରୀ ମେଜର ତାଜୁଦ୍ଦିନ କୁରେସିଙ୍କ ସହ ହୋଇଛି । ତାଙ୍କର ପୁଅ ସମୀର କୁରେସି । ୧୯୯୯ରେ ସେନାରେ ଏଣ୍ଟ୍ରି କଲେ ସୋଫିଆ । ୧୯୯୯ରେ ଚେନ୍ନାଇରେ ଥିବା ଅଫିସର୍ସ ଟ୍ରେନିଙ୍ଗ ଏକାଡେମୀରୁ ପ୍ରଶିକ୍ଷଣର ନେଇ ଲେଫ୍ଟେନାଣ୍ଟ ଭାବେ ଦାୟିତ୍ବ ପାଇଲେ । ୨୦୦୬ରେ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ଶାନ୍ତି ସ୍ଥାପନା ମିଶନରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୧୦ରେ ଶାନ୍ତି ସ୍ଥାପନା ସହ ଜଡିତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ । ପଞ୍ଜାବ ସୀମାରେ ଅପରେସନ୍ ପରାକ୍ରମ  ଚାଲିଥିବା ସମୟରେ ତାଙ୍କ ଦାୟିତ୍ବ ପାଇଁ ତାଙ୍କୁ  ଜେନେରାଲ ଅଫିସର୍ସ କମାଣ୍ଡିଙ୍ଗ ଇନ୍ ଚିଫ୍ ସମ୍ମାନ ମିଳିଥିଲା।  ୨୦୧୬ରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ସୋଫିଆ କ୍ୟୁରେସି । ଏକ ବହୁରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସ ସମୟରେ ଭାରତକୁ ପ୍ରତିନିଧିତ୍ବ କରିବାରେ ସୋଫିଆ ଥିଲେ ପ୍ରଥମ ଭାରତୀୟ ମହିଳା ସେନାଧିକାରୀ । ତାଙ୍କ ଅଧୀନରେ ଥିଲେ ୪୦ ମହିଳା ସୈନ୍ୟ । ଏହି ସୈନ୍ୟ ଅଭ୍ୟାସର ନାଁ ଥିଲା, ଏକ୍ସରସାଇଜ୍ ଫୋର୍ସ- ୧୮ । 

ସେମିତି ଆଉଜଣେ ମହିଳା ହେଲେ ୱିଙ୍ଗ୍ କମାଣ୍ଡର ଭ୍ୟୋମିକା ସିଂହ । ୧୮ ଡିସେମ୍ବର ୨୦୦୪ରେ ଭାରତୀୟ ବାୟୁସେନାରେ କମିଶନ ହୋଇଥିଲେ। ବର୍ତ୍ତମାନ ସମୟର ସେ ଶ୍ରେଷ୍ଠ ୱିଙ୍ଗ କମାଣ୍ଡରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ  ହେଲିକପ୍ଟର ଉଡ଼ାଇବାରେ ଉତ୍କୃଷ୍ଟ ଅଭିଜ୍ଞତା ଅଛି।  

               

ସେ ଚିତା, ଚେତକ ଭଳି ଯୁଦ୍ଧ ହେଲିକପ୍ଟର ଉଡ଼ାଇବାରେ ମଧ୍ୟ ବେସ୍ ମାହିର୍। ବାୟୁସେନାରେ ଯୋଗଦେବାର ୧୩ ବର୍ଷ ପରେ ୱିଙ୍ଗ୍ କମାଣ୍ଡର ପଦବୀ ପାଇଥିଲେ ଭୋମିକା ସିଂହ। ୧୮ ଡିସେମ୍ବର ୨୦୧୭ରେ ସେ ୱିଙ୍ଗ୍ କମାଣ୍ଡର ହୋଇଥିଲେ।। ନିଜ କାହାଣୀ ସେଆର କରିବା ସମୟରେ ଭ୍ୟୋମିକା କହିଥିଲେ ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ, ସେ ଭାବିଥିଲେ ଯେ ସେ ବାୟୁସେନାର ଅଂଶ ହେବେ, କାରଣ ଏହା ପଛରେ ଏକ କାହାଣୀ ଅଛି ଏବଂ ଏହା ତାଙ୍କ ନାମ ସହିତ ଜଡିତ। ଭୋମିକା କହିଥିଲେ ଷଷ୍ଠ ଶ୍ରେଣୀରେ ମୋ ନାଁ ଉପରେ ଏକ ବିତର୍କ ଚାଲିଥିଲା। ମୋ ନାଁର ଅର୍ଥ ହେଉଛି ଆକାଶକୁ ନିଜ ମୁଠାରେ ଧରି ରଖିବା। ତା’ପରେ ମୁଁ ଭାବିଲି ଯେ ଏବେ ଆକାଶ ବି ମୋର ହେବ।ସେ ଖାଲି କହିନଥିଲେ ଏମିତି କରି ଦେଖାଇଥିଲେ ଏବେ ଏମିତି କହିପରିବା ଆକାଶର ଝିଅ ଭୋମିକା ସିଂହ।