ଶୋଇଥିବା ସମୟରେ ଗୁଳି ମାଡ ; ଫାର୍ମ ହାଉସ୍ ମାଲିକଙ୍କ ମୃତ୍ୟୁ
କନକ ବ୍ୟୁରୋ :ଦିନକୁ ଦିନ ଅପରାଧର ସଂଖ୍ୟା ଏତେ ବଢି ଯାଉଛି ଯେ ସବୁ ସ୍ଥାନରେ ଗୁଳି ମାଡ ସହ ହଣା କଟା ଖବର ସାମ୍ନାକୁ ଆସୁଛି । ସେହିପରି ଢେଙ୍କାନାଳ ସଦର ଥାନା ଫାସିଗାଁରେ ଏକ ଗୁଳି ମାଡ ଘଟଣାରେ ଚାଞ୍ଚଲ୍ୟ ଖେଳିଯାଇଛି । ଫାର୍ମ ହାଉସ ମାଲିକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ଗୋବିନ୍ଦ ଚନ୍ଦ୍ର ନାଏକ । ରାତିରେ ଗୋବିନ୍ଦ ନିଜ ଫାର୍ମ ହାଉସରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କ’ଣ ପାଇଁ ଓ କିଏ ଗୋବିନ୍ଦଙ୍କୁ ଗୁଳିକରି ହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।