ଚାଷୀଙ୍କ ପାଇଁ ଖୁସି ଖବର ।  ଆଜି ଆସିବ ପିଏମ୍‌ କିଷାନ ଟଙ୍କା ।

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା । ବିହାରରୁ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ ।  ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି । ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ । ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର । ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ‘ପିଏମ କିଷାନ’ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା, ଯାହାକୁ ମୋଦି ସରକାର ୨୦୧୯ ଫେବୃଆରୀରେ ଆରମ୍ଭ କରିଥିଲେ । ସିଧାସଳଖ ବେନିଫିଟ ଟ୍ରାନ୍ସଫର ମୋଡରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଏହି ରାଶି ହସ୍ତାନ୍ତର ହେଉଛି ।  

Feb 24, 2025 - 08:30
ଚାଷୀଙ୍କ ପାଇଁ ଖୁସି ଖବର ।  ଆଜି ଆସିବ ପିଏମ୍‌ କିଷାନ ଟଙ୍କା ।

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଖୁସି ଖବର । ଆଜି ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା । ବିହାରରୁ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । 

ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି । ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ । ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର । ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ‘ପିଏମ କିଷାନ’ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା, ଯାହାକୁ ମୋଦି ସରକାର ୨୦୧୯ ଫେବୃଆରୀରେ ଆରମ୍ଭ କରିଥିଲେ । ସିଧାସଳଖ ବେନିଫିଟ ଟ୍ରାନ୍ସଫର ମୋଡରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଏହି ରାଶି ହସ୍ତାନ୍ତର ହେଉଛି ।