କଂଗ୍ରେସ ଖୋଜୁଛି ବିଜୟ ଫର୍ମୁଲା । ଦକ୍ଷିଣ ଓଡ଼ିଶା ମଡେଲକୁ ଗୁରୁତ୍ବ
କନକ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସକୁ ଶାସନ କ୍ଷମତାକୁ ଫେରାଇବାକୁ ଭକ୍ତ-ଅଜୟ ଯୋଡି ଏବେ ଆକ୍ସନ ମୁଡରେ। ପର୍ଯ୍ୟାୟକ୍ରମେ ନେତା ଓ କର୍ମୀଙ୍କୁ ଡାକି ପ୍ରଭାରୀ ସଙ୍ଗଠନ ପାଇଁ ଗୁରୁମନ୍ତ୍ର ଦେଉଛନ୍ତି। ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାରେ ଦଳ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଲଢେଇ କରୁଥିବା ବେଳେ ଦକ୍ଷିଣ ଓଡ଼ିଶା ଫର୍ମୁଲାରେ ଆଗକୁ ବଢିବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ଅଜୟ। କଂଗ୍ରେସ ଖୋଜୁଛି ବିଜୟ ଫର୍ମୁଲା ଦକ୍ଷିଣ ଓଡ଼ିଶା ମଡେଲକୁ ଗୁରୁତ୍ବ ନୂଆ ପିସିସି, ନୂଆ ପ୍ରଭାରୀ ଦାୟିତ୍ବ ନେବା ପରଠାରୁ ଓଡ଼ିଶାରେ କଂଗ୍ରେସର କମବ୍ୟାକ୍ ପାଇଁ କଂଗ୍ରେସ ଭବନରେ ଚାଲିଛି ମାନସମନ୍ଥନ। ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତାଙ୍କ ସହ ୱାନ୍ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ। ଆଲୋଚନା ଆଳରେ କଂଗ୍ରେସର ଶକ୍ତି ପରଖୁଛନ୍ତି ଅଜୟ କୁମାର ଲଲ୍ଲୁ। ଏସବୁ ଭିତରେ ଦକ୍ଷିଣ ଓଡ଼ିଶାର ୧୦ ବିଧାୟକ ଦେଇଥିବା ଫର୍ମୁଲା ପ୍ରଭାରୀଙ୍କୁ ବେଶ ପ୍ରଭାବିତ କରିଛି। ଚର୍ଚ୍ଚା ହେଉଛି, ଆଗାମୀ ନିର୍ବାଚନରେ ଦକ୍ଷିଣ ଓଡ଼ିଶା ମଡେଲକୁ ନେଇ ମୈଦାନକୁ ଓହ୍ଲାଇବ କଂଗ୍ରେସ। ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୂଆପଡା, ସୁନ୍ଦରଗଡ଼, ଝାରସୁଗୁଡା, ବଲାଙ୍ଗୀର ଭଳି ଜିଲ୍ଲାରେ ଟାଣୁଆ ନେତା ଦଳ ଛାଡିବା ପରେ କଂଗ୍ରେସ ଛିଡା ହେବାକୁ ଜୁ ଜୁଟାଇ ପାରୁନି। ବର୍ଷ ବର୍ଷ ହେଲା ଏହି ସବୁ ନିର୍ବାଚନମଣ୍ଡଳୀରେ ଦଳ ଖାତା ଖୋଲି ପାରୁନି। ଅନ୍ୟପଟେ ୨୪ ନିର୍ବାଚନରେ ସାରା ଓଡ଼ିଶାରେ ଫେଲ ମାରିଥିବା କଂଗ୍ରେସ ଦକ୍ଷିଣ ଓଡ଼ିଶାରେ ନିଜର ଦୁର୍ଗ ବଞ୍ଚାଇବାରେ ସକ୍ଷମ ହୋଇଥିଲା। ବିଜେଡିକୁ ମାତ୍ ଦେଇ ବିଜେପି ଓଡ଼ିଶାରୁ ୨୦ ସାଂସଦ ହାତେଇ ନେଇଥିବା ବେଳେ କୋରାପୁଟରେ କିନ୍ତୁ ହାତ ଟେକିଥିଲା କଂଗ୍ରେସ। ଖାଲି ସାଂସଦ ନୁହେଁ ଦକ୍ଷିଣ ଓଡ଼ିଶାରୁ କଂଗ୍ରେସ ହାତକୁ ଆସିଥିଲା ୧୦ ବିଧାୟକ ପଦ। କଂଗ୍ରେସ: କେମିତି ଜିତିଲା ଦକ୍ଷିଣ ଓଡ଼ିଶା? ପ୍ରାର୍ଥୀ ଚୟନରେ ସାଂସଦ ନେଇଥିଲେ ଗୁରୁଦାୟିତ୍ବ ଯୁବ ଓ ନିର୍ବିବାଦୀୟ ଚେହେରାଙ୍କୁ ମିଳିଥିଲା ଟିକେଟ ସ୍ଥାନୀୟ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲେ ନେତା ଦକ୍ଷିଣ ଓଡ଼ିଶା ମଡେଲ ଉପରେ ପ୍ରଭାରୀ ଆଲୋଚନା କରିଛନ୍ତି ସତ। କିନ୍ତୁ ଏହି ମଡେଲ ଲାଗୁ ହେଲେ ଅନେକ ବରିଷ୍ଠ ନେତାଙ୍କୁ ଜାଗା ଖାଲି କରିବାକୁ ପଡିବ। ତେଣୁ ବରିଷ୍ଠଙ୍କୁ ଅବ୍ୟାହତି ଦେଇ ଯୁବ ଚେହେରାଙ୍କୁ ଦଳ ସୁଯୋଗ ଦେଉଛି କି ନାହିଁ ତାକୁ ଅପେକ୍ଷା।


କନକ ବ୍ୟୁରୋ: ଓଡ଼ିଶାରେ କଂଗ୍ରେସକୁ ଶାସନ କ୍ଷମତାକୁ ଫେରାଇବାକୁ ଭକ୍ତ-ଅଜୟ ଯୋଡି ଏବେ ଆକ୍ସନ ମୁଡରେ। ପର୍ଯ୍ୟାୟକ୍ରମେ ନେତା ଓ କର୍ମୀଙ୍କୁ ଡାକି ପ୍ରଭାରୀ ସଙ୍ଗଠନ ପାଇଁ ଗୁରୁମନ୍ତ୍ର ଦେଉଛନ୍ତି। ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାରେ ଦଳ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ଲଢେଇ କରୁଥିବା ବେଳେ ଦକ୍ଷିଣ ଓଡ଼ିଶା ଫର୍ମୁଲାରେ ଆଗକୁ ବଢିବାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ଅଜୟ।
- କଂଗ୍ରେସ ଖୋଜୁଛି ବିଜୟ ଫର୍ମୁଲା
- ଦକ୍ଷିଣ ଓଡ଼ିଶା ମଡେଲକୁ ଗୁରୁତ୍ବ
ନୂଆ ପିସିସି, ନୂଆ ପ୍ରଭାରୀ ଦାୟିତ୍ବ ନେବା ପରଠାରୁ ଓଡ଼ିଶାରେ କଂଗ୍ରେସର କମବ୍ୟାକ୍ ପାଇଁ କଂଗ୍ରେସ ଭବନରେ ଚାଲିଛି ମାନସମନ୍ଥନ। ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତାଙ୍କ ସହ ୱାନ୍ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ। ଆଲୋଚନା ଆଳରେ କଂଗ୍ରେସର ଶକ୍ତି ପରଖୁଛନ୍ତି ଅଜୟ କୁମାର ଲଲ୍ଲୁ। ଏସବୁ ଭିତରେ ଦକ୍ଷିଣ ଓଡ଼ିଶାର ୧୦ ବିଧାୟକ ଦେଇଥିବା ଫର୍ମୁଲା ପ୍ରଭାରୀଙ୍କୁ ବେଶ ପ୍ରଭାବିତ କରିଛି। ଚର୍ଚ୍ଚା ହେଉଛି, ଆଗାମୀ ନିର୍ବାଚନରେ ଦକ୍ଷିଣ ଓଡ଼ିଶା ମଡେଲକୁ ନେଇ ମୈଦାନକୁ ଓହ୍ଲାଇବ କଂଗ୍ରେସ।
ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୂଆପଡା, ସୁନ୍ଦରଗଡ଼, ଝାରସୁଗୁଡା, ବଲାଙ୍ଗୀର ଭଳି ଜିଲ୍ଲାରେ ଟାଣୁଆ ନେତା ଦଳ ଛାଡିବା ପରେ କଂଗ୍ରେସ ଛିଡା ହେବାକୁ ଜୁ ଜୁଟାଇ ପାରୁନି। ବର୍ଷ ବର୍ଷ ହେଲା ଏହି ସବୁ ନିର୍ବାଚନମଣ୍ଡଳୀରେ ଦଳ ଖାତା ଖୋଲି ପାରୁନି। ଅନ୍ୟପଟେ ୨୪ ନିର୍ବାଚନରେ ସାରା ଓଡ଼ିଶାରେ ଫେଲ ମାରିଥିବା କଂଗ୍ରେସ ଦକ୍ଷିଣ ଓଡ଼ିଶାରେ ନିଜର ଦୁର୍ଗ ବଞ୍ଚାଇବାରେ ସକ୍ଷମ ହୋଇଥିଲା। ବିଜେଡିକୁ ମାତ୍ ଦେଇ ବିଜେପି ଓଡ଼ିଶାରୁ ୨୦ ସାଂସଦ ହାତେଇ ନେଇଥିବା ବେଳେ କୋରାପୁଟରେ କିନ୍ତୁ ହାତ ଟେକିଥିଲା କଂଗ୍ରେସ। ଖାଲି ସାଂସଦ ନୁହେଁ ଦକ୍ଷିଣ ଓଡ଼ିଶାରୁ କଂଗ୍ରେସ ହାତକୁ ଆସିଥିଲା ୧୦ ବିଧାୟକ ପଦ।
କଂଗ୍ରେସ: କେମିତି ଜିତିଲା ଦକ୍ଷିଣ ଓଡ଼ିଶା?
- ପ୍ରାର୍ଥୀ ଚୟନରେ ସାଂସଦ ନେଇଥିଲେ ଗୁରୁଦାୟିତ୍ବ
- ଯୁବ ଓ ନିର୍ବିବାଦୀୟ ଚେହେରାଙ୍କୁ ମିଳିଥିଲା ଟିକେଟ
- ସ୍ଥାନୀୟ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲେ ନେତା
ଦକ୍ଷିଣ ଓଡ଼ିଶା ମଡେଲ ଉପରେ ପ୍ରଭାରୀ ଆଲୋଚନା କରିଛନ୍ତି ସତ। କିନ୍ତୁ ଏହି ମଡେଲ ଲାଗୁ ହେଲେ ଅନେକ ବରିଷ୍ଠ ନେତାଙ୍କୁ ଜାଗା ଖାଲି କରିବାକୁ ପଡିବ। ତେଣୁ ବରିଷ୍ଠଙ୍କୁ ଅବ୍ୟାହତି ଦେଇ ଯୁବ ଚେହେରାଙ୍କୁ ଦଳ ସୁଯୋଗ ଦେଉଛି କି ନାହିଁ ତାକୁ ଅପେକ୍ଷା।