ଲେମ୍ବୁ ପାଣି ଆମ ଶରୀର ପାଇଁ କେତେ ଲାଭ ଦାୟକ ? ଆସନ୍ତୁ ଜାଣିବା ।
ନନ୍ଦିଘୋଷ ବ୍ୟୁରୋ: ବୟସ ବଢିବା ସହିତ ପେଟର ଚର୍ବି ବଢିବା ଏକ ସ୍ବାଭାବିକ କଥା । ସାଧାରଣତଃ ଭାବରେ ପେଟ ବାହାରିବା ଆପଣଙ୍କ ରୂପକୁ ନଷ୍ଟ କରିଦେଇଥାଏ ଏବଂ ବହୁ ସମୟରେ ଏହା ଲଜ୍ଜାର କାରଣ ମଧ୍ୟ ହୋଇଥାଏ। ପେଟର ଚର୍ବି କମାଇବା ପାଇଁ ପ୍ରାୟତଃ ଆମେ ଘରୋଇ ଉପଚାର ଆପଣେଇଥାଉ । କିନ୍ତୁ ଆପଣ ମାନେ ଜାଣିଛନ୍ତି ଗୋଟିଏ ସହଜ ଓ ସରଳ ଉପାୟ ହେଉଛି ପ୍ରତିଦିନ ଉଷୁମ ଲେମ୍ବୁ ପାଣି ପିଇବା । ଆଜିକାଲି ଶରୀରକୁ ଫିଟ ରଖିବା ପାଇଁ କିମ୍ବା ଭଲ ସ୍ବାସ୍ଥ୍ୟ ପାଇଁ ଡିଟୋକ୍ସ ପାଣି ସେବନ କରାଯାଉଛି । ଉଷୁମ ଲେମ୍ବୁ ପାଣି ମଧ୍ୟ ଏପରି ଏକ ପାନୀୟ ।
କ’ଣ ଲେମ୍ବୁ ପାଣି ପ୍ରକୃତରେ ପେଟର ଚର୍ବି ହ୍ରାସ କରେ?
ବିଶେଜ୍ଞଙ୍କ ମତରେ ଉଷୁମ ପାଣି ସହିତ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇବା ଦ୍ବାରା ପେଟର ଚର୍ବି ହ୍ରାସ ପାଇନଥାଏ । ଲେମ୍ବୁ ପାଣି ପିଇବା ଦ୍ବାରା ପେଟର ଚର୍ବି ହ୍ରାସ ହେବ ବୋଲି କୌଣସି ବୈଜ୍ଞାନିକ ପ୍ରମାଣ ମଧ୍ୟ ନାହିଁ । କିମ୍ବା ଲେମ୍ବୁ ପାଣିର କୌଣସି ଚର୍ବି ହ୍ରାସ କରିବା ଭଳି ପ୍ରଭାବ ମଧ୍ୟ ନାହିଁ ଯାହା ପେଟର ଚର୍ବି ହ୍ରାସ କରିପାରିବ ।
ଲେମ୍ବୁ ପାଣି କିପରି ଲାଭଦାୟକ ହୋଇଥାଏ
ଶରୀରର ପାଇଁ ଲେମ୍ବୁ ପାଣି ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଥଣ୍ଡା ପାଣି, ମିଠା ଚା କିମ୍ବା ଅନ୍ୟାନ୍ୟ ଚିନି ପାଣି ବଦଳରେ ଲେମ୍ବୁ ପାଣି ପିଇବା ଦ୍ୱାରା ଆପଣଙ୍କର ନିତିଦିନ ଶକ୍ତିର ପରିମାଣ ହ୍ରାସ ହେବାର ସମ୍ଭାବନା ଥାଏ। ଏହା ସମୟ ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ, ହାଇଡ୍ରେଟେଡ୍ ରହିବା ଆପଣଙ୍କୁ ପେଟ ପୂର୍ଣ୍ଣ ଅନୁଭବ କରିଥାଏ, ଅଧିକ ଖାଦ୍ୟ ପାଇଁ ଇଚ୍ଛା କମି ଯାଏ । ଯଦି ନିତିଦିନ ଚିନି ଯୁକ୍ତ ପାଣି ପିଇବା ତେବେ ଏହା ଆମ ଶରୀରରେ କ୍ଷତି ପହଞ୍ଚାଇବା ସହ ଶକ୍ତିର ପରିମାଣ ମଧ୍ୟ କମ୍ କରିଥାଏ ।
ଲେମ୍ବୁରେ ଅଛି ଭିଟାମିନ୍ ସି ;
ଗୋଟିଏ ଲେମ୍ବୁରେ ପ୍ରାୟ 30 ରୁ 40 ମିଲିଗ୍ରାମ ଭିଟାମିନ୍ ସି ଥାଏ, ଯାହା ଆପଣଙ୍କର ନିତିଦିନ ଭିଟାମିନ୍ ସି ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ। ଆପଣ ଜାଣିଛନ୍ତି,ଲେମ୍ବୁ ପାଣି ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି ଯୋଗାଇଥାଏ, ତେଣୁ ଏହା ଓଜନ ହ୍ରାସ ରେ ପରିଣତ ହୋଇଥାଏ ବୋଲି ଭାବିବା ଉଚିତ ନୁହେଁ। ବିଶେଷଜ୍ଞମାନେ କୁହନ୍ତି ଯେ ପେଟର ଚର୍ବି ପାଣି, ଖାଦ୍ୟ କିମ୍ବା ଘରୋଇ ଉପଚାର ଦ୍ୱାରା ହ୍ରାସ ହୁଏ ନାହିଁ। । ଆମ ଶରୀରରେ କେବଳ ଗୋଟିଏ କ୍ଷେତ୍ରରେ ଚର୍ବି କମାଏ ନାହିଁ ବରଂ ସମ୍ପୂର୍ଣ୍ଣ ଶରୀରରୁ ଧୀରେ ଧୀରେ ଚର୍ବି ହ୍ରାସ କରେ ।
ଡାଏଟିସିଆନ ମାନେ କୁହନ୍ତି ଯେ ଯଦି ଆପଣ ପେଟର ଚର୍ବି ହ୍ରାସ କରିବାକୁ ଚାହାଁନ୍ତି, ତେବେ ସନ୍ତୁଳିତ ଖାଦ୍ୟ,ନିତିଦିନ ଶାରୀରିକ କାର୍ଯ୍ୟ,ଶାରୀରିକ ଶକ୍ତି ଏବଂ ବହୁ ବହୁ ଦିନ ଧରି ସୁସ୍ଥ ଅଭ୍ୟାସ ଅତ୍ୟନ୍ତ ଜରୁରୀ ଅଟେ। ଆପଣ ଲେମ୍ବୁ ପାଣି ପିଇବେ ,ତେବେ ଏହା ଆପଣଙ୍କର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । କିନ୍ତୁ ଏହା ଓଜନ ହ୍ରାସ କିମ୍ବା ପେଟର ଚର୍ବି ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।